IND VS PAK :ପାକିସ୍ତାନକୁ ୪-୩ରେ ହରାଇ ଫାଇନାଲରେ ଭାରତ
ପୁରୁଷ ହକିର ପ୍ରଥମ ସେମିଫାଇନାଲରେ ଭାରତ ପାକିସ୍ତାନକୁ ୪-୩ ଗୋଲରେ ପରାସ୍ତ କରିଛି | ଏହା ସହିତ ଏସିଆନ୍ ଗେମ୍ସ ୨୦୨୬ର ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି |

ଭାରତର ପୁରୁଷ ହକି ଟିମ୍ ଏସିଆନ୍ ଗେମ୍ସ ୨୦୨୬ର ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି | ପୁରୁଷ ହକି ପୂର୍ବରୁ ସେମିଫାଇନାଲରେ ଭାରତ ପାକିସ୍ତାନ କୁ ପରାସ୍ତ କରିଛି | ଦୁଇ ଟିମ୍ ମଧ୍ୟରେ ମୁକାବିଲା ଏତେ ରୋମାଞ୍ଚକ ଥିଲା ଯେ,ଫଳାଫଳ ପାଇଁ ଖେଳର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା | ମ୍ୟାଚର ଶେଷ ମୁହୂର୍ତ୍ତରେ ପାକିସ୍ତାନକୁ ଧୂଳି ଚଟାଇ ଫାଇନାଲର ନିଜ ସ୍ଥାନ ପକ୍କା କରିଥିଲା | ପୁରୁଷ ହକି ପୂର୍ବରୁ ଭାରତ ସେମିଫାଇନାଲରେ ପାକିସ୍ତାନକୁ ୪-୩ ପରାସ୍ତ କରିଛି | ଭାରତ ପାକିସ୍ତାନ ବିରୁଦ୍ଧରେ ସେମିଫାଇନାଲ ମୁକାବିଲାର ଆରମ୍ଭରେ ଦମଦାର୍ ଭାବେ କରିଥିଲେ | ଭାରତ ପ୍ରଥମ କ୍ୱାଟରରେ ପାକିସ୍ତାନକୁ ୨-୦ ଅଗ୍ରଣୀ ହାସଲ କରିଥିଲେ | ଦ୍ଵିତୀୟ କ୍ୱାଟରରେ ଭାରତର ଏହି ଅଗ୍ରଣିକୁ ୨-୦ରୁ ୩-୦କୁ ବଢାଇବା ପରେ ମ୍ୟାଚରେ ଭାରତର ସ୍ଥିତି ଆହୁରି ମଜବୁତ ହେଇଥିଲା | ଏହା ପରେ ପାକିସ୍ତାନ ମ୍ୟାଚରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା | ଦେଖୁ ଦେଖୁ ପାକିସ୍ଥାନ ଭାରତକୁ ୩ -୦ ଅଗ୍ରଣୀକୁ ୩-୩ର ସମାନ ସ୍ଥିତିକୁ ନେଇଆସିଲା | ପାକିସ୍ତାନ ପ୍ରତ୍ୟାବର୍ତ୍ତନରେ ମୁକାବିଲା ସମାନ ସ୍ଥିତିକୁ ଆସିବା ପରେ ମ୍ୟାଚଟି ରୋମାଞ୍ଚକ ମୋଡ଼କୁ ଆସିଥିଲା | ଯେଉଁଠି ପାକିସ୍ତାନ ଓ ଭାରତ ଦୁଇ ଟିମ୍ ପରସ୍ପର ଉପରେ ହାବି ହେବାକୁ ଚେଷ୍ଟା କରିଥିଲେ | ଏଭଳି ପରିସ୍ଥିତିରେ ମ୍ୟାଚର ଶେଷ ମୁହୂର୍ତ୍ତରେ ଗୋଲ କରି ଅଭିଷେକ ଭାରତର ଜିତ୍ ପକ୍କା କରିଥିଲେ | ବିଜୟର ଅଭିଷେକ କରାଇଥିବା ସେହି ଗୋଲଟି ଭାରତ ପକ୍ଷରୁ ପାକିସ୍ତାନ ଗୋଲ ପୋଷ୍ଟରେ ହୋଇଥିବା ଚତୁର୍ଥ ଗୋଲ ଥିଲା | ଅଭିଷେକଙ୍କ ୱିନିଙ୍ଗ ଗୋଲ ପକେଇବା ପୂର୍ବରୁ ଭାରତରୁ ୩ଟି ଗୋଲ ହର୍ମନପ୍ରୀତ ସିଂହ ଓ ଶୁଖଜିତ ପକେଇଥିଲେ | ହର୍ମନପ୍ରୀତ ସିଂହ ୨ ଟି ଗୋଲ କରିଵା ସହ ଯେବେକି ଶୁଖଜିତ ଗୋଟିଏ ଗୋଲ କରିଥିଲେ | ଭାରତର ପୁରୁଷ ହକି ଟିମ୍ ଫାଇନାଲ ପହଞ୍ଚିବା ସହିତ ଏସିଆନ୍ ଗେମ୍ସରେ ଏମିତି କିଛି ଦେଖିବାକୁ ମିଳିଲା,ଯାହା ଶେଷଥର ପାଇଁ ୨୮ ବର୍ଷ ପୂର୍ବେ ହୋଇଥିଲା | ୧୯୯୮ପରେ ଏହା ପ୍ରଥମ ଥର ,ଯେତେବେଳେ ଭାରତର ପୁରୁଷ ଓ ମହିଳା ହକି ଟିମ୍ ଏସିଆନ୍ ଗେମ୍ସର ଫାଇନାଲରେ ପହଞ୍ଚିଛନ୍ତି | ମହିଳା ଟିମ୍ ସେମିଫାଇନାଲରେ କୋରିଆକୁ ପରାସ୍ତ କରି ଫାଇନାଲରେ ଟିକେଟ୍ ହାସଲ କରିଥିଲା |
