‘Drishyam 3’ Craze: ‘ଦୃଶ୍ୟମ୍ ୩’ର ଜବରଦସ୍ତ କ୍ରେଜ୍ : ୪ ଦିନରେ ୩୦୩ କୋଟି ପାର୍
ବିଜୟ ସାଲଗାଓଁକରଙ୍କ କାହାଣୀ ପୁଣିଥରେ ଦର୍ଶକଙ୍କୁ ସିନେମା ହଲ୍କୁ ଟାଣି ଆଣିଛି। ଅଜୟ ଦେବଗନ୍ଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ଦୃଶ୍ୟମ୍ - ୩ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ରିଲିଜ୍ ପରେ ପ୍ରଥମ ସପ୍ତାହାନ୍ତରେ ଜବରଦସ୍ତ ଆୟ କରିଥିଲା ବେଳେ ପ୍ରଥମ ସୋମବାର କଲେକ୍ସନରେ କିଛି ମାତ୍ରାରେ ହ୍ରାସ ଦେଖାଯାଇଛି। ତଥାପି ମାତ୍ର ୪ ଦିନରେ ଫିଲ୍ମର ବିଶ୍ୱବ୍ୟାପୀ ଆୟ ୩୦୩ କୋଟିରେ ପହଞ୍ଚିଛି କଲେକ୍ସନ୍।
ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ୍ ଦ କନକ୍ଲୁଜନ୍’ ବକ୍ସ ଅଫିସ୍ରେ ନିଜର ଦମଦାର ଦୌଡ଼ ଜାରି ରଖିଛି। ରିଲିଜ୍ ପରେ ପ୍ରଥମ ତିନି ଦିନରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଭଲ ଉତ୍ସାହ ଦେଖିବାକୁ ମିଳିଥିଲା | କିନ୍ତୁ ଜବରଦସ୍ତ ୱିକେଣ୍ଡ କଲେକ୍ସନ ପରେ, ୪ର୍ଥ ଦିନ ପ୍ରଥମ ସୋମବାର ରେ ଫିଲ୍ମର ଆୟରେ ପ୍ରାୟ ୬୫.୬ ପ୍ରତିଶତର ହ୍ରାସ ଦେଖିବାକୁ ମିଳିଥିଲା। ଏହି ସସ୍ପେନ୍ସ-ଥ୍ରୀଲର୍ ଫିଲ୍ମଟି ରବିବାର ଦିନ ୬୧ କୋଟି ଆୟ କରିଥିବାବେଳେ ସୋମବାର ଦିନ ୧୬,୨୭୪ଟି ସୋ’ ଜରିଆରେ ୨୧ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଛି। ଏହା ସହିତ ଫିଲ୍ମର ଭାରତରେ ନେଟ୍ କଲେକ୍ସନ୍ ୧୯୭ କୋଟି ଏବଂ ଡେମେଷ୍ଟିକ ଗ୍ରସ୍ ୨୩୭ କୋଟି ଟଙ୍କାରେ ପହଞ୍ଚିଥିବାବେଳେ ମାତ୍ର ୪ ଦିନରେ ବିଶ୍ୱବ୍ୟାପୀ ମୋଟ ୩୦୩ କୋଟି ଟଙ୍କା ଅତିକ୍ରମ କରିଛି।
ଫିଲ୍ମଟି ମୋହନଲାଲଙ୍କ ଅଭିନୀତ ମାଲାୟାଲମ୍ ମୂଳ ଫିଲ୍ମ ଦୃଶ୍ୟମ୍ ୩ର ସମଗ୍ର ଜୀବନର ଥଏଟରିକାଲ୍ ଗ୍ରସ୍ ୨୩୭.୭୦ କୋଟି କଲେକ୍ସନ୍କୁ ପଛରେ ପକାଇସାରିଛି। ଖାସ୍ କଥା ହେଉଛି, ‘ଦୃଶ୍ୟମ୍ ଦ କନକ୍ଲୁଜନ୍’ ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନିଂ ଡେ’ ଏବଂ ଓପନିଂ ୱିକେଣ୍ଡ ଦେଇଛି। ୨୦୨୬ର ସର୍ବାଧିକ ଓପନିଂ ୱିକେଣ୍ଡ ଫିଲ୍ମ ତାଲିକାରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି। ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟଙ୍କ ସହ ତବୁ, ଶ୍ରିୟା ସରଣ, ରଜତ କପୁର ଓ ଇଶିତା ଦତ୍ତା ନିଜ ଭୂମିକାକୁ ଫେରିଛନ୍ତି। ଜୟଦୀପ ଅହଲାୱତ ଓ ପ୍ରକାଶ ରାଜ ମଧ୍ୟ ଏଥିରେ ନୂଆ ଭାବେ ସାମିଲ ହୋଇଛନ୍ତି। ବିଜୟ ସାଲଗାଓଁକର ଭୂମିକାରେ ପୁଣିଥରେ ଦର୍ଶକଙ୍କ ମନ ଜିତିଛନ୍ତି ଅଜୟ ଦେବଗନ୍।
