ସେପ୍ଟେମ୍ବର ୨୨ରୁ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ
ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ମୋଟ ୯ଟି କାର୍ଯ୍ୟଦିବସ ରହିବ। ସେପ୍ଟେମ୍ବର ୨୬, ୨୭ ଓ ଅକ୍ଟୋବର ୨ରେ ଛୁଟି ଯୋଗୁଁ ଗୃହକାର୍ଯ୍ୟ ବନ୍ଦ ରହିବ।
N
By Namita PattanaikPublished: Sep 3, 2026, 06:44 PM •1 min read •2 Views

ଭୁବନେଶ୍ୱର, ୦୩.୦୯.୨୦୨୬: ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ଏନେଇ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ଏହି ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୯ଟି କାର୍ଯ୍ୟଦିବସ ରହିବ। ଏଥିରେ ୮ଟି ସରକାରୀ କାର୍ଯ୍ୟଦିବସ ଥିବାବେଳେ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ରହିଛି। ସେପ୍ଟେମ୍ବର ୨୬ ଓ ୨୭ ତାରିଖ ସରକାରୀ ଛୁଟି ଥିବାରୁ ଏହି ଦୁଇଦିନ ବିଧାନସଭାର ଗୃହକାର୍ଯ୍ୟ ବନ୍ଦ ରହିବ। ସେହିପରି ଅକ୍ଟୋବର ୨ ତାରିଖ, ଗାନ୍ଧୀ ଜୟନ୍ତୀ ଅବସରରେ ମଧ୍ୟ ଗୃହକାର୍ଯ୍ୟ ହେବ ନାହିଁ। ଆଗାମୀ ଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ, ସରକାରୀ କାର୍ଯ୍ୟକ୍ରମ ଓ ଜନସ୍ୱାର୍ଥ ସମ୍ପର୍କିତ ବିଷୟକୁ ନେଇ ଆଲୋଚନା ହେବ।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
