ସାଇରନ ବାଜିଲେ ଟିଭି-ମୋବାଇଲ ବନ୍ଦ : ଡିଜିଟାଲ ଡିଟକ୍ସର ପ୍ରଭାବ
ଆଜିର ଡିଜିଟାଲ୍ ଯୁଗରେ ମୋବାଇଲ୍ ଓ Internet ଠାରୁ ସମ୍ପୂର୍ଣ୍ଣ ଦୂରେ ରହିବା ସମ୍ଭବ ନୁହେଁ। କିନ୍ତୁ “କେତେ ସମୟ ବ୍ୟବହାର କରୁଛୁ” ଠାରୁ “କାହିଁକି ଓ କିପରି ବ୍ୟବହାର କରୁଛୁ” ଅଧିକ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ସୀମା, phone-free time ଓ offline activities ମାଧ୍ୟମରେ ଡିଜିଟାଲ୍ ଜୀବନ ଓ ବାସ୍ତବ ଜୀବନ ମଧ୍ୟରେ ସନ୍ତୁଳନ ଆଣିବା ହେଉଛି Digital Detox ର ମୁଖ୍ୟ ଉଦ୍ଦେଶ୍ୟ।

ଡିଜିଟାଲ ଡିଟକ୍ସରୁ ଭଲ ନିଦ ଓ ମାନସିକ ଶାନ୍ତି।। ଦୈନିକ କେବଳ ଘଣ୍ଟାଏ ମୋବାଇଲରୁ ଦୂରେଇ ରୁହନ୍ତୁ। ସୁଧୁରିବ ସ୍ଲିପ୍ ସାଇକିଲ, ଆଖିକୁ ବ୍ଲୁ-ଲାଇଟରୁ ମିଳିବ ଆଶ୍ୱସ୍ତି। Digital Detox ହେଉଛି ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ମୋବାଇଲ୍, ସୋସିଆଲ୍ ମିଡିଆ, ଟିଭି, ଲାପଟପ୍ ଓ ଅନ୍ୟ ଡିଜିଟାଲ୍ ଡିଭାଇସ୍ର ବ୍ୟବହାର କମାଇବା ବା ବନ୍ଦ କରିବା। ଏହାର ଲକ୍ଷ୍ୟ ହେଉଛି ଡିଜିଟାଲ୍ ନିର୍ଭରଶୀଳତା କମାଇ ଦୈନନ୍ଦିନ ଜୀବନରେ ଏକାଗ୍ରତା ଓ ପରିବାର-ସାମାଜିକ ସମ୍ପର୍କରେ ସନ୍ତୁଳନ ଆଣିବା। ଭାରତର Economic Survey 2025-26 ଡିଜିଟାଲ୍ ଆସକ୍ତିକୁ ବିଶେଷକରି ଶିଶୁ ଓ ଯୁବପିଢ଼ି ପାଇଁ ଏକ ଗୁରୁତର ଚ୍ୟାଲେଞ୍ଜ୍ ଭାବେ ଉଲ୍ଲେଖ କରିଛି। ଅତ୍ୟଧିକ ଡିଜିଟାଲ୍ ବ୍ୟବହାର ଏକାଗ୍ରତା କମାଇବା, ପଢ଼ା ଓ କାମରେ ବାଧା, ନିଦରେ ସମସ୍ୟା ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ସହ ଜଡିତ ବୋଲି Survey ରେ କୁହାଯାଇଛି। ଅଧିକ ସ୍କ୍ରିନରେ ସମୟ ବିତାଇଲେ ଏହାର ବେଶ୍ କୁପ୍ରଭାବ ରହିଛି। ଯେମିତିକି ଏକାଗ୍ରତା ଓ productivity କମିପାରେ। ରାତିରେ ନିଦ ଠିକରେ ହୁଏନା। ସବୁବେଳେ ଫୋନ୍ ଚେକ୍ କରିବାର ଅଭ୍ୟାସ ବଢ଼ୁଛି। Social comparison ଯୋଗୁଁ ଚିନ୍ତା ଓ ମନ ଖରାପ ହେବାର ସମ୍ଭାବନା ରହେ। ଏହା ସହ ପରିବାର ଓ ସାଙ୍ଗମାନଙ୍କ ସହ offline interaction କମିବା ସହ ଶାରୀରିକ କାର୍ଯ୍ୟକଳାପ କମିଯାଇପାରେ। ଡିଜିଟାଲ୍ ବ୍ୟବହାରକୁ ସନ୍ତୁଳିତ କରିବା ପାଇଁ device-free hours, screen-time limits, technology-free zones, parental