Dr. Reddy's Laboratories firm signed an agreement with Takeda Pharma :ଭାରତର ପ୍ରଥମ ଡେଙ୍ଗୁ ଟିକା Qdenga ବଣ୍ଟନ ପାଇଁ Dr. Reddy’s–Takeda ଚୁକ୍ତି
ଭାରତର ପ୍ରଥମ ଅନୁମୋଦିତ ଡେଙ୍ଗୁ ଟିକା Qdengaର ପ୍ରାଇଭେଟ୍ ମାର୍କେଟ୍ରେ ପ୍ରମୋସନ୍ ଓ ବଣ୍ଟନ ପାଇଁ Takeda ସହ ଚୁକ୍ତି କରିଛି Dr. Reddy’s Laboratories। ୨୦୨୭ର ପ୍ରଥମାର୍ଦ୍ଧରେ ଟିକା ଉପଲବ୍ଧ ହେବାର ଆଶା ରହିଛି।

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଅନୁମୋଦିତ ଡେଙ୍ଗୁ ଟିକା Qdengaର ବଣ୍ଟନ ନେଇ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ଜାପାନୀ ଫାର୍ମା କମ୍ପାନୀ Takeda ସହ Dr. Reddy’s Laboratories ଏକ ବିତରଣ ଚୁକ୍ତି କରିଛି। ଏହି ଚୁକ୍ତି ଅନୁଯାୟୀ ଭାରତର ପ୍ରାଇଭେଟ୍ ମାର୍କେଟ୍ରେ ଶିଶୁ ଓ ବୟସ୍କଙ୍କ ପାଇଁ Qdengaର ପ୍ରମୋସନ୍ ଏବଂ ବଣ୍ଟନ କରିବ Dr. Reddy’s। ଚଳିତ ବର୍ଷ ଜୁଲାଇରେ Central Drugs Standard Control Organisation (CDSCO) ୪ରୁ ୬୦ ବର୍ଷ ବୟସର ବ୍ୟକ୍ତିଙ୍କଠାରେ ଡେଙ୍ଗୁ ପ୍ରତିରୋଧ ପାଇଁ Qdengaକୁ ମାର୍କେଟିଂ ଅନୁମୋଦନ ଦେଇଥିଲା। ଏହା ଭାରତରେ ଅନୁମୋଦିତ ପ୍ରଥମ ଡେଙ୍ଗୁ ଟିକା ବୋଲି କେନ୍ଦ୍ର ସରକାର କହିଛନ୍ତି। ଚୁକ୍ତି ଅନୁଯାୟୀ, ପ୍ରାଇଭେଟ୍ ମାର୍କେଟ୍ରେ Qdengaର ଏକ୍ସକ୍ଲୁସିଭ୍ ପ୍ରମୋସନ୍ ଓ ବଣ୍ଟନ ଦାୟିତ୍ୱ Dr. Reddy’s ପାଖରେ ରହିବ। ଅନ୍ୟପଟେ ପବ୍ଲିକ୍ ମାର୍କେଟ୍ରେ ଏହାର କମର୍ସିଆଲାଇଜେସନ୍ ଅଧିକାର Takeda ପାଖରେ ରହିବ। ଟିକାର ଉତ୍ପାଦନ ଓ ଭାରତକୁ ଆମଦାନୀ ଦାୟିତ୍ୱ ମଧ୍ୟ Takedaର ରହିବ।
କମ୍ପାନୀ ପକ୍ଷରୁ କୁହାଯାଇଛି, ଆବଶ୍ୟକ ସ୍ଥାନୀୟ ନିୟାମକ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ୨୦୨୭ର ପ୍ରଥମ ଛଅ ମାସ ମଧ୍ୟରେ ଭାରତରେ Qdenga ଉପଲବ୍ଧ ହେବାର ଆଶା ରହିଛି। ଟିକାଟି ଦୁଇଟି ଡୋଜ୍ରେ ଦିଆଯାଏ ଏବଂ ଦୁଇ ଡୋଜ୍ ମଧ୍ୟରେ ୩ ମାସର ବ୍ୟବଧାନ ରହିଥାଏ। ଡେଙ୍ଗୁ ଭାରତରେ ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇଥିବା ବେଳେ ଦେଶରେ ପ୍ରଥମ ଡେଙ୍ଗୁ ଟିକାର ଅନୁମୋଦନ ଓ ଏହାକୁ ପ୍ରାଇଭେଟ୍ ମାର୍କେଟ୍ରେ ଉପଲବ୍ଧ କରାଇବା ପାଇଁ ହୋଇଥିବା ଏହି ଚୁକ୍ତିକୁ ଡେଙ୍ଗୁ ପ୍ରତିରୋଧ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
