Mumbai Ganesh Festival: ଗଣେଶ ଚତୁର୍ଥୀ ପୂର୍ବରୁ ମୁମ୍ବାଇରେ ବାପ୍ପା ଙ୍କ ଗ୍ରାଣ୍ଡ ଏଣ୍ଟ୍ରି
'ଲାଲବାଗଚା ରାଜା' 2026 ର ପ୍ରଥମ ଲୁକ୍ ଆସିଛି ସାମ୍ନାକୁ ,ଗଣେଶ ଚତୁର୍ଥୀ ପୂର୍ବରୁ ମୁମ୍ବାଇରେ ବାପ୍ପା ଙ୍କ ଗ୍ରାଣ୍ଡ ଏଣ୍ଟ୍ରି
ମହାରାଷ୍ଟ୍ର ଗଣେଶ ପୂଜା ପାଇଁ ବିଶ୍ୱ ପ୍ରସିଦ୍ଧ ଥିବାବେଳେ ଚଳ ଚଞ୍ଚଳ ହେଇଉଠିଛି ସ୍ବପ୍ନ ନଗରୀ | ଗଣେଶ ଚତୁର୍ଥୀ ଉତ୍ସବ ପୂର୍ବରୁ ଶୁକ୍ରବାର ସନ୍ଧ୍ୟା ରେ ମୁମ୍ବାଇ ର ବିଖ୍ୟାତ 'ଲାଲବାଗଚା ରାଜା' ର ପ୍ରଥମ ରୂପ ସାମ୍ନାକୁ ଆସିଛି | ଏହା ସହରର ସବୁଠୁ ଖ୍ୟାତି ସମ୍ପନ୍ନ ଭଗବାନ ଗଣେଶଙ୍କ ମୂର୍ତ୍ତି ମଧ୍ୟରେ ଅଗ୍ରଣୀ ଥିବାସହ ସହରରେ ବାର୍ଷିକ ପୂଜା ର ମଧ୍ୟ ମୁଖ୍ୟ ଆକର୍ଷଣ | ବେମିଶାଲ କଳାକାରୀ ରେ ବନାଯାଇଥିବା 'ଲାଲବାଗଚା ରାଜା' ଙ୍କ ମୂର୍ତ୍ତି କେବଳ ଏକ ମୂର୍ତ୍ତି ନୁହଁ ବରଂ ସାମୁହିକ ଆସ୍ଥା,କଳାତ୍ମକ କୌଶଳ ଓ ମୁମ୍ବାଇର ଜୀବନ୍ତ ଭଗବାନଙ୍କ ପ୍ରତୀକ ସବୁ ବର୍ଷ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ନିମନ୍ତେ ପେଣ୍ଡାଲ କୁ ଆସିଥାନ୍ତି ,ଯେଉଁଥିରେ ମୂର୍ତ୍ତି ର ଅନାବରଣ ଉତ୍ସବ ଏକ ମୁଖ୍ୟ ଆକର୍ଷଣ ପାଲଟିଯାଏ | 'ଲାଲବାଗଚା ରାଜା' ଙ୍କ ଭବ୍ୟ ମୂର୍ତ୍ତି ଏକ ସିଂହାସନ ଉପରେ ବିରାଜମାନ ଅଛନ୍ତି ,ଯେଉଁଥିରେ ତାଙ୍କ ରୂପ ଶାନ୍ତ,ଦୟାଳୁ ଓ ସ୍ନେହୀ ଦେଖାଯାଉଛି | ଦେଶରେ ଚର୍ଚାରେ ରହୁଥିବା ବିଶାଳକାୟ ଗଣେଶ ମୂର୍ତ୍ତି ମଧ୍ୟରେ ଏହା ଅଗ୍ରଣୀ ସ୍ଥାନରେ ରହିଥାଏ | ଗଣେଶ ଚତୁର୍ଥୀ 2026 ରେ 14 ସେପ୍ଟେମ୍ବର ରୁ ଆରମ୍ଭ ହେବାକୁ ଯାଉଛି | ପ୍ରତ୍ୟେକ ବର୍ଷ ମୁମ୍ବାଇର ଗଣେଶୋତ୍ସବ ପୂର୍ବରୁ 'ଲାଲବାଗଚା ରାଜା' ଙ୍କ ପ୍ରଥମ ଲୁକ୍ ଦେଖିବା ସବୁଠାରୁ ଅଧିକ ଅପେକ୍ଷା କରାଯାଉଥିବା ମୂହୁର୍ତ ମଧ୍ୟରୁ ଅନ୍ୟତମ | 'ଲାଲବାଗଚା ରାଜା' ଗଣପତି ମୂର୍ତ୍ତି ପୁତଲୀବାଇ ଚଲ ରେ ସ୍ଥିତ 'ଲାଲବାଗଚା ରାଜା ସାର୍ବଜନିକ ଗଣେଶୋତ୍ସବ ମଣ୍ଡଳ ' ସହିତ ଜଡିତ | ଏହି ପୂଜା ସ୍ଥଳ ର ସ୍ଥାପନା 1943 ରେ ହୋଇଥିଲା ଆଉ ସେବେଠାରୁ ଅଶୀ ଦଶକ ଧରି ଏହା ମୁମ୍ବାଇର ଗଣେଶୋତ୍ସବ ର ଏକ ମୁଖ୍ୟ ସ୍ଥାନ ରେ ପରିଗଣିତ | ଗଣେଶ ମୂର୍ତ୍ତିର ଦେଖାଶୁଣା ଅଶି ଦଶକରୁ ଅଧିକ ସମୟ ରୁ କାମ୍ବଲୀ ପରିବାର କରି ଏହି ପରମ୍ପରାକୁ ଆଗକୁ ବଢ଼ାଇ ଆସୁଛନ୍ତି | ଗଣେଶ ଚତୁର୍ଥୀ ଭାରତ ର ପ୍ରାୟ ସବୁ ରାଜ୍ୟ ରେ ବିଶେଷ କରି ମୁମ୍ବାଇ ଓ ମହାରାଷ୍ଟ୍ର ର ଅନ୍ୟ ଜାଗାଗୁଡିକରେ ଦଶ ଦିନଧରି ଧୁମ୍ ଧାମ ରେ ପାଳନ କରାଯାଏ | ଏହି ପରିପ୍ରେକ୍ଷୀ ରେ 'ଲାଲବାଗଚା ରାଜା' ର ପ୍ରଥମ ଝଲକ ସାମ୍ନାକୁ ଆସିବା ସହ ମୁମ୍ୱାଇରେ ଭକ୍ତ ଭଗବାନଙ୍କୁ ସ୍ୱାଗତ କରିବାପାଇଁ ସଜବାଜ ଆରମ୍ଭ କରିଦେଲେଣି |
