Bjd Supremo Naveen: ମୁଖ୍ୟ ନିର୍ବାଚନ କମିଶନର ଦିଅନ୍ତୁ ଇସ୍ତଫା - ନବୀନ
MMDR ଓ SIR ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟ: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି। ପୁନଃ ସମୀକ୍ଷା ପାଇଁ ସରକାରଙ୍କ ଉପରେ ଚାପ ପକାଇବ BJD।
ଭୁବନେଶ୍ୱର: MMDR ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା BJD ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ତବ୍ୟ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ୨୦ ଜଣ ବିଜେପି ସାଂସଦ ଚୁପ୍ ରହିବା ସହ ଏହାକୁ ସମର୍ଥନ କରିଛନ୍ତି। ଏହାର ପୁନଃ ସମୀକ୍ଷା ପାଇଁ ସରକାରଙ୍କ ଉପରେ BJD ଚାପ ପକାଇବ ବୋଲି ସେ କହିଛନ୍ତି। ନବୀନ କହିଛନ୍ତି ଯେ, ଏହି ପ୍ରସଙ୍ଗ ରାଜ୍ୟର ରାଜସ୍ୱ ଉପରେ ବଡ଼ ପ୍ରଭାବ ପକାଇପାରେ। ରାଜ୍ୟର ସ୍ୱାର୍ଥ ଓ ରାଜସ୍ୱ ସୁରକ୍ଷା ପାଇଁ ଦଳ ଏହି ଘଟଣାକୁ ଗୁରୁତ୍ୱର ସହ ନେବ ବୋଲି ସେ କହିଛନ୍ତି। ସେହିପରି SIR ପ୍ରସଙ୍ଗରେ ମଧ୍ୟ ନବୀନ ପଟ୍ଟନାୟକ ନିଜ ମତ ରଖିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର (CEO) ଇସ୍ତଫା ଦେବା ଉଚିତ ବୋଲି ସେ ମତ ଦେଇଥିବାବେଳେ, SIR ପ୍ରକ୍ରିୟାର ପୁଣିଥରେ ସମୀକ୍ଷା କରାଯିବା ଦରକାର ବୋଲି କହିଛନ୍ତି।
ମୋ ନେତା ନବୀନଙ୍କ କହିବା ଅନୁସାରେ, SIR ପ୍ରକ୍ରିୟାକୁ ନେଇ BJD ପୂର୍ବରୁ ମଧ୍ୟ ଆପତ୍ତି ଉଠାଇ ଆସିଛି। ଆଗକୁ ମଧ୍ୟ ଦଳ ଏହି ପ୍ରସଙ୍ଗକୁ ଦୃଢ଼ତାର ସହ ଉଠାଇବ ବୋଲି ସେ କହିଛନ୍ତି।

