Nabarangpur district:ଆସନ୍ତା କାଲି ମଧ୍ୟ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ
ନବରଙ୍ଗପୁର ପ୍ରବଳ ବର୍ଷା କୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି ଅର୍ଥାତ ୨୬/୦୯/୨୬ ତାରିଖ ପାଇଁ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ସହିତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ରହିବା ନେଇ ଜିଲ୍ଲାପାଳ ନିର୍ଦେଶନାମା ଜାରି କରିଛନ୍ତି ।
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଲଗାଣ ଓ ପ୍ରବଳ ବର୍ଷାର ପ୍ରକୋପ ଜାରି ରହିଛି। ପ୍ରଭାବିତ ପୁରା ଅଂଚଳ |ବର୍ଷାଜନିତ ସମ୍ଭାବ୍ୟ ବିପଦକୁ ଆଖିଆଗରେ ରଖି ଏବଂ ଶିଶୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବର୍ଷା ଯୋଗୁଁ ନଦୀନାଳର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି, ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି, ଅର୍ଥାତ୍ ୨୬ ସେପ୍ଟେମ୍ବର ୨୦୨୬ (ଶନିବାର) ମଧ୍ୟ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି | ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଥିବାରୁ ପୂର୍ବରୁ ତିନି ଦିନ ପାଇଁ ୨୩, ୨୪ ଏବଂ ୨୫ ତାରିଖ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିଲା। ତେବେ ପାଣିପାଗ ବିଭାଗର ଆଗାମୀ ସତର୍କସୂଚନା ଏବଂ ଆସନ୍ତାକାଲି ପାଇଁ 'ୟେଲୋ ୱାର୍ଣ୍ଣିଂ' ଜାରି ରହିଥିବାରୁ, ଜିଲ୍ଲାପାଳ ଏହି ଛୁଟି ସମୟସୀମାକୁ ବୃଦ୍ଧି କରିବା ସହ ପ୍ରଶାସନ ପକ୍ଷରୁ ସମସ୍ତ ଅଭିଭାବକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

