Fake Caste Certificate:ଜାଲି ଜାତି ପ୍ରମାଣପତ୍ର- ଫସିଲେ ପୂର୍ବତନ ଆଇପିଏସ
ତାଙ୍କର ଜାଲି ଏସଟି ସାର୍ଟିଫିକେଟ ବିଦିଶାରୁ ଜାରି ହୋଇଥିଲା। ତାଙ୍କର ମୂଳ ନିବାସୀ ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରଘୁବୀରଙ୍କ ପତ୍ନୀ ମମତା ମୀଣା ୨୦୧୩ରୁ ୨୦୧୮ ଯାଏ ଚାଚୌଡ଼ାର ବିଜେପି ବିଧାୟକ ଥିଲେ।

ପୂର୍ବତନ ଆଇପିଏସଙ୍କ କାରସାଦି। ଜାଲି ପ୍ରମାଣପତ୍ର ପାଇଁ ତାଙ୍କ ବିରୁଦ୍ଧରେ ରୁଜୁ ହେଲା ଏତଲା। ପୂର୍ବତନ ଆଇପିଏସ ଅଫିସର ରଘୁବୀର ସିଂ ମୀଣା ଏବେ ବିବାଦରେ। ରଘୁଙ୍କ ପତ୍ନୀ ମମତ ମୀଣା ବିଜେପିର ବିଧାୟକ ଥିଲେ। ରଘୁବୀର ସିଂଙ୍କ ଚୟନ ୧୯୮୬ରେ ଡିଏସପି ପଦରେ ହୋଇଥିଲା। ଏହା ପୂର୍ବରୁ ସେ ଶିକ୍ଷକତା କରୁଥିଲେ। ବିବାଦ ମୁଣ୍ଡ ଟେକିଛି ତାଙ୍କ ଜାଲି ପ୍ରମାଣପତ୍ର ପାଇଁ। ଓବିସି ସାର୍ଟିଫିକେଟରେ ସେ ଶିକ୍ଷକ ହୋଇଥିଲେ। କିନ୍ତୁ ଏସସି-ଏସଟି ପ୍ରମାଣପତ୍ରରେ ଡିଏସପି ହେଲେ। ଆଉ ଏବେ ନକଲି ଏସଟି ପ୍ରମାଣପତ୍ରକୁ ନେଇ ଫସିଛନ୍ତି। ପୁଲିସ ମୁଖ୍ୟାଳୟ ନିର୍ଦେଶରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଅଲଗା ଅଲଗା ସମୟରେ ଜାତି ପ୍ରମାଣପତ୍ରର ସେ ବ୍ୟବହାର କରିଥିଲେ। ଧୋକାଦାରି, ଷଡ଼ଯନ୍ତ୍ର, ଜାଲି ଦସ୍ତାବିଜ ଓ ଏସସି-ଏସଟି ଅନ୍ୟାୟ ନିବାରଣ ଅଧିନିୟମ ଧାରାରେ ମାମଲା ରୁଜୁ କରାଯାଇଛି। ୨୦୦୧ରେ ଆଇପିଏସ ଭାବେ ପଦୋନ୍ନତି ପାଇଥିଲେ ସେ। ଗୁନା ନିବାସୀ ହରବୀର ସିଂ ରଘୁବଂଶୀ ଏହି ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଛାନଭିନ୍ ଚାଲିଥିଲା। ତାଙ୍କର ଜାଲି ଏସଟି ସାର୍ଟିଫିକେଟ ବିଦିଶାରୁ ଜାରି ହୋଇଥିଲା। ତାଙ୍କର ମୂଳ ନିବାସୀ ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରଘୁବୀରଙ୍କ ପତ୍ନୀ ମମତା ମୀଣା ୨୦୧୩ରୁ ୨୦୧୮ ଯାଏ ଚାଚୌଡ଼ାର ବିଜେପି ବିଧାୟକ ଥିଲେ। ସେ ଏବେ ଗୁନାରୁ ଜିଲ୍ଲା ପଞ୍ଚାୟତ ସଦସ୍ୟ ଅଛନ୍ତି। ୨୦୨୩ର ତାଙ୍କୁ ଟିକଟ ମିଳିନଥିଲା।
