Baliapal Bank Loot: ୧୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ , ପୋଲିସ ଜାଲରେ ୫ ଅଭିଯୁକ୍ତ
ବାଲିଆପାଳ ବ୍ୟାଙ୍କ ଡକାୟତିର ପର୍ଦ୍ଦାଫାଶ କରିଛି ପୋଲିସ | ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଦିନ ଦ୍ୱିପହରରେ ବନ୍ଧୁକ ଦେଖାଇ ଡକାୟତି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ଟିମ୍ ।
ବାଲିଆପାଳ ବ୍ୟାଙ୍କ ଡକାୟତିର ପର୍ଦ୍ଦାଫାଶ କରିଛି ପୋଲିସ | ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଦିନ ଦ୍ୱିପହରରେ ବନ୍ଧୁକ ଦେଖାଇ ଡକାୟତି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ଟିମ୍ । ଗତ ସେପ୍ଟେମ୍ବର ୮ ତାରିଖରେ ୬ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ମ୍ୟାନେଜରଙ୍କୁ ମାଡ଼ ମାରି କ୍ୟାସ୍ କାଉଣ୍ଟରରୁ ୧୩ ଲକ୍ଷ ୮୦ ହଜାର ୪୪୪ ଟଙ୍କା ଲୁଟି ନେଇଥିଲେ । ପରେ କର୍ମଚାରୀଙ୍କୁ ଏକ ରୁମ୍ରେ ବନ୍ଦ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସ୍ପି ଓ ଡିଆଇଜିଙ୍କ ନିର୍ଦ୍ଦେଶରେ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ପଶ୍ଚିମବଙ୍ଗର ସନ୍ଦେଶଖାଲି, ଜୀବନତଳା, ସୋନାରପୁର ଓ ମହେନ୍ଦ୍ରପୁର ଥାନା ଅଞ୍ଚଳରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ଗୋଟିଏ ଦେଶୀ ବନ୍ଧୁକ ଓ ୩ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ପୋଲିସ। ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତଙ୍କୁ ଧରିବା ସହ ଲୁଟ୍ ଟଙ୍କା ଓ ଅନ୍ୟ ସାମଗ୍ରୀ ଜବତ ପାଇଁ ଚଢ଼ାଉ ଜାରି ରହିଥିବା ବସ୍ତା ଏସ୍ଡିପିଓ ସମର୍ଥ ବେହେରା ସୂଚନା ଦେଇଛନ୍ତି ।
