କେମିତି କେକେଆର ମାଲିକ ହେଲେ ଶାହାରୁଖ
ନୋକିଆ ସ୍ପନସରସିପ ଡିଲ୍ ନେଇ ଗୁମର ଫିଟାଇଲେ ଲଳିତ ମୋଦି। ଶାହାରୁଖ କ୍ରିକେଟକୁ ଭଲ ପାଉନଥିଲେ। ସେ ମୂଳରୁ କ୍ରିକେଟ ବୁଝୁନଥିଲେ। କାରଣ ଶାହାରୁଖ ଥିଲେ ଫୁଟବଲ ଫ୍ୟାନ୍।

କେମିତି କେକେଆର ମାଲିକ ହେଲେ ଶାହାରୁଖ- ନୋକିଆ ସ୍ପନସରସିପ ଡିଲ୍ ନେଇ ଗୁମର ଫିଟାଇଲେ ଲଳିତ ମୋଦି
କେକେଆର ବା କୋଲକାତା ନାଇଟ ରାଇଡର୍ସ ସହ କେମିତି ଯୋଡ଼ି ହେଲେ ଶାହାରୁଖ ଖାନ୍। ଏହାର ସହ ମାଲିକ କେମିତି ହେଲେ ଶାହାରୁଖ। ଏହାର ଗୁମର ଖୋଲିଛନ୍ତି ଆଇପିଏଲ ସଂସ୍ଥାପକ ଲଳିତ ମୋଦି। ଲଲିତ ମୋଦିଙ୍କ କହିବା ଅନୁସାରେ, ସେ ଏବଂ ଶାହରୁଖ ଖାନ ପୁରୁଣା ପରିଚିତ ଥିଲେ। ୨୦୦୮ ମସିହାରେ ଆଇପିଏଲ୍ ଆରମ୍ଭ ହେବା ସମୟରେ ମୋଦି ଶାହରୁଖଙ୍କୁ ଲିଗ୍ରେ ନିବେଶ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେତେବେଳେ ଶାହରୁଖଙ୍କର କ୍ରିକେଟ୍ ସମ୍ପର୍କରେ ଅଧିକ ଜ୍ଞାନ ନଥିଲା। ଏପରିକି ଶାହାରୁଖ କ୍ରିକେଟକୁ ଭଲ ପାଉନଥିଲେ। ସେ ମୂଳରୁ କ୍ରିକେଟ ବୁଝୁନଥିଲେ। କାରଣ ଶାହାରୁଖ ଥିଲେ ଫୁଟବଲ ଫ୍ୟାନ୍। କିନ୍ତୁ ମୋଦି ତାଙ୍କୁ ଏହି ପ୍ରକଳ୍ପର ଭବିଷ୍ୟତ ବିଷୟରେ ବୁଝାଇଥିଲେ। ଯଦି ଜିତିବାକୁ ଚାହୁଁଛ,ତାହେଲେ ତାଙ୍କ ଲାଗି ଏକ ଟିମ୍ ସେ କରିଦେବେ ଆଉ ଦାୟିତ୍ୱ ତାଙ୍କ ଉପରକୁ ଛାଡ଼ିଦିଅ ବୋଲି ବୁଝାଇଥିଲେ ଲଳିତ। ଏଥିଲାଗି କେତେ ନିବେଶ କରିବାକୁ ପଡ଼ିବ ବୋଲି ପଚାରିଥିଲେ ଶାହାରୁଖ। ଲଳିତ କହିଥିଲେ, ଡାଉନ ପେମେଣ୍ଟ ୨୦ କୋଟି ଦେବାକୁ ପଡିବ। ଶାହାରୁଖ କହିଥିଲେ, ଏହା ତାଙ୍କ ସେଭିଂ ଆକାଉଣ୍ଟର ଏକ ବଡ଼ ଅଂଶ ଚାଲିଯିବ। ହେଲେ ଲଳିତ କହିଥିଲେ, ନିବେଶ କରୁଥିବା ମାଲିକ କେମିତି ଟଙ୍କା ରୋଜଗାର କରିବେ ଓ କୌଣସି କ୍ଷତି ସହିବେନି, ସେ ବାଟ ସେ ଜାଣିଛନ୍ତି। ସେତେବେଳେ ନୋକିଆ ମୋବାଇଲ ହ୍ୟାଣ୍ଡସେଟ୍ ବଜାରକୁ ଆସିଥାଏ। ସେମାନେ ଶାହାରୁଖଙ୍କୁ ବ୍ରାଣ୍ଡ ଆମ୍ୱାସାଡର ଭାବେ ନେବାକୁ ଚାତକ ଭଳି ଚାହିଁଥିଲେ। ହେଲେ ଶାହାରୁଖ ନୋକିଆ ସହ କଥା ହେବାକୁ ହିଁ ଚାହୁଁନଥିଲେ। ତେବେ ଏଭଳି ବିଜନେସ ଡିଲରେ କେବେ ପଶୁନଥିବା ଲଳିତ ଏଥିରେ ପଶିଥିଲେ। କାରଣ କେଉଁ କମ୍ପାନୀ ପାଇଁ କାମ କରିବେ, ତାହା ଥିଲା ଶାହାରୁଖଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର। ହେଲେ ଲଳିତ ନୋକିଆକୁ କହିଥିଲେ, ଯଦି ଶାହାରୁଖଙ୍କ ଏକ କ୍ରିକେଟ ଟିମ୍ ଜିତିଲା। ତାହେଲେ କଅଣ ସେହି ଟିମକୁ ସ୍ପନସର ଦେବ କି। ଟିମ ପିନ୍ଧିଥିବା ସାର୍ଟର ଫ୍ରଣ୍ଟରେ ନୋକିଆ ରହିବ। ଆଉ ସେ ନୋକିଆକୁ ଗ୍ୟାରେଣ୍ଟି ଦେଇଥିଲେ ଯେ, ଶାହାରୁଖ ନୋକିଆ ଷ୍ଟିକର ଲାଗିଥିବା ଟି-ସାର୍ଟ ଓ ଟୋପି ପିନ୍ଧିବେ। ହେଲେ ଏଥିଲାଗି ୨୦ କୋଟି ଦେବାକୁ ହେବ। ଏଥିରେ ତୁରନ୍ତ ରାଜି ହୋଇଯାଇଥିଲା ନୋକିଆ। ଆଉ ଏହି ସ୍ଥିତି ଉଭୟ ଶାହାରୁଖ ଓ ନୋକିଆ ପାଇଁ ଥିଲା ଓ୍ୱିନ୍- ଓ୍ୱିନ୍ ପରିସ୍ଥିତି। ସଂଧ୍ୟା ସୁଦ୍ଧା ନୋକିଆ ଆଉ ଏକ ଚେକ୍ ସାଇନ୍ କରିଥିଲା। ଟିମକୁ ସ୍ପନସର ସହ କେକେଆର କନସୋରଟିଅମକୁ ଫଣ୍ଡିଂ କରିବାକୁ ପ୍ରସ୍ତୁତ ହୋଇଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଶାହରୁଖ ଖାନଙ୍କ ପ୍ରଥମ ପସନ୍ଦ KKR ନଥିଲା। ସେ ପ୍ରଥମେ Mumbai Indians ଫ୍ରାଞ୍ଚାଇଜ୍ କିଣିବାକୁ ଚାହୁଁଥିଲେ। କିନ୍ତୁ ସେହି ଦଳକୁ Mukesh Ambaniଙ୍କ ପରିବାର କିଣି ଦେଇଥିଲେ। ଏହା ପରେ ଶାହାରୁଖ କୋଲକାତା ଫ୍ରାଞ୍ଚାଇଜ୍କୁ ବାଛିଥିଲେ ଏବଂ ପରେ KKRର ସହ-ମାଲିକ ହୋଇଥିଲେ। ଲଲିତ ମୋଦୀ ଶାହରୁଖଙ୍କୁ “ଆଇପିଏଲ୍ର ଏକ ପ୍ରମୁଖ ସ୍ତମ୍ଭ” ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ, ଶାହରୁଖଙ୍କ ଲୋକପ୍ରିୟତା ଓ ମନୋରଞ୍ଜନ ଜଗତର ପ୍ରଭାବ ଆଇପିଏଲ୍କୁ କେବଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୁହେଁ, ବରଂ ଏକ ବିଶାଳ ପାରିବାରିକ ମନୋରଞ୍ଜନ ଉତ୍ସବରେ ପରିଣତ କରିଥିଲା।
