NORA FATEHI 3CR DEFAMATION SUIT:ନୋରା ଫତେହିଙ୍କ ବିରୋଧରେ 3 କୋଟିର ମାନହାନି ମାମଲା
ନୋରା ଫତେହିଙ୍କ ବିରୋଧରେ ₹3 କୋଟିର ମାମଲା; ବିମାନକୁ ‘ଛୋଟ’, ‘ଖେଳନା’ ଓ ‘ଲେଗୋ ଏୟାରପ୍ଲେନ’ କହିବାକୁ ନେଇ ଡ୍ୟୁନ୍ସ ଏଭିଏସନର ଅଭିଯୋଗ।
ଏକ ଏଭିଏସନ କମ୍ପାନୀ ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ନାମରେ 3 କୋଟି କ୍ଷତିପୂରଣର ମୋକଦ୍ଦମା କରିଛି | କମ୍ପାନୀ ନୋରାଙ୍କର ' ଅପମାନଜନକ ଓ ଦାୟିତ୍ବହୀନ ' କମେଣ୍ଟସ୍ ରେ କମ୍ପାନୀକୁ କ୍ଷତି ପହଞ୍ଚିଥିବାର ଦାବିକରିଛି | ଡ୍ୟୁନ୍ସ ଏଭିଏସନ ଏହି କେସ ଗାନ୍ଧିନଗର କୋର୍ଟ ରେ ଦାଖିଲ କରିଛି | ନୋରା ନିଜ ଇନ୍ସଟାଗ୍ରାମ୍ ଆକାଉଣ୍ଟ ରେ ଚାର୍ଟର୍ଡ ପ୍ଲେନ ର ଏକ ଭିଡିଓ ଶେୟାର କରି ତାକୁ 'ଛୋଟ' 'ଖେଳନା' ଓ 'ଲେଗାେ ଏୟାରପ୍ଲେନ' କହି ମୋକଦ୍ଦମାର ଶିକାର ହେଇଛନ୍ତି | କମ୍ପାନୀ ନୋରାଙ୍କୁ ସାର୍ବଜନିକ ସ୍ପଷ୍ଟୀକରଣ ଦେବାସହ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରୁ ସମସ୍ତ ବୟାନ ଓ କଣ୍ଟେଟ୍ ହଟାଇବାକୁ ଦାବି କରିଛି | ସିନିୟର ସିଭିଲ ଜଜ୍ ଆର .ଅଗ୍ରୱାଲ ଙ୍କ ଅଦାଲତ ଏହି ମାମଲାର ଶୁଣାଣି 25 ସେପ୍ଟେମ୍ବରକୁ ଧାର୍ଯ୍ୟ କରିଛନ୍ତି | ଡ୍ୟୁନ୍ସ ଏଭିଏସନ ଦାଖିଲ କରିଥିବା ମକଦ୍ଦମା ଅନୁସାରେ ନୋରା ଗତ ବର୍ଷ ଡ଼ିସେମ୍ବର ରେ ମୁମ୍ବାଇ ରୁ ଜୟପୁର ଯାଉଥିବା ସମୟରେ ସେସ୍ନା ସାଇଟେସନ CJ2 ବିମାନ ଭିତରେ ଏକ ଭିଡିଓ ରେକର୍ଡ କରିଥିଲେ | ଏହି ଭିଡିଓ ରେ ସେ ବିମାନକୁ 'ଛୋଟ' 'ଖେଳନା' ଓ 'ଲେଗାେ ଏୟାରପ୍ଲେନ' କହିଥିଲେ | କମ୍ପାନୀର ଆରୋପ ଅନୁଯାୟୀ 4.6 କୋଟି ରୁ ଅଧିକ ଫଲୋୟର୍ସ ଥିବା ନୋରାଙ୍କ ଦାୟିତ୍ବହୀନ କମେଣ୍ଟ ପରେ କମ୍ପାନୀର ବୁକିଙ୍ଗ ରଦ୍ଦ ହୋଇଛି ଓ ଏତଦ୍ୱାରା କମ୍ପାନୀର କମର୍ସିଆଲ କାମକାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି | କମ୍ପାନୀ ଦାବି ଅନୁଯାୟୀ ବୁକିଂ ପ୍ରତିଶତ 15 ରୁ 20 % ତଳକୁ ଖସିଯାଇଛି ଏବଂ କ୍ୟାନ୍ସଲେସନ ମଧ୍ୟ ବଢିଯାଇଛି | କମ୍ପାନୀ ର କହିବା ଅନୁସାରେ ଯେଉଁ ବିମାନରେ ନୋରା ଯାତ୍ରା କରୁଥିଲେ ସେ ବିମାନଟି ଷ୍ଟାଣ୍ଡାର୍ଡ୍ ଆଉ ଠିକଠାକ୍ ସାଇଜ ର ଥିଲା | ଡ୍ୟୁନ୍ସ ଏଭିଏସନ କମ୍ପାନୀ କହିଛି ଯେ ବିମାନଟି ସମୁର୍ଣ୍ଣଭାବେ DGCA ସାର୍ଟିଫଏଡ୍ ଆଉ ଉଡାଣ ପାଇଁ ଯୋଗ୍ୟ ଥିବା ସହ ବିମାନଟି ଏକ ବୈଧ NSOP ଦ୍ୱାରା ଆଇନଗତ ରୂପରେ ସଞ୍ଚାଳିତ ହେଉଥିଲା | ମୋକଦ୍ଦମା ରେ କମ୍ପାନୀ କୋର୍ଟ କୁ ନୋରାଙ୍କ ଠାରୁ 3 କୋଟି ଟଙ୍କାର କ୍ଷତି ପୁରଣ ଆଣିବାକୁ ଦାବି କରିବାସହ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମ ରୁ ବିମାନ ସମ୍ବନ୍ଧୀୟ ସବୁ କଣ୍ଟେଟ୍ ହଟାଇବାକୁ ନିର୍ଦେଶ ଦେବାପାଇଁ ଦାବି ରଖିଛି | କମ୍ପାନୀ ନୋରାଙ୍କୁ ସାର୍ବଜନୀନ ସ୍ପଷ୍ଟୀକରଣ ଦେବାପାଇଁ କହିଥିବାବେଳେ ମାମଲାକୁ ନେଇ ନୋରାଙ୍କ ତରଫରୁ କୌଣସି ସ୍ପଷ୍ଟୀକରଣ ଆସିଥିବା ନେଇ କୌଣସି ସୂଚନା ମିଳିନାହିଁ |
