Tragic Accident:ଜବାନଙ୍କ ଶବକୁ ନେଇ ଫେରୁଥିବା ଆଂବୁଲାନ୍ସ ଦୁର୍ଘଟଣାଗ୍ରସ୍ତ- ପୁଅ,ପୁତୁରା ଓ ଭାଇ ମୃତ
ଜବାନଙ୍କ ପାର୍ଥିବ ଶରୀର ଧରି ଫେରୁଥିବା ବେଳେ ଅଯୋଧ୍ୟା- ସୁଲତାନପୁର ସୀମାର ହଲିୟାପୁର ପାଖରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଦେଇଥିଲା ଧକ୍କା। ପ୍ରାୟ ଶହେ କିଲୋମିଟର ବେଗରେ ଯାଉଥିଲା ଆମ୍ୱୁଲାନ୍ସ। ଟକ୍କର ଏତେ ଶକ୍ତିଶାଳୀ ଥିଲା ଯେ, ଆମ୍ୱୁଲାନ୍ସ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। କେବିନ ପୁରା ଚାପି ହୋଇଯାଇଥିଲା। ଡ୍ରାଇଭରର ଶବ ଷ୍ଟିଅରିଂରେ ଫସିଥିଲା।

ମୃତ୍ୟୁ କେମିତି କେଉଁବାଟେ ଆସିବ, ଏହା କାହାକୁ ଜଣା ନାହିଁ। ଏଇ ଯେମିତି ୟୁପିର ସୁଲତାନପୁରର ପୂର୍ବାଞ୍ଚଳ ଏକ୍ସପ୍ରେସ-ଓ୍ୱେରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ଏହାର ବଡ଼ ନଜିର। ଚଣ୍ଡିଗଡ଼ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସୁବେଦାର ମେଜର ସତ୍ୟଓ୍ୱାନ ସିଂଙ୍କ ମରଶରୀରକୁ ନେଇ ଆସୁଥିବା ଆମ୍ୱୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରୋଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଦେଇଥିଲା ଧକ୍କା। ଟକ୍କର ଏତେ ଜୋରରେ ହୋଇଥିଲା ଯେ, ଆମ୍ୱୁଲାନ୍ସରେ ଥିବା ମୃତ ସୁବେଦାରଙ୍କ ଏକ ମାତ୍ର ପୁଅ, ଭାଇ, ପୁତୁରା ଓ ଆମ୍ୱୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଜଣେ ଜବାନଙ୍କ ମରଶରୀରକୁ ଘରକୁ ଆଣୁଥିବା ବେଳେ ଆଉ ୪ ଜଣଙ୍କ ଜୀବନ ଦୀପ ଲିଭିଗଲା। ମୃତକ ହେଲେ ସୁବେଦାରଙ୍କ ୨୮ ବର୍ଷୀୟ ପୁଅ ଗୌରବ ସିଂ, ପୁତୁରା ୩୫ ବର୍ଷୀୟ ରାଜନ ଚୌଧୁରୀ, ଭାଇ ୪୦ ବର୍ଷୀୟ ରାମ ସାମୁଝ ସିଂ ଓ ଆମ୍ୱୁଲାନ୍ସ ଡ୍ରାଇଭର ୩୦ ବର୍ଷୀୟ ଯଶପାଲ। ଏହା ଏକ ଆର୍ମି ଆମ୍ୱୁଲାନ୍ସ ଥିଲା। ଆମ୍ୱୁଲାନ୍ସଟି ପଞ୍ଚକୁଳାରୁ ଦେଓରିଆ ଫେରୁଥିଲା। ଜବାନଙ୍କ ପାର୍ଥିବ ଶରୀର ଧରି ଫେରୁଥିବା ବେଳେ ଅଯୋଧ୍ୟା- ସୁଲତାନପୁର ସୀମାର ହଲିୟାପୁର ପାଖରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଦେଇଥିଲା ଧକ୍କା। ପ୍ରାୟ ଶହେ କିଲୋମିଟର ବେଗରେ ଯାଉଥିଲା ଆମ୍ୱୁଲାନ୍ସ। ଟକ୍କର ଏତେ ଶକ୍ତିଶାଳୀ ଥିଲା ଯେ, ଆମ୍ୱୁଲାନ୍ସ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। କେବିନ ପୁରା ଚାପି ହୋଇଯାଇଥିଲା। ଡ୍ରାଇଭରର ଶବ ଷ୍ଟିଅରିଂରେ ଫସିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ୱୁଲାନ୍ସକୁ କଟରରେ କାଟି ଶବ ବାହାର କରିଥିଲା। ପଛ ସିଟରେ ବସିଥିବା ରାମ ସମୁଝ ଓ ରାଜନ ସିଂଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ, ତାଙ୍କର ମୃତ୍ୟୁ ହୋଇଗଲା। ରବିବାର ସକାଳ ୮ଟାରେ ଏ ଦୁର୍ଘଟଣା ଘଟିଥିଲା। ଦେଓରିଆର ରୁଦ୍ରପୁରର ମେଜର ସତ୍ୟବାନ ମିରଟରେ ମୁତୟନ ଥିଲେ। ଚଣ୍ଡିଗଡ଼ରେ ତାଙ୍କର କିଡନି ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ୨ଦିନ ତଳେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ପାର୍ଥିବ ଶରୀର ଆଣିବାକୁ ପରିବାର ଲୋକେ ପହଞ୍ଚିଥିଲେ। ଶନିବାର ଅପରାହ୍ନ ପ୍ରାୟ ୪ଟା ବେଳେ ଆମ୍ୱୁଲାନ୍ସରେ ଶବ ନେଇ ଦେଓରିଆ ଅଭିମୁଖେ ବାହାରିଥିଲେ ପୁଅ, ପୁତୁରା ଓ ଭାଇ। ସେପଟେ ସତ୍ୟବାନଙ୍କ ପତ୍ନୀ ସରୋଜିନୀ ସିଂ ଓ ଝିଅ ଦୀକ୍ଷା ବି ସେନା ଗାଡ଼ିରେ ଶବ ସହ ବାହାରିଥିଲେ। ରାସ୍ତାରେ ଆମ୍ୱୁଲାନ୍ସକୁ ଟପି ସେନା ଗାଡି ଆଗକୁ ପଳାଇଥିଲା। ସେଥିଲାଗି ମାଆ ଓ ଝିଅ ଆଗୁଆ ଘରେ ପହଞ୍ଚିସାରିଥିଲେ। ହେଲେ ବାଟରେ ମୃତ ସୁବେଦାରଙ୍କ ପୁଅ,ପୁତୁରା ଓ ଭାଇକୁ ଯେମିତି ଅପେକ୍ଷା କରିଥିଲା ଜମ।
