IPS Meena Resignation Accept:ମିନାଙ୍କ ଇସ୍ତଫା ଗ୍ରହଣ କଲା କେନ୍ଦ୍ର
ପରିବାର ଓ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସେ ଇସ୍ତଫା ଦେଇଥିବା କଥା କହିଥିଲେ। ତାଙ୍କ ଉପରେ କୌଣସି ଚାପ ନାହିଁ। ପୁଲିସ ସେବାରେ ୧୩ ବର୍ଷ ସେବା କରିଛନ୍ତି ମିନା।
P
By Pradeep Kumar NayakPublished: Sep 17, 2026, 05:03 PM •1 min read •3 Views

ଭୁବନେଶ୍ୱର ଡିସିପି ଜଗମୋହନ ମିନାଙ୍କ ଇସ୍ତଫା ଗ୍ରହଣ। କେନ୍ଦ୍ର ସରକାର ଇସ୍ତଫା ଗ୍ରହଣ କଲେ। ସେପ୍ଟେମ୍ୱର ୧୧ରୁ ଇସ୍ତଫା ଗୃହୀତ ବୋଲି ଗୃହ ମନ୍ତ୍ରାଳୟ ନୋଟିଫିକେସନରେ ଉଲ୍ଲେଖ। ୨୦୧୩ ବ୍ୟାଚ ଆଇପିଏସ ମିନା ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିଲେ। ପରିବାର ଓ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସେ ଇସ୍ତଫା ଦେଇଥିବା କଥା କହିଥିଲେ। ତାଙ୍କ ଉପରେ କୌଣସି ଚାପ ନାହିଁ। ପୁଲିସ ସେବାରେ ୧୩ ବର୍ଷ ସେବା କରିଛନ୍ତି ମିନା। ମାଲକାନଗିରି, ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ଏସପି ଭାବେ କାମ କରିଥିଲେ। ଭୁବନେଶ୍ୱର ଡିସିପି ପୂର୍ବରୁ କଟକ ଡିସିପି ଭାବେ ଦାୟିତ୍ୱ ତୁଲାଇଥିଲେ।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
