୧୫.୫ଲକ୍ଷ କୋଟିର ହେରାଫେରିରେ ରାଜେଶ ଏକ୍ସପୋର୍ଟ ଉପରେ ସେବିର ବଡ଼ ଆକ୍ସନ
Rajesh Exports ଦୀର୍ଘ ବର୍ଷ ଧରି ଆର୍ଥିକ ତଥ୍ୟରେ ବଡ଼ ଧରଣର ଅନିୟମିତତା କରୁଥିଲା, ତେବେ LIC ଭଳି ଦେଶର ସର୍ବବୃହତ୍ ବୀମା ସଂସ୍ଥା କିପରି ସେହି କମ୍ପାନୀରେ ବଡ଼ ଅଂଶୀଦାର ହୋଇ ରହିଲା?

୧୫ଲକ୍ଷ କୋଟି ଟଙ୍କାର ହେରାଫେରିକୁ ନେଇ ହଇଚଇ। ସେବିର ବଡ଼ ଆକ୍ସନ। ରାଜେଶ ଏକ୍ସପୋର୍ଟସ ଗଲା ୫ ବର୍ଷ ହେଲା ରେଭିନ୍ୟୁରେ କରିଥିବା ଜାଲିଆତିକୁ ଧରିଛି ସେବି। ଦୁନିଆର ସବୁଠୁ ବଡ଼ ସୁନା ରିଫାଇନାରୀ କମ୍ପାନୀ। ଗଲା ୫ ବର୍ଷ ଧରି କମ୍ପାନୀ ମୋଟ୍ ୧୫.୫ଲକ୍ଷ କୋଟିର ଜାଲି ରାଜସ୍ୱ ଦେଖାଇଛି। ସେବି ସ୍କାନରରେ ଥିବା ଏହି କମ୍ପାନୀର ୧୦.୮ ପ୍ରତିଶତ ଅଂଶଧନ ଏଲଆଇସି କିଣିଥିବା ଆରୋପ ଲଦିଛି ବି କଂଗ୍ରେସ। କାହା ନିର୍ଦେଶରେ ଏଭଳି କମ୍ପାନୀର ଏ ଅଂଶଧନ କିଣିଲା ଏଲଆଇସି ବୋଲି ପଚାରିଛି କଂଗ୍ରେସ। ଯଦି SEBI ର ପ୍ରାଥମିକ ତଦନ୍ତ ଅନୁସାରେ Rajesh Exports ଦୀର୍ଘ ବର୍ଷ ଧରି ଆର୍ଥିକ ତଥ୍ୟରେ ବଡ଼ ଧରଣର ଅନିୟମିତତା କରୁଥିଲା, ତେବେ LIC ଭଳି ଦେଶର ସର୍ବବୃହତ୍ ବୀମା ସଂସ୍ଥା କିପରି ସେହି କମ୍ପାନୀରେ ବଡ଼ ଅଂଶୀଦାର ହୋଇ ରହିଲା? ଦଳର ମତ ଅନୁସାରେ, ଏହା LIC ର ଡ୍ୟୁ ଡିଲିଜେନ୍ସ (Due Diligence) ପ୍ରକ୍ରିୟା ଉପରେ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି। କଂଗ୍ରେସ ଦଳ କେନ୍ଦ୍ର ସରକାର ଏବଂ LIC ର ନିବେଶ ନୀତିକୁ ନେଇ ପ୍ରଶ୍ନ ଉଠାଇଛି। କଂଗ୍ରେସ ଏହି ମାମଲାରେ ସଂସଦୀୟ ତଦନ୍ତ ଦାବି କରିଛି ଏବଂ LIC ପରି ସରକାରୀ ସଂସ୍ଥାମାନଙ୍କ ନିବେଶ ନିଷ୍ପତ୍ତିର ସ୍ୱଚ୍ଛତା ନେଇ ପ୍ରଶ୍ନ କରିଛି। ଦଳର ଅଭିଯୋଗ ହେଉଛି ଯେ ସାଧାରଣ ବୀମାଧାରକଙ୍କ ଟଙ୍କା ନିବେଶ କରିବା ସମୟରେ ଅଧିକ ସତର୍କତା ଅବଲମ୍ୱନ କରାଯିବା ଉଚିତ୍ ଥିଲା। ଭାରତର ପ୍ରମୁଖ ସୁନା ଓ ଗହଣା ନିର୍ମାତା କମ୍ପାନୀ Rajesh Exports ବିରୋଧରେ ଭାରତୀୟ ପୁଞ୍ଜି ବଜାର ନିୟନ୍ତ୍ରକ Securities and Exchange Board of India (SEBI) ଗୁରୁତର ଅଭିଯୋଗ ଆଣିଛି। SEBI ର