ମହିଳାଙ୍କୁ CRUTର ଉପହାର। ‘ଆମ ବସ୍’ରେ ଆଜି ମାଗଣା ଯାତ୍ରା
ରାଖୀ ପୂର୍ଣ୍ଣିମାରେ ମହିଳା ଯାତ୍ରୀଙ୍କୁ CRUT ର ଉପହାର, 7ଟି ସହରରେ ଉପଲବ୍ଧ ଏହି ସୁବିଧା। ‘ଆମ ବସ୍’ରେ ମାଗଣା ଯାତ୍ରା କରିବେ ମହିଳା।
S
By Subhadra DasPublished: Aug 27, 2026, 04:26 PM •1 min read •5 Views

ଭୁବନେଶ୍ୱର: ରାଖୀ ପୂର୍ଣ୍ଣିମା ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ଖୁସି ଖବର। ମହିଳାଙ୍କୁ ବିଶେଷ ଉପହାର ଭାବେ ଆଜି ‘ଆମ ବସ୍’ରେ ମାଗଣା ଯାତ୍ରା ସୁବିଧା ଘୋଷଣା କରିଛି କ୍ରୁଟ୍। ଏହି ସୁବିଧା 7ଟି ସହରରେ ଉପଲବ୍ଧ, ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ‘ଆମ ବସ୍’ରେ ମିଳିବ। ଫଳରେ ଦିନକରେ ପ୍ରାୟ ଏକ ଲକ୍ଷରୁ ଅଧିକ ମହିଳା ଯାତ୍ରୀ ଏହାର ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି। ମହିଳାମାନେ ଯେପରି ନିରାପଦ, ସୁବିଧାଜନକ ଓ ଆର୍ଥିକ ଭାରମୁକ୍ତ ଭାବେ ଯାତ୍ରା କରିପାରିବେ, ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେଥିପାଇଁ ସୁଯୋଗ ସୃଷ୍ଟି କରିବା। ରାଖୀ ପୂର୍ଣ୍ଣିମାରେ କ୍ରୁଟ୍ର ଏହି ବିଶେଷ ପଦକ୍ଷେପ ମହିଳା ଯାତ୍ରୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ଖୁସିର ଖବର ଆଣିଛି।
S
Subhadra DasContent Writer
Comments0
Leave a Reply
Loading comments...
