Odisha's Nijukti Mela:ରେଭେନ୍ସା ସେଭେନ ପିଲ୍ଲାର ଭିତରେ ୨୦ତମ ରୋଜଗାର ମେଳା,ଯୋଗ ଦେଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ
୨୦ତମ ରୋଜଗାର ମେଳା, ରିମୋଟ୍ ଦ୍ୱାରା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇ,ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ୫୧ ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ସଫଳତା ପାଇଁ ନିଯୁକ୍ତି ପ୍ରମାଣପତ୍ର ପ୍ରଦାନ |

କଟକ ର ରେଭେନ୍ସା ବିଶ୍ୱବିଦ୍ୟାଳୟ ର ସେଭେନ ପିଲ୍ଲାର ପରିସର ରେ ୨୦ତମ ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇଥିଲେ | ବିଭିନ୍ନ ବିଭାଗର ପରୀକ୍ଷା ରେ ସଫଳତା ହାସଲ କରି ନିଯୁକ୍ତି ପ୍ରାପ୍ତ କରିଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ତେବେ କାର୍ଯ୍ୟକ୍ରମରେ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଡି ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ରିମୋଟ୍ ଦ୍ୱାରା ରେଭେନ୍ସା ବିଶ୍ବବିଦ୍ୟାଳୟ ସମେତ ଦେଶରେ ୪୫ ଟି ସ୍ଥାନରେ ଚାଲିଥିବା ଏହି ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଆଜି ଗୋଟିଏ ଦିନରେ ସମଗ୍ର ଦେଶରେ ଆୟୋଜିତ ଏହି ମେଳା ମାଧ୍ୟମରେ ୫୧ ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ସଫଳତା ପାଇଁ ନିଯୁକ୍ତି ପ୍ରମାଣପତ୍ର ପ୍ରଦାନ କରାଯାଇଛି । ତେବେ ରେଭେନ୍ଶା ବିଶ୍ବବିଦ୍ୟାଳୟ ରେ ଆୟାକର ବିଭାଗ, ଡାକ ବିଭାଗ, ସିଆଇଏସଏଫ ର ପରୀକ୍ଷା ରେ ସଫଳତା ହାସିଲ କରିଥିବା ୭୧ଜଣ ପ୍ରାର୍ଥୀଙ୍କୁ ସେମାନଙ୍କ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ରେ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ନିଯୁକ୍ତି ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ତେବେ ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ନିଷ୍ଠା ଓ ସଚୋଟତା ର ସହ ନିଜର କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏହି ନବ ନିଯୁକ୍ତ ଅଧିକାରୀମାନଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଥିଲେ । ବର୍ତ୍ତମାନର ସ୍ଥିତିରେ ଭାରତ ସମଗ୍ର ବିଶ୍ୱ ରେ ଦ୍ରୁତ ବିକଶିତ ରାଷ୍ଟ୍ର ଭାବେ ଉଭା ହୋଇଛି ଓ ଏହା ଜିଡିପି ମଧ୍ୟ ଢେର ଭଲ ରହିଛି ।ଏହି ଅବସର ରେ ପ୍ରଧାନମନ୍ତ୍ରୀ ସମସ୍ତ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