training ଏବଂ age-based access limits ଭଳି ପଦକ୍ଷେପ ବିଚାର କରିବାକୁ ସୁପାରିଶ କରିଛି 2026 Economic Survey। କର୍ଣ୍ଣାଟକର 2026 ଡ୍ରାଫ୍ଟ ନୀତିରେ ସ୍କୁଲ୍ଗୁଡ଼ିକରେ Digital Safety and Wellness Committee, recreational screen time ସୀମିତ କରିବା, tech-free periods ଏବଂ ପ୍ରତି term ରେ Digital Detox Week/Offline Joy Days ଭଳି ପ୍ରସ୍ତାବ ମଧ୍ୟ ଆସିଛି। ତେବେ ଡିଜିଟାଲ ଡିଟକ୍ସ କେମିତି କରିବେ। ସକାଳର ପ୍ରଥମ 30–60 ମିନିଟ୍ ଫୋନ୍ ଠାରୁ ଦୂରେଇ ରୁହନ୍ତୁ। ଖାଇବା ସମୟରେ ଫୋନ- ଫ୍ରି ଜୋନ କରନ୍ତୁ। ଶୋଇବା ପୂର୍ବରୁ କିଛି ସମୟ ସ୍କ୍ରିନ ବନ୍ଦ କରନ୍ତୁ। ସୋସିଆଲ ମିଡିଆ ନୋଟିଫିକେସନ ବନ୍ଦ କରନ୍ତୁ। ଦୈନିକ କିଛି ସମୟ କାଟିବା, ବ୍ୟାୟାମ, ପୁସ୍ତକ ପଢ଼ିବା ବା ପରିବାର ସହ କଥାବାର୍ତ୍ତାରେ ବିତାନ୍ତୁ। ତେବେ Digital Detox ମାନେ ସବୁବେଳେ ଫୋନ୍ ସମ୍ପୂର୍ଣ୍ଣ ବନ୍ଦ କରିଦେବା ନୁହେଁ। ଗବେଷଣା ସମୀକ୍ଷା ଅନୁସାରେ, ସମ୍ପୂର୍ଣ୍ଣ ଡିଜିଟାଲ୍ ବିରତି ଅପେକ୍ଷା ବ୍ୟବହାରକୁ ଯୋଜନାବଦ୍ଧ ଭାବରେ କମାଇବା କେତେକ ପରିସ୍ଥିତିରେ ଅଧିକ ଉପକାରୀ ହୋଇପାରେ; ଏହାର ପ୍ରଭାବ ବ୍ୟକ୍ତି, ବୟସ ଓ ବ୍ୟବହାରର ପ୍ରକାର ଉପରେ ନିର୍ଭର କରେ। କାରଣ ଆଜିର ଡିଜିଟାଲ୍ ଯୁଗରେ ମୋବାଇଲ୍ ଓ Internet ଠାରୁ ସମ୍ପୂର୍ଣ୍ଣ ଦୂରେ ରହିବା ସମ୍ଭବ ନୁହେଁ। କିନ୍ତୁ “କେତେ ସମୟ ବ୍ୟବହାର କରୁଛୁ” ଠାରୁ “କାହିଁକି ଓ କିପରି ବ୍ୟବହାର କରୁଛୁ” ଅଧିକ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ସୀମା, phone-free time ଓ offline activities ମାଧ୍ୟମରେ ଡିଜିଟାଲ୍ ଜୀବନ ଓ ବାସ୍ତବ ଜୀବନ ମଧ୍ୟରେ ସନ୍ତୁଳନ ଆଣିବା ହେଉଛି Digital Detox ର ମୁଖ୍ୟ ଉଦ୍ଦେଶ୍ୟ। କର୍ଣ୍ଣାଟକ ବେଲଗାଭି ଜିଲ୍ଲାର ହଲାଗା ଗାଁରେ ଅଭିନବ ଡିଜିଟାଲ ଡିଟକ୍ସ ଅଭିଯାନ ଆରମ୍ଭ ହୋଇଛି। ସଂଧ୍ୟା ୭ରୁ ରାତି୯ ଯାଏ ଗାଁରେ ବାଜେ ସାଇରନ। ସାଇରନ ବାଜିବା ମାତ୍ରେ ଗାଁରେ ଟିଭି ଓ ମୋବାଇଲ ପୁରା ବନ୍ଦ ହୋଇଯାଏ। ପ୍ରତିଦିନ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମୋବାଇଲ୍, ଟିଭି ଓ ଅନ୍ୟାନ୍ୟ ମନୋରଞ୍ଜନମୂଳକ ଡିଜିଟାଲ୍ ଉପକରଣରୁ ଦୂରେଇ ରହିବାକୁ ଗ୍ରାମବାସୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ପ୍ରତିଦିନ ସନ୍ଧ୍ୟା ୭ଟାରେ ଗ୍ରାମ ପଞ୍ଚାୟତ ପକ୍ଷରୁ ସାଇରନ୍ ବଜାଯାଏ। ସାଇରନ୍ ଶୁଣିବା ପରେ ଗ୍ରାମବାସୀ ଟିଭି ବନ୍ଦ କରିବା ସହ ମୋବାଇଲ୍ ଫୋନ୍କୁ ପାଖରେ ରଖିଦିଅନ୍ତି। ପୁଣି ରାତି ୯ଟାରେ ଦ୍ୱିତୀୟ ସାଇରନ୍ ବାଜିବା ପରେ ଦୁଇ ଘଣ୍ଟିଆ ‘ଡିଜିଟାଲ୍ ଅଫ୍’ ସମୟ ଶେଷ ହୁଏ। ଏହି ସମୟରେ ଲୋକମାନେ ପଢ଼ାପଢ଼ି, ପରିବାର ସହ କଥାବାର୍ତ୍ତା, ଘରୋଇ କାମ, ଖେଳକୁଦ ଓ ଅନ୍ୟାନ୍ୟ ଅଫ୍ଲାଇନ୍ କାର୍ଯ୍ୟରେ ସମୟ ବିତାଉଛନ୍ତି। ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ପାଠପଢ଼ାରେ ମୋବାଇଲ୍ ଓ ଟିଭି ଯୋଗୁଁ ହେଉଥିବା ବାଧାକୁ କମାଇବା। ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ ପିଲାମାନେ ହୋମ୍ୱାର୍କ କରିବା, ବହି ପଢ଼ିବା ଓ ପରୀକ୍ଷା ପାଇଁ ପ୍ରସ୍ତୁତି ନେବାକୁ ସମୟ ପାଉଛନ୍ତି। ଏହା ସହିତ ଚିତ୍ର ଆଙ୍କିବା, ଖେଳକୁଦ ଓ ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟରେ ପିଲାଙ୍କୁ ଉତ୍ସାହିତ କରାଯାଉଛି। ଏହି ଅଭିଯାନ କେବଳ ପିଲାମାନଙ୍କ ପାଇଁ ନୁହେଁ। ଅଭିଭାବକମାନେ ମଧ୍ୟ ଏହି ଦୁଇ ଘଣ୍ଟା ମୋବାଇଲ୍ ଠାରୁ ଦୂରେ ରହିବାକୁ ପ୍ରୋତ୍ସାହିତ ହେଉଛନ୍ତି।ଏହା ଫଳରେ ପରିବାରର ସଦସ୍ୟମାନେ ପରସ୍ପର ସହ କଥା ହେବା, ପିଲାଙ୍କ ପଢ଼ା ବିଷୟରେ ଆଲୋଚନା କରିବା ଓ ଏକାଠି ସମୟ ବିତାଇବାର ସୁଯୋଗ ପାଉଛନ୍ତି। ହାଲଗା ଗାଁରେ ୧୭ ଡିସେମ୍ୱର ୨୦୨୫ରୁ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଏହି ‘ଡିଜିଟାଲ୍ ଅଫ୍’ କାର୍ଯ୍ୟକ୍ରମ ଚାଲୁରହିଛି। ହାଲଗା ଗାଁର ଏହି ଅଭିଯାନକୁ ଗ୍ରାମ ପଞ୍ଚାୟତ, ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳିଛି। ଏହାକୁ ଲାଗୁ କରିବା ପାଇଁ ଜରିମାନା ବା ଦଣ୍ଡର ବ୍ୟବସ୍ଥା ନଥାଇ ସଚେତନତା ଓ ସାମୂହିକ ସହଯୋଗକୁ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନ ଜରିଆରେ ମୋବାଇଲ ନିର୍ଭରଶୀଳତା କମିଛି। ପିଲାଙ୍କ ପାଠପଢ଼ାରେ ଏକାଗ୍ରତା, ପରିବାର ଭିତରେ ଯୋଗାଯୋଗ ବୃଦ୍ଧି ହୋଇପାରୁଛି। ଏଭଳି ପଦକ୍ଷେପରେ ପ୍ରେରିତ ହୋଇ ମହାରାଷ୍ଟ୍ରର କିଛି ଗାଁରେ ବି ଆରମ୍ଭ ହୋଇଛି ସ୍କ୍ରିନ-ଫି ଅଭିଯାନ।
