Bharat's first Hydrogen Train:ଫାଙ୍କା ଗଡ଼ୁଛି ଭାରତର ପ୍ରଥମ ଗ୍ରୀନ୍ ଟ୍ରେନ୍: ରେଲୱେର ମାଷ୍ଟରପ୍ଲାନ୍,ଦିଲ୍ଲୀ ଯାଏ ଗଡ଼ାଇବାକୁ ସଜବାଜ !
ସୁପରଫ୍ଲପ୍ ହେଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ | ୨,୬୦୦ କ୍ଷମତା କିନ୍ତୁ ମାତ୍ର ୪୦ ଜଣ ଯାତ୍ରୀ | ରେଳୱେକୁ ଚିନ୍ତା ଗ୍ରୀନ୍ ଟ୍ରେନ୍ ର ପାସେଞ୍ଜର ଅକାଳ | ଦିଲ୍ଲୀ ଯାଏ ଗଡିବାକୁ ପ୍ଲାନ |
ମଞ୍ଚରେ କଳାକାର ଠିଆ ହେଇଛି ଆଉ ସାମ୍ନାରେ ଦର୍ଶକ ନାହାନ୍ତି, କିଛି ଏହିଭଳି ଅବସ୍ଥାରେ ଭାରତର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍ ଟ୍ରେନ୍ | ଗତ ଜୁଲାଇ ୧୭ରେ ଏହି ଗ୍ରୀନ୍ ଟ୍ରେନକୁ ମିଳିଥିଲା ଗ୍ରୀନ୍ ସିଗନାଲ୍ ,ହରିୟାଣାର ଜିନ୍ଦ-ସୋନିପତ୍ ୮୯ କିଲୋମିଟର ରୁଟ୍ରେ ଚାଲୁଥିବା ଏହି ଅତ୍ୟାଧୁନିକ ଟ୍ରେନ୍ ଧୁମଧାମରେ ଯାତ୍ରା ଆରମ୍ଭ କରିଥିଲା | ହେଲେ ଆଶାନୁରୂପ ମିଳୁନି ରେଜଲ୍ଟ । ୨,୬୦୦ ଯାତ୍ରୀର କ୍ଷମତା ଥିବାବେଳେ,ମାତ୍ର ୪୦ରୁ ୬୦ ଜଣ ଯାତ୍ରୀଙ୍କୁ ବୋହୁଛି ଏହି ଟ୍ରେନ୍। ପାସେଞ୍ଜର ନଥିବା କାରଣରୁ ଦିନରେ ମାତ୍ର ଥରେ ଚକ୍କର ଲଗାଇ ଫାଙ୍କା ଗଡୁଛି ଗାଡି | ତେବେ ଏହି 'ଫ୍ଲପ୍ ଶୋ'କୁ ଠିକ କରିବାପାଇଁ ,ଭାରତୀୟ ରେଳବାଇ ଏବେ ରାଜଧାନୀ ଦିଲ୍ଲୀର ଆଜାଦପୁର ଷ୍ଟେସନ ଯାଏ ଲମ୍ବାଇବ ଟ୍ରାକ୍ | ମାତ୍ର ଦିଲ୍ଲୀ ରୁଟ୍ରେ ଟ୍ରାକ୍ ଏବଂ ମାତ୍ର ୧୦ଟି ବଗି କ୍ଷମତା ରେଲୱେର ମାଷ୍ଟରପ୍ଲାନରେ ଏବେ ବଡ଼ ଚ୍ୟାଲେଞ୍ଜ। ସେପଟେ, ସ୍ଥାନୀୟ ଯାତ୍ରୀମାନେ ଏହାକୁ ଶିଳ୍ପାଞ୍ଚଳ ପାଣିପଥ୍ ଦେଇ ଚଳାଇବାକୁ ପରାମର୍ଶ ଦେଇଛନ୍ତି। ଜର୍ମାନୀ, ଚୀନ୍ ଭଳି ଗଣତିରେ ଆସୁଥିବା ଦେଶସମୂହ ତାଲିକାରେ ଭାରତକୁ ସାମିଲ୍ କରିଥିବା ଏହି ହାଇଡ୍ରୋଜେନ୍ ଟ୍ରେନ୍ର, ପାସେଞ୍ଜର ଅକାଳ ରାଜଧାନୀରେ ସରୁଛି କି ନାହିଁ ,ଦେଖିବାକୁ ବାକି ରହିଲା।
