ନେପାଳ ବନ୍ୟାରେ ଫସିଥିବା ୧୬୩ ଭାରତୀୟ ଉଦ୍ଧାର
ନେପାଳ ବନ୍ୟାରେ ଫସିଥିବା ଭାରତୀୟଙ୍କ ଉଦ୍ଧାର – ଭାରତୀୟ ବିଦେଶ ମନ୍ତ୍ରଣାଳୟ ଅନୁସାରେ ୧୬୩ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି।
N
By Namita PattanaikPublished: Sep 2, 2026, 06:46 PM •1 min read •8 Views
ନେପାଳରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ଭାରତୀୟ ଉଦ୍ଧାର ଅଭିଯାନ ଜାରି ରହିଛି। ଭାରତୀୟ ବିଦେଶ ମନ୍ତ୍ରଣାଳୟ (MEA) ଅନୁସାରେ, ଏପର୍ଯ୍ୟନ୍ତ ୧୬୩ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ସେପ୍ଟେମ୍ବର ୧ ସୁଦ୍ଧା ଆଉ ୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ଭାରତୀୟ ଉଦ୍ଧାରକାରୀ ଦଳ ନେପାଳର ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମିଳିତ ଭାବେ କାମ କରୁଛନ୍ତି। ଚିଲିମେ ଜଳବିଦ୍ୟୁତ ପ୍ରକଳ୍ପର ଟନେଲ୍ରେ ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଭାରତର ସ୍ୱତନ୍ତ୍ର ଟନେଲ୍ ରେସ୍କ୍ୟୁ ଟିମ୍ ମଧ୍ୟ ଅଭିଯାନ ଜାରି ରଖିଛି। ଏହାସହ ୧୯ ଜଣିଆ ଭାରତୀୟ ଫରେନ୍ସିକ୍ ଟିମ୍ କାଠମାଣ୍ଡୁରେ DNA ପରୀକ୍ଷା ଓ ପରିଚୟ ନିର୍ଣ୍ଣୟ କାର୍ଯ୍ୟରେ ସହଯୋଗ କରୁଛି।
ନେପାଳରେ ଉଦ୍ଧାର ଓ ରିଲିଫ୍ ଅପରେସନ୍ ଏବେ ମଧ୍ୟ ଜାରି ରହିଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
