Delhi Airport Runway : ଦିଲ୍ଲୀ ଏୟାରପୋର୍ଟର ତୃତୀୟ ରନୱେ ଖୋଲିବ ୨୦ ସେପ୍ଟେମ୍ବରରୁ
ସେପ୍ଟେମ୍ବର ୨୦ରୁ ପୁଣି କାର୍ଯ୍ୟକ୍ଷମ ହେବ ଦିଲ୍ଲୀ ଏୟାରପୋର୍ଟର ତୃତୀୟ ରନୱେ। ଦୀର୍ଘ ୭ ମାସ ପରେ ରନୱେ ଖୋଲିବା ପରେ ବିମାନ ଚଳାଚଳ କ୍ଷମତା ବଢ଼ିବା ଆଶା। #
N
By Namita PattanaikPublished: Sep 19, 2026, 07:17 PM •1 min read •4 Views
ନୂଆଦିଲ୍ଲୀ: ପ୍ରାୟ ୭ ମାସର ବ୍ୟବଧାନ ପରେ ପୁଣି କାର୍ଯ୍ୟକ୍ଷମ ହେବ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରର ତୃତୀୟ ରନୱେ। ସେପ୍ଟେମ୍ବର ୨୦ରୁ ଏହି ରନୱେକୁ ପୁଣି ବିମାନ ଚଳାଚଳ ପାଇଁ ଖୋଲାଯିବାକୁ ଯାଉଛି। ରନୱେଟି ବନ୍ଦ ଥିବାରୁ ବିମାନ ଚଳାଚଳ ଓ ରନୱେ ପରିଚାଳନା ଉପରେ ଅତିରିକ୍ତ ଚାପ ପଡ଼ୁଥିଲା। ତୃତୀୟ ରନୱେ ପୁଣି କାର୍ଯ୍ୟକ୍ଷମ ହେବା ପରେ ବିମାନ ଚଳାଚଳର କ୍ଷମତା ବଢ଼ିବା ସହ ଅପରେସନାଲ୍ ଫ୍ଲେକ୍ସିବିଲିଟି ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଦିଲ୍ଲୀ ଏୟାରପୋର୍ଟ ଦେଶର ଅନ୍ୟତମ ବ୍ୟସ୍ତ ବିମାନବନ୍ଦର ହୋଇଥିବାରୁ ତୃତୀୟ ରନୱେ ପୁଣି ଖୋଲିବାକୁ ବିମାନ ଯାତ୍ରୀଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଭାବେ ଦେଖାଯାଉଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
