Elevated Corridor:ଦୀର୍ଘ ପ୍ରତୀକ୍ଷାର ଅନ୍ତ, ଅମିତ ଶାହ କଲେ ବାରାପୁଲା ଫେଜ୍-୩ ଏଲିଭେଟେଡ୍ କରିଡୋର ଉଦ୍ଘାଟନ
ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ-NCR ପାଇଁ ନବନିର୍ମିତ ବାରାପୁଲା ଫେଜ-୩ ଏଲିଭଟେଡ଼ କରିଡୋରର ଉଦଘାଟନ କରିଛନ୍ତି | ଏହି ଅବସରରେ ଲୋକ ନିର୍ମାଣ ମନ୍ତ୍ରୀ ପ୍ରବେଶ ବର୍ମା ଓ ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ହର୍ଷ ମଲହୋତ୍ରା ପୂର୍ବତନ ସରକାରଙ୍କ ଉପରେ ପ୍ରକଳ୍ପରେ ବିଳମ୍ୱରେ ହୋଇଥିବାର ଅଭିଯୋଗ କଲେ |

ଦେଶର ରାଜଧାନୀ ଦିଲ୍ଲୀ ଓ ଏହା ସହ ସଂଲଗ୍ନ NCRର ଲୋକମାନେ ଯେଉଁ ମୁହୂର୍ତ୍ତକୁ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ, ସେହି ମୁହୂର୍ତ୍ତ ଆଜି ଆସିଛି | ନବନିର୍ମିତ ବାରାପୁଲା ଫେଜ୍-୩ ଏଲିଭେଟେଡ୍ କରିଡୋରର ଆଜି ଗୃହମନ୍ତ୍ରୀ ଅମିତ ଶାହ ଉଦ୍ଘାଟନ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ଅମିତ ଶାହଙ୍କ ପାଇଁ କୌଣସି ଭାଷଣ ସ୍ଥିର ନଥିଲା, ଏବଂ କାର୍ଯ୍ୟସୂଚୀ ଅନୁସାରେ, ଅମିତ ଶାହ ଏଲିଭେଟେଡ୍ କରିଡରର ଉଦଘାଟନ କରି ସେଠାରୁ ଫେରି ଯାଇଥିଲା | ଏହା ସହିତ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା | ଗୃହମନ୍ତ୍ରୀ ପହଞ୍ଚିବା ପୂର୍ବରୁ CM ରେଖା ଗୁପ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କଲେ | ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଲେ ,ପୂର୍ବରୁ ଆମ୍ ଆଦ୍ମୀ ପାର୍ଟିର ସରକାର ଦିଲ୍ଲୀକୁ ବର୍ବାଦ କରିବା ପାଇଁ କୌଣସି କମି ରଖିଲେ ନାହିଁ , ଦିଲ୍ଲୀର ବିକାଶକୁ ଅଚଳ କରିଦେଲେ | ଏହି ପୋଲକୁ ପୂର୍ବତନ ସରକାର ଅଟକାଇ ରଖିଥିଲେ | ଏହାର ନିର୍ମାଣ କାମକୁ ଆଗକୁ ବଢ଼ାଯାଉନଥିଲା | ଟଙ୍କା ମିଳିବା ପରେ ମଧ୍ୟ ସେହି ସରକାର ଏହି କାମକୁ ସମ୍ପୂର୍ଣ୍ଣ କରିନଥିଲେ | ଆମ ସରକାର ଆସିବା ପରେ ସମସ୍ତ ସମସ୍ୟା ଓ ବାଧା ଦୂର କରାଯାଇ କାମକୁ ଆଗକୁ ବଢ଼ାଯାଇଥିଲା | ଆଜି ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଉଛି | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଆଗାମୀ ୫ ବର୍ଷରେ ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ଏତେ କାମ କରିବୁ, ଏତେ ବିକାଶମୂଳକ କାର୍ଯ୍ୟ କରିବୁ, ଯାହା ପୂର୍ବତନ ସରକାର ୫୦ ବର୍ଷରେ ମଧ୍ୟ କରିପାରିନଥିବ। | ଏହି ସମୟରେ ଉଦଘାଟନ କାର୍ଯ୍ୟକ୍ରମରେ ଆସିଥିବା ଲୋକ ନିର୍ମାଣ ମନ୍ତ୍ରୀ ପ୍ରବେଶ ବର୍ମା କହିଛନ୍ତି ଯେ ଏହା କେବଳ ପୋଲର ଶୁଭାରମ୍ଭ ନୁହେଁ ,ଏହା ଦିଲ୍ଲୀ ଲୋକଙ୍କ ଟାକ୍ସ ପଇସାରେ ତିଆରି ହୋଇଥିବା ସେହି ଯୋଜନା ଯାହା ପୂର୍ବତନ ସରକାର ଏହାକୁ ଅଟକାଇ ରଖିଥିଲା | ଆମ ସରକାର ଗଠନ ହେବା ପରେ ସର୍ବପ୍ରଥମେ ମୁଁ ଏହି ପୋଲର ନିରୀକ୍ଷଣ କରିଥିଲି | ସେତେବେଳେ ଅଧିକାରୀମାନେ କହିଥିଲେ ଯେ, ପ୍ରଥମ ଥର ପାଇଁ କୌଣସି ମନ୍ତ୍ରୀ ଏହି ପୋଲର ନିରୀକ୍ଷଣ କରିବାକୁ ଆସିଛନ୍ତି | ପୂର୍ବତନ ସରକାର ସମୟରେ ଏଠାକୁ ଦେଖିବାକୁ ମଧ୍ୟ କେହି ଆସିନଥିଲେ | ଏହା ପୂର୍ବରୁ ଥିବା ସରକାର ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜରିୱାଲ ନିଜ ମହଲରେ କେବଳ ଶୋଉଥିଲେ ଏବଂ କେହି ଦେଖିବାକୁ ଆସୁନଥିଲେ କେଉଁଠି କୋଉ କାମ ହେଉଛି | କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ବା ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ହର୍ଷ ମଲହୋତ୍ରା କହିଛନ୍ତି ଯେ ଆମର ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱରେ ଲଗାତାର ଦିଲ୍ଲୀର ବିକାଶ ହେଉଛି |
