Azamgarh Encounter:ପୂଜାକୁ ବିରୋଧ: ପତ୍ନୀ,ପୁଅ ଓ ଦୁଇ ପୂଜକଙ୍କୁ ମାରିଲା- ନିଜେ ଏନକାଉଣ୍ଟରରେ ମଲା
ଆତ୍ମସମର୍ପଣ କରି ବନ୍ଧକ ରଖିଥିବା ପିଲାଙ୍କୁ ଛାଡ଼ିବାକୁ ପୁଲିସ କହିଥିଲା। ଅରବିନ୍ଦ ସହ ପୁଲିସ ପ୍ରାୟ ୮ ଘଣ୍ଟା ଧରି କଥାବାର୍ତ୍ତା କରି ବୁଝାଇବାକୁ ପ୍ରୟାସ କଲା। ପିଲାଙ୍କୁ ଛାଡ଼ିଦେବାକୁ କହିଥିଲା। ହେଲେ ପୁଲିସ ଓ ପରିବାରକୁ ଗୁଳି ମାରିବାକୁ ପାଲଟା ଧମକ ଦେଇଥିଲା ଅରବିନ୍ଦ।

ପତ୍ନୀ, ୧୦ ବର୍ଷର ପୁଅ ଓ ଦୁଇ ପୂଜକଙ୍କୁ ହତ୍ୟା କଲା। ଆଉ ଘରେ କଏଦ ଥିବା ହତ୍ୟାକାରୀକୁ ଶେଷରେ ପୁଲିସ ଏନକାଉଣ୍ଟରରେ ମାରିଲା। ୟୁପିର ଆଜମଗଡ଼ରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାଇର ଆତ୍ମାର ଶାନ୍ତି ଲାଗି ହେଉଥିବା ପୂଜାକୁ ବିରୋଧ କରି କ୍ଷୁବ୍ଧ ଅରିବନ୍ଦ ସିଂ ଏଭଳି ନାରକୀୟକାଣ୍ଡ ଭିଆଇଥିଲା। ନିଜ ଲାଇସେନ୍ସପ୍ରାପ୍ତ ରିଭଲଭରରେ ୪ ଜଣଙ୍କୁ ମାରି ଅନ୍ୟ ୩ ପିଲାଙ୍କୁ ଏକ ଘରେ ବନ୍ଦ କରିଦେଇଥିଲା ହତ୍ୟାକାରୀ। ଆତ୍ମସମର୍ପଣ କରି ବନ୍ଧକ ରଖିଥିବା ପିଲାଙ୍କୁ ଛାଡ଼ିବାକୁ ପୁଲିସ କହିଥିଲା। ଅରବିନ୍ଦ ସହ ପୁଲିସ ପ୍ରାୟ ୮ ଘଣ୍ଟା ଧରି କଥାବାର୍ତ୍ତା କରି ବୁଝାଇବାକୁ ପ୍ରୟାସ କଲା। ପିଲାଙ୍କୁ ଛାଡ଼ିଦେବାକୁ କହିଥିଲା। ହେଲେ ପୁଲିସ ଓ ପରିବାରକୁ ଗୁଳି ମାରିବାକୁ ପାଲଟା ଧମକ ଦେଇଥିଲା ଅରବିନ୍ଦ। ଅଚାନକ ଘର ଭିତରେ ଫାୟାରିଂ ହେବାରୁ ପୁଲିସ ଆଉ ଅପେକ୍ଷା କଲାନି। ତୁରନ୍ତ ଆରମ୍ଭ କଲା ଅପରେସନ। ଷ୍ଟନ ଗ୍ରେନେଡ ଓ ଟିୟରଗ୍ୟାସ୍ ବ୍ୟବହାର କରି କବାଟ ଭାଙ୍ଗି ଘରେ ପଶିଲା। ଶେଷରେ ରାତିତମାମ ୮ ଘଣ୍ଟାର ଅପରେସନ ପରେ ପୁଲିସ ସଫଳ ହେଲା। ହତ୍ୟାକାରୀକୁ ମାରି ପିଲାଙ୍କୁ ଉଦ୍ଧାର କଲା। ପୁଲିସ ସାମ୍ନାରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା, କେମିତି ବନ୍ଧକ ଥିବା ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା। ଯେତେବେଳେ ପୁଲିସର ସମସ୍ତ ଅପିଲ୍ କାଟୁ କଲାନି। ହତ୍ୟାକାରୀ ଶୁଣିଲାନି। ଘରକୁ ଚାରିପଟୁ ଘେରିଯାଇଥିଲା ପୁଲିସ। ପୁଲିସ ଘରେ ଏଣ୍ଟ୍ରି ମାରିବା ମାତ୍ରେ ଅରବିନ୍ଦ ଅଚାନକ ପୁଲିସ ଉପରକୁ ଫାୟାରିଂ କଲା। ଆଉ ଜବାବରେ ପୁଲିସ ଏନକାଉଣ୍ଟର କରି ତାକୁ ମାରିଲା। ଅହିରୌଲା ଥାନା ଏରିଆର ଘଟଣା। ମଙ୍ଗଳବାର ସଂଧ୍ୟା ୬ଟାରେ ପତ୍ନୀଙ୍କ ସହ ବଚସା ହୋଇଥିଲା। ପୂଜା କରୁଥିବା ପୂଜାରୀଙ୍କ ଆଧାରକାର୍ଡ ମାଗିଥିଲା ଅରବିନ୍ଦ। ସେମାନଙ୍କ ସହ ଝଗଡ଼ା କଲା। ଆଉ ରାଗରେ ଘରୁ ଲାଇସେନ୍ସ ରାଇଫଲ ଆଣି ଗୁଳି କରିଦେଲା। ପିଲାଙ୍କୁ ବନ୍ଧକ ରଖିବା ପରେ ୬ଥାନାର ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିସ୍ଥିତି ବେକାବୁ ହେବାରୁ ଏସଓଜି ଓ ଏଟିଏସ କମାଣ୍ଡୋଙ୍କୁ ଡକାଯାଇଥିଲା। ରାତି ଗୋଟାଏରେ ନିଜ ୧୦ ବର୍ଷର ପୁଅ ସୌର୍ଯ୍ୟକୁ ବି ଗୁଳି କରିଦେଲା। ଏହା ପରେ ପୁଲିସ ଘରେ ପ୍ରବେଶ କରି ତାକୁ ଏନକାଉଣ୍ଟରରେ ମାରିଦେଲା। ମୃତକ ହେଲେ ପତ୍ନୀ ବବିତା ସିଂ (୪୦), ପୁଅ ସୌର୍ଯ୍ୟ(୧୦), ପୂଜାରୀ ମହେନ୍ଦ୍ର ପାଠକ(୬୦) ଓ ଅଖିଳେଶ ମିଶ୍ରା(୫୫)।
