ଆକାଶ ମାର୍ଗରୁ ଆକ୍ରମଣର ଲକ୍ଷ୍ୟ ହୋଇଥିଲେ ୯ବର୍ଷର ଛୋଟ ଛୁଆ |
ଫିଲିସ୍ତାନୀ ୯ବର୍ଷର ଛୁଆ ବଫା ଅକିଲା ୬ ସେପ୍ଟେମ୍ବର ୨୦୨୬, ପ୍ରଥମ ଦିନ ସ୍କୁଲରୁ ନିଜ ଘରକୁ ଫେରିଲା ସମୟରେ ଗାଜା ସହରର ପଶ୍ଚିମ ଭାଗରେ ନିଜ ପିତା ୟୁସୁଫ ଅକିଲାଙ୍କ ସହିତ ଇସ୍ରାଇଲର ଆକାଶ ମାର୍ଗରୁ ଆକ୍ରମଣର ଲକ୍ଷ୍ୟ ପାଲଟିଥିଲେ | ଆକ୍ରମଣରେ ବଫା ଓ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା |

ରିପୋର୍ଟ ଅନୁସାରେ ,ଫିଲିସ୍ତାନୀ ୯ବର୍ଷର ଛୁଆ ବଫା ଅକିଲା ୬ ସେପ୍ଟେମ୍ବର ୨୦୨୬, ପ୍ରଥମ ଦିନ ସ୍କୁଲରୁ ନିଜ ଘରକୁ ଫେରିଲା ସମୟରେ ଗାଜା ସହରର ପଶ୍ଚିମ ଭାଗରେ ନିଜ ପିତା ୟୁସୁଫ ଅକିଲାଙ୍କ ସହିତ ଇସ୍ରାଇଲର ଆକାଶ ମାର୍ଗରୁ ଆକ୍ରମଣର ଲକ୍ଷ୍ୟ ପାଲଟିଥିଲେ | ଆକ୍ରମଣରେ ବଫା ଓ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା , ଯେବେକି ଅନ୍ୟ ୬ଜଣ ଆହତ ହୋଇଛନ୍ତି | ବଫାଙ୍କ ପାଇଁ ସେଇ ଦିନ ସାଧାରଣ ଭାବେ ସ୍କୁଲକୁ ଯିବା ଓ ଘରକୁ ଫେରିବା ହେବା କଥା ଥିଲା | ରିପୋର୍ଟ ମୁତାବକ, ଆକ୍ରମଣ ପରେ ଘଟଣାସ୍ଥଳରୁ ବଫାଙ୍କ ସ୍କୁଲର ଜିନିଷଗୁଡିକ ଓ ବହିପତ୍ର ଏଣେ ତେଣେ ପଡ଼ି଼ଥୀବାର ଦେଖାଯାଇଥିଲା | ଇସ୍ରାଇଲର ସୈନ୍ୟଙ୍କ ମୁତାବକ ,ଆକ୍ରମଣର ଲକ୍ଷ୍ୟ ହମାସର ଏକ ଯୋଦ୍ଧା ଥିଲା ଏବଂ ସେନା ଆକ୍ରମଣର ମୂଲ୍ୟାଙ୍କନ କରୁଛି | ଅନ୍ୟପଟେ, ଜାଗା ସ୍ଵାସ୍ଥ ଅଧିକାରୀ ଏବଂ ହସ୍ପିଟାଲ ପ୍ରଶାସନ ବଫା ଓ ତାଙ୍କ ପିତାଙ୍କୁ ମୃତ ଘୋଷିତ କରିଥିଲେ | ବଫାଙ୍କ ମୃତ୍ୟୁ ଏକୁଟିଆ ଘଟଣା ନୁହେ | ରିପୋର୍ଟ ଅନୁସାରେ , ଗତ ୨୪ଘଣ୍ଟାରେ ଗାଜାରେ ଇସ୍ରାଇଲ ଆକ୍ରମଣରେ ପାଖାପାଖି ପାଞ୍ଚଜଣ ଫିଲିପସ୍ଥାନୀଙ୍କ ମୃତ୍ୟୁ ହୋଇଥିଲା , ଯେଉଁଥିରେ ୨ଟି ଛୋଟ ଛୁଆ ସାମିଲ ଅଛନ୍ତି | ମଧ୍ୟଗାଜାର ଦୀର ଅଲ-ବଲାହରେ ବିସ୍ଥାପିତ ଲୋକମାନେ ଆଶ୍ରୟ ନେଇଥିବା ଏକ ଶ୍ରେଣୀଗୃହ ଉପରେ ତୋପ ଆକ୍ରମଣରେ ୭ବର୍ଷୀୟ ଜଣେ ଶିଶୁ ନିହତ ହୋଇଛି | ଏହିଥିରେ ବାଫାଙ୍କ କାହାଣୀ କେବଳ ଗୋଟିଏ ପରିବାରର ଦୁଖଃଦ ଘଟଣା ନୁହେଁ ବରଂ ଏହା ଏକ ଭୟଙ୍କର ବ୍ୟାସବିକତାକୁ ଦେଖାଏ ଯେଉଁଥିରେ ଗାଜାର ପିଲାମାନଙ୍କ ପାଇଁ ପ୍ରଥମ ଦିନ ବି ସୁରକ୍ଷିତ ନୁହେଁ |
