Pregnant Lady Murder:୮ ମାସର ଗର୍ଭବତୀ ଲିଭ-ଇନ-ପାର୍ଟନରକୁ ମର୍ଡର
କିରଣ ଓ ପ୍ରବେଶ ସମ୍ପର୍କରେ ପୁତୁରା-ଖୁଡ଼ୀ। ପରେ ଦୁହିଁଙ୍କ ଭିତରେ ପ୍ରେମସମ୍ପର୍କ ହୋଇଗଲା। ଜାନୁଆରୀରେ କିରଣକୁ ନେଇ ପ୍ରବେଶ ଘରୁ ପଳାଇଥିଲା। ଏହା ପରେ ଦୁହେଁ ଲିଭ-ଇନ- ରିଲେସନରେ ରହିବାକୁ ଲାଗିଥିଲେ। କିଛି ମାସ ତଳେ ଦୁହେଁ ଜୟପୁର ପହଞ୍ଚି ପ୍ରେଷ୍ଟିଜ କଲୋନୀରେ ଭଡ଼ାରେ ରହିଥିଲେ।

୮ ମାସର ଗର୍ଭବତୀ ମହିଳାଙ୍କୁ ହତ୍ୟା କରି ଲନରେ ପୋତିଦେଲା। ଆଉ କେହି ନୁହେଁ। ମହିଳାଙ୍କ ଲିଭ-ଇନ-ପାର୍ଟନରର ଏଭଳି ନୃଶଂସତା ସାମ୍ନାକୁ ଆସିଛି। ମୋବାଇଲକୁ ନେଇ ବିବାଦରୁ ଏଭଳି ବର୍ବରତା ଘଟାଇଛି ଲିଭ-ଇନ-ପାର୍ଟନର। ମାମଲା ରାଜସ୍ଥାନ ଜୟପୁରର। ୪ ଦିନ ପରେ ଖୋଲିଲା ରହସ୍ୟ। ଫିଲ୍ମରୁ ମର୍ଡରର ପ୍ଲାନ ଶିଖିଥିଲା ଅଭିଯୁକ୍ତ। ମର୍ଡର ପରେ ଶବକୁ ଘରର ଲନରେ ପୋତିଦେଇ ମନ୍ଦିର ଯାଇଥିଲା ଅଭିଯୁକ୍ତ। ଆଉ ସ୍ୱାଭାବିକ ଭାବେ ବୁଲାବୁଲି କରିଥିଲା। ପରେ ଫେରାର୍ ହୋଇଯାଇଥିଲା। ପୁଲିସ ତାକୁ ୟୁପି ସୀମାରୁ ଗିରଫ କରିଛି। ଜୟପୁରର ବିନ୍ଦାୟକା ଏରିଆର ପ୍ରେଷ୍ଟିଜ କଲୋନୀରେ ଏ ଘଟଣା ଘଟିଛି। ମୃତକ ହେଲେ ୩୨ ବର୍ଷୀୟା କିରଣ। ପୁଲିସ ତାଙ୍କର ଲିଭ-ଇନ-ପାର୍ଟନର ୨୨ ବର୍ଷର ପ୍ରବେଶ ରାଓ୍ୱତକୁ ଗିରଫ କରିଛି। କିରଣ ଓ ପ୍ରବେଶ ସମ୍ପର୍କରେ ପୁତୁରା-ଖୁଡ଼ୀ। ପରେ ଦୁହିଁଙ୍କ ଭିତରେ ପ୍ରେମସମ୍ପର୍କ ହୋଇଗଲା। ଜାନୁଆରୀରେ କିରଣକୁ ନେଇ ପ୍ରବେଶ ଘରୁ ପଳାଇଥିଲା। ଏହା ପରେ ଦୁହେଁ ଲିଭ-ଇନ- ରିଲେସନରେ ରହିବାକୁ ଲାଗିଥିଲେ। କିଛି ମାସ ତଳେ ଦୁହେଁ ଜୟପୁର ପହଞ୍ଚି ପ୍ରେଷ୍ଟିଜ କଲୋନୀରେ ଭଡ଼ାରେ ରହିଥିଲେ। କିରଣ ୮ ମାସର ଗର୍ଭବତୀ ଥିଲେ। ଦୁହିଁଙ୍କ ପାଖରେ ଗୋଟିଏ ମୋବାଇଲ ଥିଲା। ଏ ମୋବାଇଲ ପ୍ରବେଶର। ପ୍ରବେଶ କାମରୁ ବାହାରିଗଲା ପୂର୍ବରୁ ମୋବାଇଲ କିରଣକୁ ଦେଇକି ଯାଏ। ଆଉ ଏହି ମୋବାଇଲକୁ ନେଇ ଦୁହିଁଙ୍କ ଭିତରେ ବାଦବିବାଦ ଆରମ୍ଭ ହୋଇଥିଲା। ପ୍ରବେଶ କିରଣ ଉପରେ ସନ୍ଦେହ କରିବାକୁ ଲାଗିଲା। ତାକୁ ଲାଗିଥିଲା ଯେ, ମୋବାଇଲରେ କିରଣ ବୋଧେ ଆଉ କାହା ସହ କଥାବାର୍ତ୍ତା କରୁଛି। ସେପ୍ଟେମ୍ୱର ୨୩ରେ ବିବାଦ ବଢ଼ିବାରୁ ପ୍ରବେଶ କିରଣର ଗଳା ଚିପି ହତ୍ୟା କରିଦେଲା। ଫିଲ୍ମରୁ କ୍ରାଇମସିନ୍ ଦେଖି ଘରର ଲନରେ ଗାତ ଖୋଳି ଶବକୁ ପୋତିଦେଲା। ଏହା ଉପରେ ପ୍ରାୟ ୨କେଜିର ଲୁଣ ପକାଇଦେଲା। ମର୍ଡର ପରେ ମନ୍ଦିର ଦର୍ଶନ କଲା। ୨୫ ଓ ୨୬ ତାରିଖରେ ଫ୍ୟାକଟ୍ରିକୁ କାମ କରିବାକୁ ବି ଗଲା। ସ୍ୱାଭାବିକ ଭାବେ କାମ କଲା ଯେମିତିକି କାହାରି ସନ୍ଦେହ ହେବନି। ୨୬ ତାରିଖ ସଂଧ୍ୟାରେ ପରିବାର ଲୋକଙ୍କୁ ଫୋନ କରି କିରଣର ମୃତ୍ୟୁ ବାବଦରେ ଜଣାଇଥିଲା। ଏହା ପରେ ପୁଲିସକୁ ଖବର ମିଳିଥିଲା। ସେପ୍ଟେମ୍ୱର ୨୭ରେ ଠିକାଦାରଠୁ ୫ଶହ ଟଙ୍କା ଉଧାର ନେଇ ଚମ୍ପଟ ମାରିଥିଲା। ମୋବାଇଲ ଅନ୍ କରିବା ମାତ୍ରେ ତାହାର ଲୋକେସନ ଟ୍ରେସ କରି ପୁଲିସ ତାକୁ ଧରିଥିଲା।
