Salman and Amal controversy: ସଲମାନ ଖାନ ଓ ଅମାଲ ମଲିକ ବିବାଦ : ଭାଇଙ୍କ ସପକ୍ଷରେ ଅରମାନ
ସିଙ୍ଗର ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ଏବେ ସୋସିଆଲ ମିଡ଼ିଆର ଏକ କମେଣ୍ଟ କୁ ନେଇ ଚର୍ଚାରେ ଅଛନ୍ତି | ସେ ଫିଲ୍ମ 'ହିରୋ' ର ଗୀତ 'ମେ ହୁଁ ହିରୋ ତେରା' ର କ୍ରେଡିଟ୍ କୁ ନେଇ ସଲମାନ ଖାନ ଫିଲ୍ମସ ଉପରେ ପ୍ରଶ୍ନ କରିଛନ୍ତି | ଏବେ ତାଙ୍କର ଭାଇ ଅରମାନ ମଲିକ ମଧ୍ୟ ଏହି ମାମଲାରେ ଭାଇଙ୍କ ସପୋର୍ଟ ରେ ମୁହଁ ଖୋଲିଛନ୍ତି |
ସିଙ୍ଗର ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ଏବେ ସୋସିଆଲ ମିଡ଼ିଆର ଏକ କମେଣ୍ଟ କୁ ନେଇ ଚର୍ଚାରେ ଅଛନ୍ତି | ସେ ଫିଲ୍ମ 'ହିରୋ' ର ଗୀତ 'ମେ ହୁଁ ହିରୋ ତେରା' ର କ୍ରେଡିଟ୍ କୁ ନେଇ ସଲମାନ ଖାନ ଫିଲ୍ମସ ଉପରେ ପ୍ରଶ୍ନ କରିଛନ୍ତି | ଏବେ ତାଙ୍କର ଭାଇ ଅରମାନ ମଲିକ ମଧ୍ୟ ଏହି ମାମଲାରେ ଭାଇଙ୍କ ସପୋର୍ଟ ରେ ମୁହଁ ଖୋଲିଛନ୍ତି | ଘଟଣା ଆରମ୍ଭ ହୋଇଥିଲା ସଲମାନ ଖାନ ଫିଲ୍ମ ର 'ହିରୋ' ଫିଲ୍ମର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ପୋଷ୍ଟ ଶେୟାର କରିବାକୁ ନେଇ | ଏହି ପୋଷ୍ଟ ରେ 'ମେ ହୁଁ ହିରୋ ତେରା' ର ଫୋଟୋ ଶେୟାର କରାଯାଇଥିଲା,କିନ୍ତୁ ଏହି ଗୀତର କମ୍ପୋଜର ଅମାଲ ମଲିକଙ୍କ ନାମ ଉଲ୍ଲେଖ କରାଯାଇନଥିଲା | ଏହି ପୋଷ୍ଟ ର କମେଣ୍ଟ ସେକ୍ସନ ରେ ଅମାଲ ନିଜର ଅସନ୍ତୋଷ ଜାହିର କରି ପ୍ରତିକ୍ରିୟା ରଖିଥିଲେ | ସେ ସଲମାନ ଖାନଙ୍କ ଫିଲ୍ମସ ପୋଷ୍ଟ ରେ ପ୍ରତିକ୍ରିୟା ଦେଇ ଲେଖିଥିଲେ କି, ଗୀତ ବନାଇବା ବେଳେ କମ୍ପୋଜର ଓ ଲିରିଶିଷ୍ଟଙ୍କ ପରିଶ୍ରମ ଓ ଭାବନା ଯୋଡି ହୋଇଥିବାବେଳେ ତାଙ୍କୁ କ୍ରେଡିଟ୍ ନଦେଇ ସେଲିବ୍ରେଟ କରିବା ଉଚିତ ନୁହଁ | ଅମାଲ ମଲିକଙ୍କ କମେଣ୍ଟ ପରେ ସଲମାନ ଖାନ ଫିଲ୍ମସ ଟିମ୍ ପୋଷ୍ଟ କୁ ଏଡିଟ କରି ସେଥିରେ ଅମାଲଙ୍କ ନାମ ଯୋଡ଼ିଥିଲେ , ହେଲେ ୟୁଜର୍ସ ଅମାଲଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ | ଲୋକଙ୍କ କହିବା ଥିଲା ଯେ ଅମାଲ ଅକୃତଜ୍ଞ , ସଲମାନ ତାଙ୍କୁ ସୁଯୋଗ ଦେଇଥିଲେ ଆଉ ଏବେ ସେ ତାଙ୍କଠୁ କ୍ରେଡିଟ୍ ମାଗୁଛନ୍ତି | ଏହି ପୁରା ମାମଲାରେ ଏବେ ଅରମାନ ମଲିକ ନିଜ ବଡ ଭାଇ ଅମାଲଙ୍କୁ ପୁରା ସପୋର୍ଟ କରି ଟ୍ରୋଲରଙ୍କୁ X ରେ ଜବାବ ଦେଇଛନ୍ତି | ଅମାଲ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲରଙ୍କୁ ଜଵାବଦେଇ ନିଜ ହକ ପାଇଁ ନିଜେ ଲଢ଼ିବାକୁ ହେବ ବୋଲି ଶେୟାର କରିଛନ୍ତି |
