No Punishment For Vande Mataram: 'ବନ୍ଦେ ମାତରମ୍' ନ ଗାଇଲେ ବି ଦଣ୍ଡ ନାହିଁ : କେନ୍ଦ୍ରକୁ ସୁପ୍ରିମ୍ ଆଦେଶ
ଧାର୍ମିକ ଅବା ନୈତିକ କାରଣରୁ ସମ୍ମାନର ସହ 'ବନ୍ଦେ ମାତରମ୍' ଗାଇବାକୁ ମନା କରିଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ରୟ ଦେଲା ସୁପ୍ରିମ୍ କୋର୍ଟ | କୌଣସି ଦଣ୍ଡାଦେଶ ଦେଇ ହେବନାହିଁ ବୋଲି କେନ୍ଦ୍ର କୁ ସ୍ପଷ୍ଟ ନୋଟିସ୍ |
ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କୁ 'ବନ୍ଦେ ମାତରମ୍' ନ ଗାଇବା କାରଣରୁ କୌଣସି ନାଗରିକଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।'ବିବେକଶୀଳ ବିରୋଧି' ମାନଙ୍କ ନିମନ୍ତେ କୌଣସି ଦଣ୍ଡ ବିଧାନ କରାଯିବନାହିଁ | ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କର୍ଣ୍ଣାଟକ ସଙ୍ଗୀତଜ୍ଞ ଟି.ଏମ୍. କୃଷ୍ଣାଙ୍କ ଆବେଦନର ଶୁଣାଣି କରି ଏହି ମନ୍ତବ୍ୟ ଦେଇଛନ୍ତି ଯେ,ନିଜର ଧର୍ମ କିମ୍ବା ବିବେକ ଆଧାରରେ ଜାତୀୟ ସଙ୍ଗୀତ କିମ୍ବା ଜାତୀୟ ଗୀତ ଗାଇବାରୁ ବିରତ ରହୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ମିଳିବା ଉଚିତ୍।
ଆବେଦନରେ ରାଷ୍ଟ୍ରୀୟ ସମ୍ମାନ ର ଅପମାନ ର ପ୍ରତିବନ୍ଧକ ଆଇନ, 1971' ରେ 2026 ର ସଂଶୋଧନ କୁ ଚ୍ୟାଲେଞ୍ଜ କରାଯାଇଥିଲା | ଏହି ସଂଶୋଧନ ଅନୁଯାୟୀ ରାଷ୍ଟ୍ରଗୀତ ରେ ବ୍ୟାଘାତ ସୃଷ୍ଟି କଲେ 3 ବର୍ଷର ଜେଲ କିମ୍ବା ଜରିମାନାର ପ୍ରାବଧାନ ରହିଛି | ଆବେଦନକାରୀ ତର୍କ ବାଢ଼ିଛନ୍ତି ଯେ ବନ୍ଦେ ମାତରମ୍ର ସମସ୍ତ ୬ଟି ପଦ ଗାଇବାକୁ ବାଧ୍ୟତାମୂଳକ କରିବା ଓ ଏହାକୁ ରାଷ୍ଟ୍ରଗୀତ ପୂର୍ବରୁ ଗାଇବା ଧାର୍ମିକ ସ୍ୱତନ୍ତ୍ରତା ଓ ଧର୍ମନିରପେକ୍ଷ ଅଧିକାରର ଉଲଂଘନ | ଶୁଣାଣି ସମୟରେ ନ୍ୟାୟମୂର୍ତ୍ତି ଜୟମାଲ୍ୟ ବାଗଚୀ, ୧୯୮୬ର ଐତିହାସିକ 'ବିଜୋ ଇମାନୁଏଲ୍ ବନାମ କେରଳ ରାଜ୍ୟ' ମାମଲାର ନଜିର ଦେଇ କହିଛନ୍ତି ଯେ, ସମ୍ମାନର ସହ ଛିଡ଼ା ହୋଇ ଗୀତ ନ ଗାଇବାର ଅଧିକାର ନାଗରିକଙ୍କର ରହିଛି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରଗୀତରେ କେତେ ଛନ୍ଦ ରହିବ ସ୍ଥିର କରିପାରିବେ ଲୋକତାନ୍ତ୍ରିକ ସରକାର , ମାତ୍ର ଯଦି କୌଣସି ବ୍ୟକ୍ତି ନିଜ ମୌଳିକ ଅଧିକାରର ଦ୍ୱାହି ଦେଇ ରାଷ୍ଟ୍ରଗୀତ ଗାଇବାକୁ ମନାକରୁଛି ତେବେ, ସମ୍ବିଧାନର ଧାରା ୨୫ ଓ ୨୬ ଅଧୀନରେ ଧାର୍ମିକ ସ୍ୱାଧୀନତା ରକ୍ଷା କରିବା ଅଦାଲତଙ୍କ ଦାୟିତ୍ୱ।
ଶୁଣାଣି ସମୟରେ ତୁଷାର ମେହତା ଓ ବରିଷ୍ଠ ଓକିଲ ଏସ. ମୁରଲୀଧରଙ୍କ ମଧ୍ୟରେରେ କଡା ବାଦବିବାଦ ହୋଇଥିଲା | ତେଵେ ଖଣ୍ଡପୀଠ ସ୍ପଷ୍ଟ କରିଛି ଯେ, ରାଷ୍ଟ୍ରଗୀତର ପରିଭାଷାରେ ପରିବର୍ତ୍ତନ ବଦଳରେ କେବଳ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ରକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି |
