Zomato / ଜୋମାଟୋରେ ଖାଦ୍ୟ ଅର୍ଡର ଏବେ ମହଙ୍ଗା
ଏଣିକି ଖାଦ୍ୟ ଆସିବା ପରେ କ୍ୟାଶ୍ ଦେଇ ପେମେଣ୍ଟ କଲେ ଦେବାକୁ ପଡ଼ିପାରେ ଅତିରିକ୍ତ ଚାର୍ଜ | ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋରୁ ଖାଦ୍ୟ ଅର୍ଡର କରିବା ଏବେ ଆହୁରି ମହଙ୍ଗା ହୋଇଛି। ଏଣିକି ଜୋମାଟୋରେ କ୍ୟାଶ୍ ଅନ୍ ଡେଲିଭରି ବା ଡେଲିଭରି ସମୟରେ ନଗଦ ଟଙ୍କା ପୈଠ କଲେ ଅତିରିକ୍ତ ୫ ଟଙ୍କା ଦେବାକୁ ପଡ଼ିବ। ଆପ୍ର ବିଲ୍ ରେ ଏହି ଚାର୍ଜ ‘ପେ ଅନ୍ ଡେଲିଭରି ଫିସ୍’ ନାମରେ ଅଲଗା ଭାବେ ଯୋଡ଼ାଯିବ ।

ଏଣିକି ଖାଦ୍ୟ ଆସିବା ପରେ କ୍ୟାଶ୍ ଦେଇ ପେମେଣ୍ଟ କଲେ ଦେବାକୁ ପଡ଼ିପାରେ ଅତିରିକ୍ତ ଚାର୍ଜ | ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋରୁ ଖାଦ୍ୟ ଅର୍ଡର କରିବା ଏବେ ଆହୁରି ମହଙ୍ଗା ହୋଇଛି। ଏଣିକି ଜୋମାଟୋରେ କ୍ୟାଶ୍ ଅନ୍ ଡେଲିଭରି ବା ଡେଲିଭରି ସମୟରେ ନଗଦ ଟଙ୍କା ପୈଠ କଲେ ଅତିରିକ୍ତ ୫ ଟଙ୍କା ଦେବାକୁ ପଡ଼ିବ। ଆପ୍ର ବିଲ୍ ରେ ଏହି ଚାର୍ଜ ‘ପେ ଅନ୍ ଡେଲିଭରି ଫିସ୍’ ନାମରେ ଅଲଗା ଭାବେ ଯୋଡ଼ାଯିବ । ତେବେ କିଛି ୟୁଜରଙ୍କ ବିଲ୍ରେ ଏହି ଫିସ୍ ୭ ଟଙ୍କାରୁ ୨୦ ଟଙ୍କା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦେଖାଯାଉଥିବା ଜଣାପଡ଼ିଛି । ଅନ୍ୟପଟେ, UPI, କ୍ରେଡିଟ୍/ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ଭଳି ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ଉପରେ ଏହି ଅତିରିକ୍ତ ଚାର୍ଜ ଲାଗିବ ନାହିଁ। ଏହି ‘ପେ ଅନ୍ ଡେଲିଭରି ଫିସ୍’ ପ୍ଲାଟଫର୍ମ ଫିସ୍, ରେଷ୍ଟୁରାଣ୍ଟ ପ୍ୟାକେଜିଂ ଚାର୍ଜ, ଡେଲିଭରି ଚାର୍ଜ ଏବଂ GST ବ୍ୟତୀତ ଅଲଗା ଭାବେ ଲାଗିବ। ଅର୍ଥାତ୍ ଏଣିକି ଖାଦ୍ୟ ସହ ପ୍ୟାକେଜିଂ, ଡେଲିଭରି, ପ୍ଲାଟଫର୍ମ ଫିସ୍ ଏବଂ ନଗଦ ପେମେଣ୍ଟ ପାଇଁ ମଧ୍ୟ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିପାରେ। ତେବେ ଏପର୍ଯ୍ୟନ୍ତ ସ୍ୱିଗି ଏଭଳି କୌଣସି ଚାର୍ଜ ଲାଗୁ କରିନାହିଁ। ଜୋମାଟୋରେ ପ୍ରତିଦିନ ପ୍ରାୟ ୨୩ରୁ ୨୫ ଲକ୍ଷ ଅର୍ଡର ହେଉଥିବା କୁହାଯାଉଛି। ଯଦି ପ୍ରତ୍ୟେକ ଅର୍ଡରରେ ମାତ୍ର ୫ ଟଙ୍କା ଅତିରିକ୍ତ ଚାର୍ଜ ଲାଗେ, ତେବେ କମ୍ପାନୀ ପ୍ରତିଦିନ ପ୍ରାୟ ୧.୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଅଧିକ ଆୟ କରିପାରେ। ଯଦିଓ ସମସ୍ତ ଗ୍ରାହକ କ୍ୟାଶ୍ ଅନ୍ ଡେଲିଭରି ବାଛିବେ ନାହିଁ, ତଥାପି ଏହି ନିଷ୍ପତ୍ତି ଜୋମାଟୋର ବାର୍ଷିକ ଲାଭକୁ ଶହ ଶହ କୋଟି ଟଙ୍କା ବଢ଼ାଇପାରେ । ଫୁଡ୍ ଡେଲିଭରି କମ୍ପାନୀଗୁଡ଼ିକ ଅର୍ଡର ଉପରେ ବିଭିନ୍ନ ପ୍ରକାରର ଚାର୍ଜ ଯୋଡ଼ିବା ନୂଆ କଥା ନୁହେଁ। ଏପ୍ରିଲ୍ ୨୦୨୩ରେ ଜୋମାଟୋ ଓ ସ୍ୱିଗି ପ୍ରତି ଅର୍ଡରରେ ୨ ଟଙ୍କା ପ୍ଲାଟଫର୍ମ ଫିସ୍ ଲାଗୁ କରିଥିଲେ। ଏହି ଫିସ୍ ଏବେ ବଢ଼ି ୧୪.୯୯ ଟଙ୍କା, ଏହା ଉପରେ ୧୮ ପ୍ରତିଶତ GST ପର୍ଯ୍ୟନ୍ତ ପହଞ୍ଚିଛି । ଦେଖିବାକୁ ୨ ଟଙ୍କାରୁ ୧୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଛୋଟ ଲାଗୁଥିଲେ ମଧ୍ୟ, ଇ-କମର୍ସ ଓ ଫୁଡ୍ ଡେଲିଭରି କମ୍ପାନୀଗୁଡ଼ିକ ଏଭଳି ଛୋଟ ଛୋଟ ଚାର୍ଜ ମାଧ୍ୟମରେ ବର୍ଷକୁ ପ୍ରାୟ ୩,୫୦୦ରୁ ୪,୦୦୦ କୋଟି ଟଙ୍କା ଆୟ କରୁଥିବା କୁହାଯାଉଛି।
