ଦୁର୍ନୀତି ପାଇଁ ବିଦା ହେଲେ ଅତିରିକ୍ତ ତହସିଲଦାର
ସେ ନେଇଥିବା ଅନେକ ନିଷ୍ପତ୍ତିରେ ଅନିୟମିତତାର ତଥ୍ୟ ଆସିଥିଲା। ଏହାକୁ ବିଭାଗ ତଦନ୍ତ ପରେ ପ୍ରମାଣ ମିଳିଥିଲା।
P
By Pradeep Kumar NayakPublished: May 30, 2026, 01:33 PM • 1 min read

ଦୁର୍ନୀତି ପାଇଁ ବିଦା ହେଲେ ଅତିରିକ୍ତ ତହସିଲଦାର। ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିଲା ବେଳେ ଜମିଜମା ସମ୍ପର୍କିତ ଅନେକ ନିଷ୍ପତ୍ତିରେ ସେ ଘୋର ଅନିୟମିତତା କରିଥିଲେ। ପିଲ୍ଲା ପୂର୍ବରୁ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଭାବେ କାମ କରିବା ପରେ ଜଗତସିଂହପୁରରେ ଡେପୁଟି କଲେକ୍ଟର ଭାବେ କାମ କରିଥିଲେ। ସେ ନେଇଥିବା ଅନେକ ନିଷ୍ପତ୍ତିରେ ଅନିୟମିତତାର ତଥ୍ୟ ଆସିଥିଲା। ଏହାକୁ ବିଭାଗ ତଦନ୍ତ ପରେ ପ୍ରମାଣ ମିଳିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଚାକିରୀରୁ ବିଦା କରିଛନ୍ତି। ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
