Lady Gaga Becoming Mother: ଲେଡି ଗାଗା ହେଲେ ମାଆ, ମାଇକେଲ୍ ପୋଲାନସ୍କିଙ୍କ ସହ ପ୍ରଥମ ସନ୍ତାନ
Lady Gaga ହେଲେ ମାଆ!ହଲିଉଡ୍ର ଲୋକପ୍ରିୟ ପପ୍ ଷ୍ଟାର୍ Lady Gaga ଏବଂ ତାଙ୍କ ଫିଆନ୍ସେ ମାଇକେଲ୍ ପୋଲାନସ୍କି ପ୍ରଥମ ସନ୍ତାନର ମାତାପିତା ହୋଇଛନ୍ତି। ଏହି ଖବରକୁ ଏକାଧିକ ଆମେରିକୀୟ ମିଡିଆ ରିପୋର୍ଟ କରିଛି।
N
By Namita PattanaikPublished: Sep 12, 2026, 12:48 PM •1 min read •7 Views
ହଲିଉଡ୍ର ଲୋକପ୍ରିୟ ପପ୍ ଷ୍ଟାର୍ Lady Gaga ଏବଂ ତାଙ୍କ ଫିଆନ୍ସେ ମାଇକେଲ୍ ପୋଲାନସ୍କି ପ୍ରଥମ ସନ୍ତାନର ମାତାପିତା ହୋଇଛନ୍ତି। ଏହି ଖବରକୁ ଏକାଧିକ ଆମେରିକୀୟ ମିଡିଆ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ନର୍ଦର୍ଣ୍ଣ କାଲିଫର୍ଣ୍ଣିଆରେ ଲେଡି ଗାଗା ଓ ମାଇକେଲ୍ ପୋଲାନସ୍କିଙ୍କୁ ନବଜାତ ଶିଶୁ ସହ ଦେଖିବାକୁ ମିଳିଛି। ଗାଗା ଶିଶୁକୁ କୋଳରେ ଧରିଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି। ତେବେ ଶିଶୁର ନାମ, ଲିଙ୍ଗ ଏବଂ ଜନ୍ମ ତାରିଖ ସମ୍ପର୍କରେ ଏପର୍ଯ୍ୟନ୍ତ ଦମ୍ପତିଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ୨୦୨୪ରେ ଗାଗା ଓ ପୋଲାନସ୍କିଙ୍କ ନିର୍ବନ୍ଧ ହୋଇଥିଲା। ଗାଗା ପୂର୍ବରୁ ମଧ୍ୟ ମାତୃତ୍ୱ ପ୍ରତି ନିଜର ଇଚ୍ଛା ବିଷୟରେ ଅନେକଥର କହିଥିଲେ। ୨୦୨୫ରେ ସେ ମାଆ ହେବାକୁ ନିଜର “ପରବର୍ତ୍ତୀ ବଡ଼ ଭୂମିକା” ବୋଲି କହିଥିଲେ।
Tags:#Lady Gaga#Michael Polansky#Lady Gaga Baby#Hollywood#Celebrity News#Motherhood#EntertainmentNews
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
