ROAD WORK TENSION:୨୦୦ ମିଟର ଜାଗାକୁ ନେଇ ବିବାଦ, ଅଧାରେ ଅଟକିଲା ରାସ୍ତା କାମ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ପୁରୁଷୋତ୍ତମପୁର ପଞ୍ଚାୟତର ନୂଆଗାଁ ଗ୍ରାମରେ ରାସ୍ତା କାମକୁ ବିରୋଧକୁ ନେଇ ଉତ୍ତେଜନା ଦେଖାଦେଇଛି । ସରକାରୀ ଜାଗାକୁ ନିଜର ବୋଲି ଦାବି କରି ଜଣେ ପରିବାର ରାସ୍ତା କାମ ବନ୍ଦ କରିଦେବା ପରେ ବିବାଦ ତୀବ୍ର ହୋଇଥିବା ଜଣାପଡ଼ିଛି ।
ସରକାରୀ ଜାଗାକୁ ନିଜର ଦାବିରୁ ଉତ୍ତେଜନା ଓ ଜଣେ ଆହତ | ଘଟଣାଟି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ପୁରୁଷୋତ୍ତମପୁର ପଞ୍ଚାୟତର ନୂଆଗାଁ ଗ୍ରାମର। ରାସ୍ତା କାମକୁ ବିରୋଧକୁ ନେଇ ଉତ୍ତେଜନା ଦେଖାଦେଇଛି । ସରକାରୀ ଜାଗାକୁ ନିଜର ବୋଲି ଦାବି କରି ଜଣେ ପରିବାର ରାସ୍ତା କାମ ବନ୍ଦ କରିଦେବା ପରେ ବିବାଦ ତୀବ୍ର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଗୋଡ଼ିଖାଳାଠାରୁ ମୟୂରଭଞ୍ଜ ସୀମାନ୍ତ ସିନ୍ଦୂରକୋଲି ପର୍ଯ୍ୟନ୍ତ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା କାମ ଚାଲିଛି । ନୂଆଗାଁ ନିକଟରେ ପ୍ରାୟ ୨୦୦ ମିଟର ଜାଗାକୁ ନିଜର ବୋଲି ଦାବି କରି ଗ୍ରାମର ଅରବିନ୍ଦ ପ୍ରଧାନଙ୍କ ପରିବାର ରାସ୍ତା କାମକୁ ବିରୋଧ କରିଥିଲେ। ଫଳରେ କାମ ବନ୍ଦ ହୋଇଯାଇଥିବାରୁ ଏହି ରାସ୍ତା ଉପରେ ନିର୍ଭରଶୀଳ କୁଳିଦା, ଭେଲୋରା ଓ ପୁରୁଷୋତ୍ତମପୁର ପଞ୍ଚାୟତର ଲୋକେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି । ରାସ୍ତା କାମକୁ ନେଇ ଗ୍ରାମବାସୀ ଓ ଅରବିନ୍ଦଙ୍କ ପରିବାର ମଧ୍ୟରେ ବିବାଦ ବଢ଼ିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଏହି ସମୟରେ ଅରବିନ୍ଦ ପ୍ରଧାନ ଆହତ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ପରିବାର ପକ୍ଷରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲେ ମଧ୍ୟ ଉତ୍ତେଜିତ ଲୋକେ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିନଥିବା ଅଭିଯୋଗ ହୋଇଛି। ପରେ ଅରବିନ୍ଦଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଇକ୍ ଯୋଗେ ବସ୍ତା ଡାକ୍ତରଖାନାକୁ ନିଆଯାଇଥିଲା । ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଅରବିନ୍ଦଙ୍କ ପରିବାର ଦାବି କରିଛନ୍ତି । ଖବର ପାଇ ଅମର୍ଦ୍ଦାରୋଡ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି । ଅନ୍ୟପକ୍ଷରେ, ଆପୋଷ ସମାଧାନ ପରେ ରାସ୍ତା ପାଇଁ ଜାଗା ଛାଡ଼ିବେ ବୋଲି ଅରବିନ୍ଦଙ୍କ ପରିବାର ପକ୍ଷରୁ କୁହାଯାଇଛି ।
