ଆୟରେ ବେଙ୍ଗାଲୁରୁ, ବ୍ୟୟରେ ଚଣ୍ଡିଗଡ଼ ଓ କରଜରେ ଚେନ୍ନାଇ ନମ୍ୱର ୱାନ!
ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ସବୁଠୁ ଅଧିକ ଧନୀ ପରିବାର ରହୁଛନ୍ତି। ତାମିଲନାଡ଼ୁ ରାଜଧାନୀ ଚେନ୍ନାଇର ଲୋକେ ସବୁଠୁ ଅଧିକ କରଜ ନିଅନ୍ତି। ଯେବେ ଦିଲ୍ଲୀର ଏନସିଆର ଦେଶର ସବୁଠୁ ବଡ଼ ବାଜାର ଅଟେ।

ଆୟରେ ବେଙ୍ଗାଲୁରୁ, ବ୍ୟୟରେ ଚଣ୍ଡୀଗଡ଼। ଆଉ କରଜରେ ଚେନ୍ନାଇ ସବା ଆଗରେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଦେଶର ପ୍ରମୁଖ ମେଟ୍ରୋ ସହର ବାବଦରେ ଏଭଳି ଏକ ରୋଚକ ତଥ୍ୟ ଏକ ଷ୍ଟଡିରୁ ସାମ୍ନାକୁ ଆସିଛି। ଏଥିଲେ ଲୋକଙ୍କ ଆୟ, ବ୍ୟୟ, ସଞ୍ଚୟ ଓ ଋଣର ପାର୍ଟନ କଅଣ, ପଦାକୁ ଆସିଛି। ଅନେକ ମାମଲାରେ ଛୋଟ ସହରଗୁଡ଼ିକ ବଡ଼ ବଡ଼ ସହର ଉପରେ ଭାରି ପଡ଼ୁଛି। ଧନୀ ପରିବାର ମାମଲାରେ ମୁମ୍ୱାଇ ସବା ଆଗରେ ଥିଲା ବେଳେ ମଧ୍ୟବିତ୍ତ ଆୟ କରୁଥିବା ପରିବାରର ସଂଖ୍ୟା ହାଇଦ୍ରାବାଦରେ ସର୍ବାଧିକ ରହିଛି। ଆୟ ଓ ସଞ୍ଚୟ ମାମଲାରେ ଦକ୍ଷିଣ ଭାରତର ବେଙ୍ଗାଲୁରୁ ସହର ସବା ଆଗରେ ଅଛି। ଆଉ ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ସବୁଠୁ ଅଧିକ ଧନୀ ପରିବାର ରହୁଛନ୍ତି। ତାମିଲନାଡ଼ୁ ରାଜଧାନୀ ଚେନ୍ନାଇର ଲୋକେ ସବୁଠୁ ଅଧିକ କରଜ ନିଅନ୍ତି। ଯେବେ ଦିଲ୍ଲୀର ଏନସିଆର ଦେଶର ସବୁଠୁ ବଡ଼ ବାଜାର ଅଟେ। ପ୍ରାଇସ-ଟାଟାର ଶହେ ସିଟି The Many Urban Indias ମୁତାବକ ଆୟରେ ବେଙ୍ଗାଲୁରୁ ନମ୍ୱର ଓ୍ୱାନ ଅଟେ। ଏହି ସହରରେ ଆଭରେଜ୍ ଆନୁଆଲ ହାଉସହୋଲଡ ଇନକମ ବା ବାର୍ଷିକ ଘରୋଇ ଆୟ ୨୮.୩ଲକ୍ଷ ଟଙ୍କା। ଯାହା କୋଲକାତାରୁ ୧.୭ ଗୁଣା ଅଧିକ ଅଟେ। ଏଥିରେ ଚଣ୍ଡୀଗଡ଼ ଦ୍ୱିତୀୟ ନମ୍ୱରରେ ରହିଛି। ଯେବେକି ବଡ଼ଦୋରା ଓ ଦିଲ୍ଲୀର ହାରାହାରି ବାର୍ଷିକ ଘରୋଇ ଆୟ ୨୫.୯ଲକ୍ଷ ଅଟେ। ମୁମ୍ୱାଇରେ ୨୬.