Judiciary Committed To Protect:ଅଦାଲତ ଚୁପ୍ ବସିବନି - ସିଜେଆଇ
ଅଦାଲତ ଏ ମାମଲାରେ ଚୁପ୍ ବସିବେନି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଅଧିକାରର ରକ୍ଷା ଲାଗି ନ୍ୟାୟପାଳିକାର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଆଉ ଜଣେ ଛାତ୍ର ପଚାରିଥିଲେ, କଲେଜିୟମରେ ଭିନ୍ନ ଭିନ୍ନ ରାୟ ସତ୍ତ୍ୱେ ତାକୁ ସାର୍ବଜନୀନ କାହିଁକି କରାଯାଉନଥିଲା।

ଛାତ୍ରଙ୍କ ଶାନ୍ତିପୂର୍ଣ୍ଣ ବିରୋଧ କରିବା ମୌଳିକ ଅଧିକାର। ଆଉ ଏହି ମୌଳିକ ଅଧିକାରକୁ ରକ୍ଷା କରିବା ଲାଗି ନ୍ୟାୟପାଳିକା ପ୍ରତିବଦ୍ଧ ଅଟେ। ଯଦି ଏଥିରେ କୌଣସି ପ୍ରକାର ଉଲ୍ଲଂଘନ ହୁଏ, ତାହେଲେ ଅଦାଲତ ଚୁପ୍ ବସିବନି। ଆଜି ପାଟନାରେ ଚାଣକ୍ୟ ନାସନାଲ ଲ ୟୁନିଭରସିଟିରେ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ ଏଭଳି ଶବ୍ଦରେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ମନ ଖୋଲାରେ ଛାତ୍ରଙ୍କ ସହ କଥା ହୋଇଛନ୍ତି ସିଜେଆଇ। ଏହା ସହ ସ୍ପଷ୍ଟ ବି କରିଛନ୍ତି, ସେ ଖୋଲାରେ ପ୍ରଶ୍ନ ଉତ୍ତରକୁ ପସନ୍ଦ କରନ୍ତି। ଏହି କାର୍ଯ୍ୟକ୍ରମରେ ଜଣେ ଛାତ୍ରୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବାବଦରେ ପୁଲିସର ପ୍ରତିକ୍ରିୟାକୁ ନେଇ ସିଜେଆଇଙ୍କୁ ପଚାରିଥିଲେ। ନିକଟରେ ନିଟ୍ ପେପର ଲିକ୍ ବିରୁଦ୍ଧରେ ସିଜେଆଇର ପ୍ରଦର୍ଶନ ସହ ଜଡ଼ିତ ଥିଲା ଏ ପ୍ରଶ୍ନ। ଛାତ୍ରଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପୁଲିସ ବଳପୂର୍ବକ ଦମନ କରିବାର ଆରୋପ ଥିଲା। ଆଉ ସିଜେଆଇ ଉତ୍ତରରେ କହିଥିଲେ, ଅଦାଲତ ଏ ମାମଲାରେ ଚୁପ୍ ବସିବେନି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଅଧିକାରର ରକ୍ଷା ଲାଗି ନ୍ୟାୟପାଳିକାର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଆଉ ଜଣେ ଛାତ୍ର ପଚାରିଥିଲେ, କଲେଜିୟମରେ ଭିନ୍ନ ଭିନ୍ନ ରାୟ ସତ୍ତ୍ୱେ ତାକୁ ସାର୍ବଜନୀନ କାହିଁକି କରାଯାଉନଥିଲା। କଲେଜିୟମ୍ରେ ଯଦି କୌଣସି ବିଚାରପତିଙ୍କ ନିଯୁକ୍ତିକୁ ନେଇ ମତଭେଦ ଥାଏ, ତେବେ ସେହି dissenting opinion ରେକର୍ଡ ହେଉଥିଲେ ମଧ୍ୟ ତାହା ସର୍ବସାଧାରଣ କରାଯାଏ ନାହିଁ କାହିଁକି? CJI କହିଥିଲେ ଯେ ପାରଦର୍ଶିତାର ମଧ୍ୟ ସୀମା ରହିଛି। ଯେତେ ଭଲ ମାନସିକତା ଥାଉ ନା କାହିଁକି। କୌଣସି ବ୍ୟକ୍ତିଙ୍କ ବିଷୟରେ ନକରାତ୍ମକ ମତାମତ ସାର୍ବଜନୀନ ହେଲେ ତାଙ୍କର ସମ୍ମାନ ଓ କାର୍ଯ୍ୟଜୀବନ ଉପରେ ପ୍ରଭାବ ପଡ଼ିପାରେ। CNLUର ଉପକୁଳପତି ପ୍ରଫେସର ଫୈଜାନ୍ ମୁସ୍ତାଫା ୫ ବର୍ଷର ଆଇନ ଶିକ୍ଷାକୁ ୪ ବର୍ଷରେ ସମାପ୍ତ କରିବାର ଏକ ପ୍ରସ୍ତାବ ରଖିଥିଲେ। ପ୍ରସ୍ତାବ ଅନୁସାରେ, ଶେଷ ବର୍ଷକୁ ପାରମ୍ପରିକ ଶିକ୍ଷା ବଦଳରେ କୋର୍ଟରେ ଅନିବାର୍ଯ୍ୟ apprenticeship ଭାବେ ରଖାଯାଇପାରେ। CJI ସୂର୍ଯ୍ୟକାନ୍ତ ଏହି ଧାରଣାକୁ “ନୂଆ ଏବଂ ସ୍ୱାଗତଯୋଗ୍ୟ” ବୋଲି ସମର୍ଥନ କରିଥିବା କୁହାଯାଇଛି। ଏହା ସାଧାରଣ ଏକ ଭାଷଣ ନଥିଲା। CJI ଛାତ୍ରମାନଙ୍କ ସହ ସିଧାସଳଖ ଓ ଅନସ୍କ୍ରିପ୍ଟେଡ୍ ପ୍ରଶ୍ନୋତ୍ତର କରିଥିଲେ। CNLU ଏହାକୁ ଏକ ଅଭୂତପୂର୍ବ ଓପନ୍-ହାଉସ୍ ଆଲୋଚନା ଭାବେ ବର୍ଣ୍ଣନା କରିଛି।
