କାହିଁକି ସୁଇସାଇଡ କଲେ ମମତାଙ୍କ ଝିଆରୀ?
କୋଲକାତା ହାଇକୋର୍ଟଙ୍କ ଆଦେଶ ବଳରେ ବୋଲପୁର ହାଇସ୍କୁଲରେ କିରାଣୀ ପଦରେ ତାଙ୍କ ନିଯୁକ୍ତିକୁ ରଦ୍ଦ କରିଦିଆଯାଇଥିଲା। ରଦ୍ଦ ସୂଚୀ ତାଲିକାରେ ତାଙ୍କର ନମ୍ୱର ଥିଲା ୬୦୮।ଛାଡ଼ପତ୍ର ମାମଲାକୁ ନେଇ ବି ଟେନସନରେ ରହୁଥିଲେ ବ୍ରିଷ୍ଟି।

ଆତ୍ମହତ୍ୟା କରିଦେଲେ ମମତାଙ୍କ ଝିଆରୀ। ବୀରଭୂମସ୍ଥିତ ରାମପୁରହାଟରେ ଥିବା ଘରେ ଫାଶୀ ଦେଇ ଝୁଲିପଡ଼ିଲେ ବ୍ରିଷ୍ଟି ମୁଖାର୍ଜୀ। ଶିକ୍ଷକ ଚାକିରୀ ହରାଇବା ପରେ ଦୀର୍ଘ ଦିନ ହେଲା ମାନସିକ ଅବସାଦରେ ଥିଲେ ବ୍ରିଷ୍ଟି। ମାର୍ଚ୍ଚ ୨୦୨୩ରେ ସେ ନନ୍-ଟିଚିଂ ଚାକିରୀ ହରାଇଥିଲେ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତାଙ୍କ ଚାକିରୀ ଚାଲିଯାଇଥିଲା। ଯେଉଁ ପ୍ରାର୍ଥୀଙ୍କ ନିଯୁକ୍ତି ରଦ୍ଦ ହୋଇଥିଲା, ସେ ତାଲିକାରେ ବ୍ରିଷ୍ଟିଙ୍କ ନମ୍ୱର ଥିଲା ୬୦୮। ନିକଟରେ ୨୬ହଜାର ଶିକ୍ଷକ ଓ ଅଣଶିକ୍ଷକ ଷ୍ଟାଫ ନିଜର ଚାକିରୀ ହରାଇଛନ୍ତି। ସେମାନଙ୍କ ନିଯୁକ୍ତିକୁ କୋଲକାତା ହାଇକୋର୍ଟ ରଦ୍ଦ କରିଥିଲେ। ଯାହାକୁ ପରେ ସୁପ୍ରିମକୋର୍ଟ ବି କାଏମ ରଖିଥିଲେ। ବ୍ରିଷ୍ଟିଙ୍କ ବାପା ନିହାର ମୁଖାର୍ଜୀ। ଯିଏ ମମତା ବାନାର୍ଜୀଙ୍କ ମାମୁଁ ପୁଅ ଭାଇ ଓ ସ୍ଥାନୀୟ ଟିଏମସି ନେତା। ବୋଲପୁର ସ୍କୁଲରେ କାର୍ଯ୍ୟରତ ଥିଲେ ବ୍ରିଷ୍ଟି। ଆଉ କିଛି କହୁଛନ୍ତି, ଛାଡ଼ପତ୍ର ମାମଲାକୁ ନେଇ ବି ଟେନସନରେ ରହୁଥିଲେ ବ୍ରିଷ୍ଟି। ସ୍ୱାମୀଙ୍କ ସହ ଛାଡ଼ପତ୍ର ମାମଲା ଚାଲିଛି। ପୁଲିସ ଏ ଦିଗକୁ ବି ତଦନ୍ତ ପରିସରଭୁକ୍ତ କରିଛି। ପୁଲିସ ଶବ ଜବତ କରି ବ୍ୟବଛେଦ ଲାଗି ପଠାଇଛି। ଘରକୁ ସିଲ୍ କରି ପରିବାର ପରିଜନଙ୍କୁ ପଚରାଉଚୁରା କରୁଛି। ବ୍ରିଷ୍ଟି ମୁଖାର୍ଜୀ ପୂର୍ବରୁ ବି ବିବାଦୀୟ ଥିଲେ। ସ୍କୁଲ ସର୍ଭିସ କମିଶନ ଏସଏସସିର ଗ୍ରୁପ-ସି ରେ ଭର୍ତ୍ତି ବେଳେ ଅନିୟମିତତାର ଆରୋପ ଆସିଥିଲା। ଏହା ପରେ କୋଲକାତା ହାଇକୋର୍ଟଙ୍କ ଆଦେଶ ବଳରେ ବୋଲପୁର ହାଇସ୍କୁଲରେ କିରାଣୀ ପଦରେ ତାଙ୍କ ନିଯୁକ୍ତିକୁ ରଦ୍ଦ କରିଦିଆଯାଇଥିଲା। ରଦ୍ଦ ସୂଚୀ ତାଲିକାରେ ତାଙ୍କର ନମ୍ୱର ଥିଲା ୬୦୮। ଅବଶ୍ୟ ଚାକିରୀ ଚାଲିଯିବା ଆଗରୁ ବ୍ୟକ୍ତିଗତକାରଣ ଦର୍ଶାଇ ସେ ଚାକିରୀରୁ ଇସ୍ତଫା ଦେଇସାରିଥିଲେ।
