Delhi 50cr Gold Scam : ପୁରୁଣା ସୁନା ବଦଳରେ ନୂଆ ଗହଣାର ଲୋଭ, ୨୦୦ ମହିଳାଙ୍କୁ ୫୦କୋଟିର ଚୂନ
ଲଷ୍ମୀ ନଗରରେ ଜଣେ ଅଳଙ୍କାର ବ୍ୟବସାୟୀଙ୍କ ବିରୁଦ୍ଧରେ ପ୍ରାୟ ୨୦୦ଜଣ ମହିଳାଙ୍କୁ ପୁରୁଣା ସୁନା ବଦଳରେ ବିନା ' ମେକିଂ ଚାର୍ଜ 'ରେ ନୂଆ ଅଳଙ୍କାର ଦେବାର ପ୍ରଲୋଭନ ଦେଖାଇ ୫୦ କୋଟି ଟଙ୍କାରୁ ଅଧିକ ଠକିଥିବାର ଅଭିଯୋଗ ରହିଛି |

‘ନୋ ମେକିଂ ଚାର୍ଜ’ର ଲୋଭ ଦେଖାଇ ୫୦ କୋଟି ଠକେଇ ଅଭିଯୋଗ | ଦିଲ୍ଲୀର ଲଷ୍ମୀ ନଗରରେ ଜେ ଏକ୍ସଟେସନ ଅଞ୍ଚଳରେ ପୁରୁଣା ସୁନା ବଦଳରେ ନୂଆ ଗହଣା ଦେବା ଓ ତା ଉପରେ ' ମେକିଂ ଚାର୍ଜ ' ନନେବାର ପ୍ରଲୋଭନ ଦେଖାଇ ପ୍ରାୟ ୨୦୦ଜଣ ମହିଳାଙ୍କୁ ସାମିଲ କରି ଗଫ୍ଫାର ଜୁଏଲର ୫୦କୋଟି ଟଙ୍କାରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି | ଅଭିଯୁକ୍ତ ଟଙ୍କା ଓ ସୁନା ପରେ ଗହଣା ଦୋକାନକୁ ବନ୍ଦ କରି ଏବଂ ନିଜ ଘର ସହିତ ଅନ୍ୟ ସମ୍ପତ୍ତିକୁ ବିକି ଫରାର ହୋଇଯାଇଥିଲେ | ରବିବାର ସନ୍ଧ୍ୟାରେ ପୀଡିତା ମହିଳାମାନେ ଦୋକାନ ବାହାରେ ଏକାଠି ହୋଇ ହଙ୍ଗାମା କରିଥିଲେ | ଏବେ ଯାଏଁ ପାଖାପାଖି ୨୦ଜଣ ମହିଳାଙ୍କ ପୋଲିସରେ ଅଭିଯୋଗ କରିଛନ୍ତି | ପୀଡିତା ସୌରଭ ଗୁପ୍ତାଙ୍କ ଅନୁସାରେ , ପ୍ରଥମରୁ ଗହଣା ଦୋକାନରେ ଏକ କିଟି ଯୋଜନା ଆରମ୍ଭ କରିଥିଲେ , ଯେଉଁଥିରେ ଲୋକମାନେ ପ୍ରତିମାସ ଏକ ନିର୍ଦ୍ଦିଷ୍ଟ ରାଶି ଜମା କରୁଥିଲେ | ଅବଧି ପୂର୍ଣ୍ଣ ହେବାପରେ ଜମା ରାଶି ଠାରୁ ଅଧିକ ଦାମର ସୁନାର ଗହଣା ମିଳିବ ବୋଲି ଭରସା ଦେଇଥିଲେ | ପରେ ପୁରଣା ସୁନାକୁ ବଦଳି କରି ନୂଆ ଗହଣା ଦେବାର ଯୋଜନା ଆରମ୍ଭ କରିଥିଲେ ଓ ବିନା ମେକିଂ ଚାର୍ଜରେ କରାଯିବା କଥା କୁହାଯାଇଥିଲା | ପୀଡିତା ମହିଳାଙ୍କ ଅନୁସାରେ , ଯୋଜନାରେ ଅନୁସାରେ ଅନେକ ଲୋକ ନିଜର ପୁରୁଣା ସୁନା ଗଫ୍ଫାର ଜୁଏଲରକୁ ହସ୍ତାନ୍ତର କରିଥିଲେ | କିଛି ଲୋକଙ୍କୁ ପ୍ରାରମ୍ଭରୁ ସୁଧ ଦେଇଥିଲେ ,ଯେଉଁଥିରେ ଲୋକଙ୍କୁ ତାଙ୍କ ଉପରେ ଭରସା ହୋଇଥିଲା ଣ ଜଣେ ମହିଳା ଅଭିଯୋଗ କରିଛନ୍ତି ଗଫ୍ଫାର ଜୁଏଲର ପାଖାପାଖି ୧୨ ତୋଳା ସୁନା ନେଇ ଫରାର ହୋଇଯାଇଥିଲେ | ଅନ୍ୟ ମହିଳାମାନେ ୧୨ ରୁ ୧୫ ତୋଳା ପୁରୁଣା ସୁନା ନେଇ ଯାଇଥିବାର ଦାଵି କରିଛନ୍ତି | ଡିସିପି କହିଛନ୍ତି, ଲୋକଙ୍କ ଅଭିଯୋଗ ନେଇ ତଦନ୍ତ ଆରମ୍ଭ କରିଛି | ଏବେ ଯାଏଁ ୨୦ଟି ଅଭିଯୋଗ ହୋଇଛି | ସମସ୍ତ ଅଭିଯୋଗ ମିଳିବା ପରେ ସମସ୍ତ ସୁନାର ଆକଳନ କରାଯିବ |