୧ ପ୍ରତିଶତ ପରିବାରର ବାର୍ଷିକ ଆୟ ୩୬ଲକ୍ଷ ବା ଏହାଠୁ ଅଧିକ। ଦିଲ୍ଲୀରେ ୨୨.୪ ପ୍ରତିଶତ, ଚେନ୍ନାଇରେ ୧୨.୬ ପ୍ରତିଶତ, କୋଲକାତାରେ ୧୦.୪ ପ୍ରତିଶତ, ହାଇଦ୍ରାବାଦରେ ୮.୮ ପ୍ରତିଶତ ଓ ବେଙ୍ଗାଲୁରୁରେ ୮ ପ୍ରତିଶତ ଅଛି। ମଧ୍ୟ ଆୟକାରି ବର୍ଗରେ ୬୮.୧ ପ୍ରତିଶତ ପରିବାରର ବାର୍ଷିକ ଆୟ ୬ରୁ ୩୬ଲକ୍ଷ ଟଙ୍କା ଭିତରେ ରହିଛି। ବାର୍ଷିକ ୧.୫ରୁ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାର ଭିତରେ ସର୍ବାଧିକ ସଂଖ୍ୟା କୋଲକାତାରେ ଅଛନ୍ତି। ଏହାର ହାର ରହିଛି ୩୫.୨ ପ୍ରତିଶତ। ସେପଟେ ସର୍ବାଧିକ ଖର୍ଚ୍ଚ କରୁଥିବା ମାମଲାରେ ଚଣ୍ଡିଗଡ଼ ସହର ଆଗରେ ରହିଛି। ଏଠାରେ ପ୍ରତି ପରିବାରର ବାର୍ଷିକ ଖର୍ଚ୍ଚ ୧୯.୨ଲକ୍ଷ ଟଙ୍କା ଅଟେ। ଏହା ପଛରେ ରହିଛି ଥିରୁବନନ୍ତପୁରମ, ବଡ଼ଦୋରା, ତିରୁପୁର, ସୁରାଟ, ବେଙ୍ଗାଲୁରୁ, ପୁଣେ, ଦିଲ୍ଲୀ, ମୁମ୍ୱାଇ, ହାଇଦ୍ରାବାଦ, ଚେନ୍ନାଇ ଓ କୋଲକାତା ଅଛି। ଖାଇବାପିଇବାରେ ଖର୍ଚ୍ଚ ୨୯.୯ ପ୍ରତିଶତ ହେଉଥିଲା ବେଳେ ହାଉସିଂରେ ୨୩.୩ ପ୍ରତିଶତ, ଟ୍ରାନ୍ସପୋର୍ଟେସନରେ ୨୨.୨ ପ୍ରତିଶତ, ଏଜୁକେସନରେ ୭ ପ୍ରତିଶତ, ଫେସନରେ ୫.୭ ଓ ହେଲଥକେୟାରରେ ୫.୨ ପ୍ରତିଶତ ଖର୍ଚ୍ଚ କରୁଛନ୍ତି ଲୋକେ। ସଞ୍ଚୟର କଥା ଆସିଲେ, ଦେଶର ୬ଟି ବଡ଼ ସହରରେ ପରିବାରର ସଞ୍ଚୟ ସେମାନଙ୍କ ଆୟର ୪୨ ପ୍ରତିଶତ ଅଟେ। ଯେବେକି ସର୍ବଭାରତୀୟ ସ୍ତରରେ ଏହି ସଂଖ୍ୟା ୨୫ ପ୍ରତିଶତ। ସଞ୍ଚୟରେ ନମ୍ୱର ଓ୍ୱାନ ଥିବା ବେଙ୍ଗାଲୁରୁରେ ପରିବାର ନିଜ ଆୟର ୪୫.୯ ପ୍ରତିଶତ ସଞ୍ଚୟ କରିଥାଆନ୍ତି। ଏହା ପଛରେ ରହିଛି ଦିଲ୍ଲୀ, ମୁମ୍ୱାଇ, କୋଲକାତା, ହାଇଦ୍ରାବାଦ ଓ ଚେନ୍ନାଇ। ଆଉ କରଜ କରିବା ମାମଲାରେ ସବା ଆଗରେ ଥିବା ଚେନ୍ନାଇରେ ଆୟର ଅନୁପାତ ୨୭.୭ ପ୍ରତିଶତ। ୬ଟି ପ୍ରମୁଖ ବଡ଼ ସହରରେ ଏହାର ଅନୁପାତ ରହିଛି ୧୮.୫ ପ୍ରତିଶତ। ଏହି ତାଲିକାରେ କୋଲକାତା ଦ୍ୱିତୀୟ ଓ ମୁମ୍ୱାଇ ତୃତୀୟ ସ୍ଥାନରେ ରହିଛି।
