ସୋନପୁର ଗଡ଼ଜାତ ଓ ପଞ୍ଚରା ଅଞ୍ଚଳ ପାଇଁ ବଡ଼ ଜଗନ୍ନାଥଙ୍କ ମୁକ୍ତିମଣ୍ଡପରେ ନିର୍ଦ୍ଧାରିତ ହେଲା ନବାନ୍ନ ଲଗ୍ନ
ସୁବର୍ଣ୍ଣପୁର_ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ସୋନପୁର ଗଡ଼ଜାତ ସହିତ ପଂଚରା ଅଞ୍ଚଳ ପାଇଁ ବଡ ଜଗନ୍ନାଥଙ୍କ ମୁକ୍ତି ମଣ୍ଡପରେ ନିର୍ଦ୍ଧାରିତ ହେଲା ଲଗ୍ନ । ଆସନ୍ତା ୧୫ ତାରିଖରେ ସକାଳ ୯.୫୦ ରୁ ୧୦.୧୪ ମଧ୍ୟରେ ଇଷ୍ଟଦେବୀଙ୍କ ଠାରେ ଲାଗି ହେବ ନବାର୍ଣ୍ଣ। ସକାଳ ୮.୪୦ ରୁ ୯.୩୦ ମଧ୍ୟରେ ସମଲେଇ ମନ୍ଦିରରୁ ଅଷ୍ଟଚଣ୍ଡୀଙ୍କ ପୀଠକୁ ଯିବ ପାହୁର।
ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ। ସୋନପୁର ଗଡ଼ଜାତ ସମେତ ପଞ୍ଚରା ଅଞ୍ଚଳ ପାଇଁ ବଡ଼ ଜଗନ୍ନାଥଙ୍କ ମୁକ୍ତିମଣ୍ଡପରେ ନବାନ୍ନ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ଆସନ୍ତା ୧୫ ତାରିଖରେ ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଲାଗି ହେବ। ନିର୍ଦ୍ଧାରିତ ଲଗ୍ନ ଅନୁସାରେ, ସକାଳ ୯ଟା ୫୦ ମିନିଟରୁ ୧୦ଟା ୧୪ ମିନିଟ ମଧ୍ୟରେ ଇଷ୍ଟଦେବୀଙ୍କ ଠାରେ ନବାର୍ଣ୍ଣ ଲାଗି ହେବ। ଏହାକୁ ନେଇ ସୋନପୁର ସମେତ ପଞ୍ଚରା ଅଞ୍ଚଳରେ ନୂଆଁଖାଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ସକାଳ ୮ଟା ୪୦ ମିନିଟରୁ ୯ଟା ୩୦ ମିନିଟ ମଧ୍ୟରେ ସମଲେଇ ମନ୍ଦିରରୁ ଅଷ୍ଟଚଣ୍ଡୀଙ୍କ ପୀଠକୁ ପାହୁର ଯିବ। ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁସାରେ ନବାନ୍ନ ଉତ୍ସବ ପାଳନ କରାଯିବ। ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ କୃଷିଭିତ୍ତିକ ଗଣପର୍ବ। ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ପ୍ରଥମେ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ପରିବାର ସଦସ୍ୟମାନେ ଏହାକୁ ଗ୍ରହଣ କରିଥାନ୍ତି। ଏହି ପର୍ବ ଭାଇଚାରା, ପରମ୍ପରା ଓ କୃଷି ସଂସ୍କୃତିର ପ୍ରତୀକ ଭାବେ ପାଳିତ ହୋଇଆସୁଛି। ଲଗ୍ନ ନିର୍ଦ୍ଧାରଣ ପରେ ଏବେ ନୂଆଁଖାଇକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ଉତ୍ସାହ ବଢ଼ିଛି। ଘରେ ଘରେ ନୂଆଁଖାଇ ପାଳନ ପାଇଁ ପ୍ରସ୍ତୁତି ଜୋରଦାର ହେବା ସହ ଦେବଦେବୀଙ୍କ ପୀଠରେ ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ପରମ୍ପରା ପାଳନ ପାଇଁ ପ୍ରସ୍ତୁତି ଚାଲିଛି।
ପରମ୍ପରା ଓ ଭକ୍ତିର ସମନ୍ୱୟରେ ଆସନ୍ତା ୧୫ ତାରିଖରେ ନୂଆଁଖାଇ ପାଳନକୁ ଅପେକ୍ଷା କରିଛନ୍ତି ସୁବର୍ଣ୍ଣପୁରବାସୀ।
