Hanuman Ansh: ହନୁମାନ ଅଂଶ’ର ବକ୍ସ ଅଫିସ୍ ଦମଦାର ରନ୍, ୧୭୦ କୋଟି ନିକଟରେ କଲେକ୍ସନ
ବକ୍ସ ଅଫିସ୍ରେ ଦମଦାର ପ୍ରଦର୍ଶନ ଜାରି ରଖିଛି ‘ହନୁମାନ ଅଂଶ’। ଫିଲ୍ମର ଆୟ ୧୭୦ କୋଟି ଟଙ୍କା ନିକଟରେ ପହଞ୍ଚିଥିବା ବେଳେ ଉତ୍ତରପ୍ରଦେଶ CM ଯୋଗୀ ଆଦିତ୍ୟନାଥ ଫିଲ୍ମର ଟିମ୍କୁ ଭେଟିଛନ୍ତି।
N
By Namita PattanaikPublished: Sep 11, 2026, 12:41 PM •1 min read •3 Views
ମୁମ୍ବାଇ: ରିଲିଜ୍ ପରେ ବକ୍ସ ଅଫିସ୍ରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି ଫିଲ୍ମ ‘ହନୁମାନ ଅଂଶ’। ଦର୍ଶକଙ୍କ ଭଲ ପ୍ରତିକ୍ରିୟା ଯୋଗୁଁ ଫିଲ୍ମର ଆୟ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏହା ଏବେ ୧୭୦ କୋଟି ଟଙ୍କାର ଆୟ ନିକଟରେ ପହଞ୍ଚିଥିବା ଜଣାପଡ଼ିଛି। ଫିଲ୍ମର ସଫଳତାକୁ ନେଇ ଚର୍ଚ୍ଚା ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମର ଟିମ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ଫିଲ୍ମର ସଫଳତା ଏବଂ ଏହାର ବିଷୟବସ୍ତୁକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଧାର୍ମିକ ଓ ପୌରାଣିକ କାହାଣୀକୁ ଆଧାର କରି ନିର୍ମିତ ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଛି। ଫିଲ୍ମର କାହାଣୀ, ଅଭିନୟ ଓ ଭିଜୁଆଲ୍ ପ୍ରଦର୍ଶନକୁ ନେଇ ସୋସିଆଲ୍ ମିଡିଆରେ ମଧ୍ୟ ଚର୍ଚ୍ଚା ଜାରି ରହିଛି। ବକ୍ସ ଅଫିସ୍ରେ ଲଗାତାର ଭଲ ପ୍ରଦର୍ଶନ କରୁଥିବାରୁ ଆଗାମୀ ଦିନରେ ଫିଲ୍ମଟି ୨୦୦ କୋଟି କ୍ଲବ୍ରେ ପ୍ରବେଶ କରିବ କି ନାହିଁ, ତାହା ଉପରେ ଏବେ ଦର୍ଶକ ଓ ଫିଲ୍ମ ଇଣ୍ଡଷ୍ଟ୍ରିର ନଜର ରହିଛି।
Tags:#HanumanAnsh#BoxOffice#EntertainmentNews#BollywoodNews#Bollywood#BoxOfficeCollection#YogiAdityanath#TrendingNews
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
