UP news : ପ୍ରେମ ସମ୍ପର୍କକୁ ନେଇ ଅଘଟଣ, କ୍ଷେତରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
ହାରଦାଇର ସାରଙ୍ଗପୁର ଗାଁରେ ୧୬ ବର୍ଷୀୟ ପ୍ରେମିକ କାହ୍ନା ଏବଂ ୧୪ ବର୍ଷୀୟ ପ୍ରେମିକା ସବିତା ଗୋଟିଏ ଦଉଡ଼ିରେ ଫାସୀ ଲଗେଇ ଆତ୍ମହତ୍ୟା କରିଛନ୍ତି |

ପ୍ରେମ ସମ୍ପର୍କକୁ ନେଇ ଦୁଇ ନାବାଳକଙ୍କ ମୃତ୍ୟୁ, ଗାଁରେ ଚାଞ୍ଚଲ୍ୟ | ଆଜି ସକାଳେ ସାରଙ୍ଗପୁର ଗାଁରୁ ୫ମିଟର ଦୂରରେ ନାବାଳକ ୧୬ ବର୍ଷୀୟ ପ୍ରେମିକ କାହ୍ନା ରାଜପୁତ ଏବଂ ୧୪ ବର୍ଷୀୟ ପ୍ରେମିକା ସବିତା ଗୋଟିଏ ଦଉଡ଼ିରେ ଫସି ଲଗାଇ ଆତ୍ମହତ୍ୟା କରିଛନ୍ତି | ମୃତ୍ୟୁ ପୂର୍ବରୁ ପ୍ରେମିକ ଇନଷ୍ଟାଗ୍ରାମ ଷ୍ଟାଟସରେ "ନଟନ ୱାଲେ ମେ ଫାଁସୀ ଲଗା ଲି , ଦେଖ ଲୋ ଆକର୍ ମୌତ ହୋ ଗଇ ହମାରି...." ଲେଖି ପୋଷ୍ଟ କରିଥିଲେ , ଯାହା ପରେ ଭାଇରାଲ ହୋଇଥିଲେ | ସକାଳେ ଗାଁ ଲୋକେ ମୋବାଇଲ ଦେଖିବା ପରେ ଦୌଡ଼ି ଯାଇ କ୍ଷେତରେ ପହଞ୍ଚି ଥିଲେ , ଯେଉଁଠି ଦୁହିଁ ପ୍ରେମୀଯୁଗଳଙ୍କ ଶବ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା | ସୂଚନା ମିଳିବା ପରେ ଏଡିସନାଲ ପୂର୍ବୀ ସୁବୋଧ ଗୌତମ ,ଇନସ୍ପେକ୍ଟର ଶିଵକାନ୍ତ ପାଣ୍ଡେ ଘଟଣା ସ୍ଥଳରେ ପହଞ୍ଚିଥିଲେ | ଦୁଇଜଣଙ୍କ ଶବକୁ ପୋଷ୍ଟମାର୍ଟମ ପାଇଁ ସଂଦିଲା ପଠାଯାଇଥିଲା | ପ୍ରେମୀଯୁଗଳ ଉଭୟ ସମାନ ଗାଁରେ ରହୁଥିଲେ , ପାଖାପାଖି ବର୍ଷେ ହବ ପ୍ରେମସମ୍ପର୍କରେ ଥିଲେ | ୬ଦିନ ପୂର୍ବରୁ ପ୍ରେମିକାଙ୍କ ବାପା ଏହି ସମ୍ପର୍କ ବିଷୟରେ ଜାଣିଥିଲେ | ଗତ ରାତିରେ, ପ୍ରେମିକାଙ୍କ ମା' ଅନ୍ତରୋଲି ଥାନାରେ ଏକ ମାମଲା ଦାୟର କଲେ |
