India Refuse To Accept Asia Cup Trophy:ନକଭି ପୁଣି ଅପମାନିତ- ଟ୍ରଫି ନେଲାନି ଭାରତୀୟ ମହିଳା ଟିମ୍
ଅମ୍ପାୟାରଙ୍କୁ ମୋମେଣ୍ଟୋ ଓ ଉପବିଜେତା ଟିମ୍ ଶ୍ରୀଲଙ୍କା ଖେଳାଳୀଙ୍କୁ ମେଡାଲ ଓ ପୁରଷ୍କାର ରାଶିର ଚେକ୍ ଦେବା ପରେ ପ୍ରେଜେଣ୍ଟେସନ ସେରିମନିକୁ ସମାପ୍ତ କରିଦିଆଯାଇଥିଲା। ମଞ୍ଚରେ ନକଭି ପ୍ରାୟ ୩୦ ମିନିଟ ଅପେକ୍ଷା କରିବା ସତ୍ତ୍ୱେ ଭାରତୀୟ ଟିମ୍ ଆସିଲେନି।

ମହସିନ ନକଭିଙ୍କଠୁ ଟ୍ରଫି ନେଲାନି ଭାରତୀୟ ମହିଳା ଟିମ୍। ଦୁବାଇରେ ରବିବାର ଖେଳାଯାଇଥିବା ମହିଳା ଟି-ଟ୍ୱେଣ୍ଟି ଏସିଆ କପରେ ଫାଇନାଲ ଜିତିବା ପରେ ଭାରତୀୟ ଟିମ୍ ଏସିଆ କ୍ରିକେଟ କାଉନସିଲର ଅଧ୍ୟକ୍ଷ ତଥା ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭିଙ୍କଠୁ ଟ୍ରଫି ନେବାକୁ ମନା କରିଦେଲା। ଏସିଆନ କ୍ରିକେଟ କାଉନସିଲ ଓ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଭାବେ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଏହି ମ୍ୟାଚରେ ଶ୍ରୀଲଙ୍କାକୁ ୭୨ରନରେ ହରାଇବା ପରେ ଭାରତୀୟ ମହିଳା କ୍ରିକେଟ ଟିମ୍ କ୍ୟାପଟେନ ହରମନପ୍ରୀତ କୌର ନିଜ ସାଥୀ ଖେଳାଳୀଙ୍କ ସହ ସେଲିବ୍ରେସନ କରିଥିଲେ। କିନ୍ତୁ ଅଷ୍ଟମ ଥର ଏସିଆ କମ୍ ବିଜେତା ଟିମ୍ ଓ ଏହାର ନେତୃତ୍ୱ ନେଉଥିବା ହରମନପ୍ରୀତ କୌର ପ୍ରେଜେଣ୍ଟେସନ ସମାରୋହ ବେଳେ ଟ୍ରଫି ନେବାକୁ ଆସିଲେନି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୮୩ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ଟିମ୍ ୨୦ ଓଭରରେ ୧୧୧ ରନ୍ କରି ଆଉଟ ହୋଇଯାଇଥିଲା। ଅମ୍ପାୟାରଙ୍କୁ ମୋମେଣ୍ଟୋ ଓ ଉପବିଜେତା ଟିମ୍ ଶ୍ରୀଲଙ୍କା ଖେଳାଳୀଙ୍କୁ ମେଡାଲ ଓ ପୁରଷ୍କାର ରାଶିର ଚେକ୍ ଦେବା ପରେ ପ୍ରେଜେଣ୍ଟେସନ ସେରିମନିକୁ ସମାପ୍ତ କରିଦିଆଯାଇଥିଲା। ମଞ୍ଚରେ ନକଭି ପ୍ରାୟ ୩୦ ମିନିଟ ଅପେକ୍ଷା କରିବା ସତ୍ତ୍ୱେ ଭାରତୀୟ ଟିମ୍ ଆସିଲେନି। ଏଥିରେ ଅପମାନିତ ହୋଇ ଫେରିଯାଇଥିଲେ ନକଭି। ନକଭି ଫେରିବା ବେଳେ ଟ୍ରଫି ଚୋରର ନାରାବାଜି କରିଥିଲେ ଭାରତୀୟ ସମର୍ଥକ। ପାକିସ୍ତାନ ଏ ଘଟଣାକୁ ଖେଳ ମନୋଭାବ ସହ ଯୋଡ଼ି କହିଛି, ଯଦି ଖେଳୁଆଡ଼ ମନୋଭାବ ନାହିଁ, ତାହେଲେ ହାର୍ ବା ଜିତ୍ ର କୌଣସି ମତଲବ ନାହିଁ। ଦୁବାଇରେ ସ୍ଥାନୀୟ ସମୟାନୁସାରେ ରାତି ୯ଟା୫୫ରେ ମ୍ୟାଚ ସରିଥିଲା। କିନ୍ତୁ ପ୍ରାୟ ୪୦ ମିନିଟ ଯାଏ ପ୍ରେଜେଣ୍ଟେସନ ସେରିମନି ଆରମ୍ଭ ହେବାରେ ବିଳମ୍ୱ ଘଟିଥିଲା। ଭାରତୀୟ ମହିଳା ଟିମ୍ କୋଚ୍ ଅମୋଲ ମଜୁମଦାର ପ୍ରେସକନଫରେନ୍ସରେ କହିଛନ୍ତି ଯେ, ବିସିସିଆଇ ଯେଉଁ ପଦକ୍ଷେପ ଗ୍ରହଣ କରିଛି, ସେଥିରେ ଆମ ଟିମ୍ ପୁରା କାଏମ ରହିଛି। ଆମ ଲାଗି ଏ ଟୁର୍ଣ୍ଣାମେଣ୍ଟ ସରିଯାଇଛି ଆଉ ଆମେ ଏହାର ଚାମ୍ପିଅନ ହୋଇସାରିଛୁ। ଆମ ଲାଗି ଏତିକି ହିଁ ଯଥେଷ୍ଟ। ବିସିସିଆଇର ସେକ୍ରେଟାରୀ ଦେବଜୀତ ସାଇକିଆ କହିଛନ୍ତି, ଏସିଆ କପ୍ ଟ୍ରଫିକୁ ନେଇ ବିବାଦ ଅଛି। ଆମ ପୁରୁଷ ଟିମ୍ ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ଏସିଆ କପ୍ ଜିତିଥିଲା। କିନ୍ତୁ ଏପ୍ରିଲ ୨୦୨୫ରେ ପହଲଗାଁଓ ଆତଙ୍କି ଆକ୍ରମଣ ଘଟଣା ପରେ ପୁରା ସ୍ଥିତି ବଦଳିଗଲା। ଏହା ପରେ ଦେଶବାସୀଙ୍କ ପକ୍ଷରୁ ଆମ ଉପରେ ଚାପ ଥିଲା କି, ପଡ଼ୋଶୀ ପାକିସ୍ତାନ ସହ କୌଣସି ପ୍ରକାର ସମ୍ପର୍କ ରଖିବା ଉଚିତ ନୁହେଁ। ଆଉ ପାକିସ୍ତାନ ସହ କ୍ରିକେଟ ବି ଖେଳିବାକୁ ମନା କରିଥିଲେ। ଏ ଘଟଣାରେ ପାକିସ୍ତାନ ଗୃହ ରାଷ୍ଟ୍ରମନ୍ତ୍ରୀ ତଲାଲ ଚୌଧୁରୀ କହିଛନ୍ତି,ଟ୍ରଫି ନେବାକୁ ମନା କରିବା ବହୁତ୍ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ। ଏଥିରେ ଭାରତର କୂଟନୀତିକ ଓ ସୈନ୍ୟ ହାରକୁ କେହି ଲୁଚାଇ ପାରିବେନି। ଭାରତ ଜାଣିଶୁଣି ଖେଳ ସଂସ୍କୃତିକୁ ବରବାଦ କରୁଛି। ୨୦୨୫ରେ ବି ଅନୁରୂପ ଘଟଣା ଘଟିଥିଲା। ୨୦୨୫ ଏସିଆ କପ୍ ରେ ପାକିସ୍ତାନକୁ ହରାଇବା ପରେ ଭାରତୀୟ ପୁରୁଷ ଟିମ୍ ମହସିନ ନକଭିଙ୍କଠୁ ଟ୍ରଫି ନେବାକୁ ମନା କରିଦେଇଥିଲା। ମେ ୨୦୨୫ରେ ଭାରତ ଓ ପାକିସ୍ତାନ ଭିରେ ସୀମାପାର୍ ଉତ୍ତେଜନା ପରେ ପାକିସ୍ତାନ ଖେଳାଳୀଙ୍କ ଓ ସେମାନଙ୍କ ପ୍ରତିନିଧିଙ୍କ ସହ ହାତ ମିଳାଇବାରୁ ଦୂରେଇ ରହିଛନ୍ତି ଭାରତୀୟ ଟିମ୍।
