Asian Games 2026 : ଏସିଆନ ଗେମ୍ସରେ ଭାରତର ଦୁଇ ଶୁଟର ହିମାଂଶୁ ଓ ରୁଦ୍ରାକ୍ଷଙ୍କ କମାଲ
ଆଇଚି -ନାଗୋୟ ଏସିଆନ ଗେମ୍ସ ୨୦୨୬ରେ ଶୁଟର ହିମାଂଶୁ ଢୀଲ୍ଲୋଁ ୧୦ ମିଟର ଏୟାର ରାଇଫଲ ବ୍ୟକ୍ତିଗତ ବର୍ଗରେ ସିଲଭର ମେଡାଲ ଜିତିଥିବା ବେଳେ ,ରୁଦ୍ରାଂକ୍ଷ ପାଟିଲ ବ୍ରୋଞ୍ଚ ମେଡାଲ ନିଜର ନାମ କରିଛନ୍ତି |

ଭାରତର ଶୁଟର ଆଇଚି -ନାଗୋୟ ଏସିଆନ ଗେମ୍ସ ୨୦୨୬ରେ ଲଗାତାର ପଦକ ନିଜ ନାମରେ କରିଚାଲିଛନ୍ତି | ଏହି ଖେଳରେ ପ୍ରଥମଦିନରେ ଦେଶର ମହିଳା ଶୁଟର ପଦକ ଜିତି ଥିଲେ ଓ ଆଜି ଶୁଟରମାନେ ତିନୋଟି ପଦକ ଜିତି ଭାରତୀୟ ଫ୍ୟାନ୍ସଙ୍କୁ ଖୁସି କରିଛନ୍ତି | ପୁରୁଷ ଟିମ ଇଭେଣ୍ଟରେ ସିଲଭର ମେଡାଲ ଜିତିଥିବା ହିମାଂଶୁ ଢୀଲ୍ଲୋଁ ଓ ରୁଦ୍ରାଂକ୍ଷ ପାଟିଲ ୧୦ ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ମେଡାଲ ନିଜ ନାମରେ କରିଛନ୍ତି | ହିମାଂଶୁ ଢୀଲ୍ଲୋଁ ଦ୍ଵିତୀୟ ସ୍ଥାନ ରହି ସିଲଭର ମେଡାଲ ଜିତିଥିବା ବେଳେ ରୁଦ୍ରାଂକ୍ଷ ପାଟିଲ ବ୍ରୋଞ୍ଚ ମେଡାଲ ହାସିଲ କରିଛନ୍ତି | ଏହା ସହିତ ଏହି ଏସିଆନ ଗେମ୍ସରେ ପ୍ରଥମ ଥର ହୋଇଛି, ଯେଉଁଠି ଗୋଟିଏ ଇଭେଣ୍ଟରେ ଭାରତ ଦୁଇଟି ମେଡାଲ ଜିତିଛି | ଏହି ଦୁଇ ଖେଳାଳି ଗୋଲ୍ଡ ମେଡାଲ ଜିତିଥିବା ଚୀନ'ର ଲିହାଓ ଶେନ ସହ କଡ୍ଡା ଟକ୍କର ଦେଇଥିଲେ | ଚୀନ ଖେଳାଳି ୨୫୪.୨ ସ୍କୋର କରି ଗୋଲ୍ଡ ମେଡାଲ ଜିତିଛନ୍ତି | ହିମାଂଶୁ ଢୀଲ୍ଲୋଁ ୨୫୨.୪ ସ୍କୋର କରି ସିଲଭର ମେଡାଲ ନିଜ ନାମରେ କରିଛନ୍ତି ଓ ରୁଦ୍ରାଂକ୍ଷ ପାଟିଲ ବ୍ରୋଞ୍ଚ ମେଡାଲ ହାସିଲ ୨୩୦.୯ ସ୍କୋର ସହ ବ୍ରୋଞ୍ଚ ମେଡାଲ ଜିତିଛନ୍ତି | ଶେନ ଗୋଟିଏ ସମୟରେ ତୃତୀୟ ଓ ଚର୍ତୁଥ ସ୍ଥାନ ମଧ୍ୟରେ ରହିଥିଲେ ,କିନ୍ତୁ ଜୋରଦାର ପ୍ରତ୍ୟାବର୍ତ୍ତନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ | ଭାରତ ଉଭୟ ଶୁଟର ପ୍ରତିଯୋଗିତା ଆରମ୍ଭରୁ ହିଁ ପଦକ ଦୋୖଡରେ ଥିଲେ ଏବଂ ଶେଷରେ ଏହି ଲକ୍ଷ୍ୟ ପୂରଣ କରି ହିଁ ରହିଲେ |