ପ୍ରାଥମିକ ତଦନ୍ତ ଅନୁସାରେ, କମ୍ପାନୀ FY2021 ରୁ FY2025 ମଧ୍ୟରେ ପ୍ରାୟ ₹15.15 ଲକ୍ଷ କୋଟି ରାଜସ୍ୱ (Revenue) ସମ୍ପର୍କରେ ଭୁଲ କିମ୍ୱା ଭ୍ରମାତ୍ମକ ତଥ୍ୟ ଦେଇଥିବା ସନ୍ଦେହ ରହିଛି। SEBI ର କହିବା ଅନୁସାରେ, Rajesh Exports ତାହାର ବିଦେଶୀ ସହାୟକ କମ୍ପାନୀମାନଙ୍କର ଆର୍ଥିକ ତଥ୍ୟ ଠିକ୍ ଭାବରେ ପ୍ରକାଶ କରିନଥିଲା। ବିଶେଷକରି ସ୍ୱିଜରଲ୍ୟାଣ୍ଡ ଭିତ୍ତିକ ସହାୟକ କମ୍ପାନୀ Valcambi SA ର ରାଜସ୍ୱକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। SEBI ଦାବି କରିଛି ଯେ କମ୍ପାନୀର 97% ରୁ 99% ପର୍ଯ୍ୟନ୍ତ ରାଜସ୍ୱ ସମ୍ୱନ୍ଧୀୟ ତଥ୍ୟ ଯାଞ୍ଚଯୋଗ୍ୟ ନଥିଲା ଏବଂ ନିବେଶକମାନଙ୍କୁ କମ୍ପାନୀର ଆର୍ଥିକ ସ୍ଥିତି ବିଷୟରେ ଭୁଲ ଚିତ୍ର ଦେଖାଯାଇଥିଲା। କମ୍ପାନୀର ଚେୟାରମ୍ୟାନ ଏବଂ ପ୍ରମୋଟର Rajesh Mehtaଙ୍କୁ କମ୍ପାନୀର ସେକ୍ୟୁରିଟିଜ୍ରେ ବ୍ୟବସାୟ କରିବାରୁ ବାରଣ କରିଛି SEBI । ଏହା ସହ କମ୍ପାନୀର ହିସାବ ଓ ଆର୍ଥିକ କାରବାର ଉପରେ ଫରେନସିକ ଅଡିଟ୍ ଆଦେଶ ଦିଆଯାଇଛି। SEBI ଅଭିଯୋଗ କରିଛି ଯେ କମ୍ପାନୀର କିଛି ଟଙ୍କା ପ୍ରମୋଟରଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଥିବା ସନ୍ଦେହ ରହିଛି। ତେବେ Rajesh Exports ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। କମ୍ପାନୀ ଓ ରାଜେଶ ମେହେଟ୍ଟାଙ୍କ କହିବା ଅନୁସାରେ, SEBI ର ବିଶ୍ଳେଷଣରେ “communication gap” ରହିଛି ଏବଂ କମ୍ପାନୀର ସମସ୍ତ ରାଜସ୍ୱ ତଥ୍ୟ ସଠିକ୍ ଭାବରେ ଦାଖଲ କରାଯାଇଥିଲା। SEBI କେବଳ କିଛି ତଥ୍ୟକୁ ଆଧାର କରି ପ୍ରାଥମିକ ମତ ଦେଇଛି ଏବଂ ତଦନ୍ତ ଏବେ ମଧ୍ୟ ଚାଲିଛି। SEBI ର କାର୍ଯ୍ୟାନୁଷ୍ଠାନ ପରେ Rajesh Exports ର ସେୟାର ମୂଲ୍ୟ ଖସିଛି। କମ୍ପାନୀର ସେୟାର ୫ ପ୍ରତିଶତକୁ ଖସିଛି। ଯାହା ନିବେଶକଙ୍କ ମଧ୍ୟରେ ଭୟ ଓ ଅନିଶ୍ଚିତତା ଖେଳାଇଛି।୧୫. ୧୫ ଲକ୍ଷ କୋଟିର କଥିତ ରାଜସ୍ୱ ଅନିୟମିତତା ଭାରତୀୟ କର୍ପୋରେଟ୍ ଇତିହାସର ସବୁଠାରୁ ବଡ଼ ଆର୍ଥିକ ଘଟଣାମାନଙ୍କ ମଧ୍ୟରୁ ଅନ୍ୟତମ।
