CEC Gyanesh:ସୁପ୍ରିମକୋର୍ଟର ଖାରଜ ହେଲା ସିଇସି ଜ୍ଞାନେଶଙ୍କ ନିଲମ୍ୱନ ଦାବି
କୋର୍ଟ କହିଲେ, ଆଶା କରାଯାଉଛି, ସାମ୍ୱିଧାନିକ ସଂସ୍ଥା ଆଇନ ମୁତାବକ କାମ କରିବେ। ନ୍ୟୁଜ ରିପୋର୍ଟ ଆଧାରରେ କୌଣସି ସାମ୍ୱିଧାନିକ ପଦରେ ବସିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ କୌଣସି ଆଦେଶ ବା ନିଲମ୍ୱନ ଭଳି କାର୍ଯ୍ୟାନୁଷ୍ଠାନ ନେଇପାରିବୁନି। ଏହା ସହ କୋର୍ଟ ଏ କଥା ବି ସ୍ପଷ୍ଟ କରିଛନ୍ତି ଯେ, ସମ୍ୱିଧାନ ଅନୁସାରେ ନିର୍ବାଚନ ଆୟୋଗଙ୍କ ଫୈସଲା ଯଥାସମ୍ଭବ ସର୍ବସମ୍ମତି ବା ବହୁମତରେ ହେବା କଥା।

ଏସଆଇଆର ଉପରେ ଏକତରଫା ଫୈସଲା ନେଉଥିଲେ ସିଇସି ଜ୍ଞାନେଶ କୁମାର। ଏକତରଫା ନିର୍ଣ୍ଣୟ, ସଫ୍ଟଓ୍ୱରରେ ପରିବର୍ତ୍ତନ ଓ ମତଦାତା ସୂଚୀ ସହ ଜଡ଼ିତ ମାମଲାରେ ସ୍ୱତନ୍ତ୍ର ତଦନ୍ତ ଦାବି କରି ଦାଖଲ ପିଟିସନ ଉପରେ ଆଜି ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ। ୧୩ କୋଟି ନାଁ ଭୋଟର ତାଲିକାରୁ ହଟାଇବା ଆରୋପରେ ଏସଆଇଟି ଯାଞ୍ଚ ଓ ECINet-ERONet ଫରେନସିକ୍ ଅଡିଟ ଦାବି କରିଛନ୍ତି ଆବେଦନକାରୀ। ସିଇସି ଜ୍ଞାନେଶ କୁମାରଙ୍କୁ ସସପେଣ୍ଡ କରିବା ଓ ସେ ନେଇଥିବା ଅନଧିକୃତ ଫୈସଲାକୁ ରଦ୍ଦ କରିବାକୁ ଦାବି ହୋଇଥିଲା। ଏହି ପିଟିସନ ପାଟନା ନିବାସୀ ରାକେଶ କୁମାର ସିଂ ଓ ଆଇନଜୀବି ଶୈଳେନ୍ଦ୍ର ମଣି ତ୍ରିପାଠୀ ଦାଖଲ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଓ ଜଷ୍ଟିସ ବି.ମୋହନଙ୍କ ଖଣ୍ଡପୀଠ ଏହାର ଶୁଣାଣୀ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ ନିଲମ୍ୱନ ଦାବିକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଲେ, ଆଶା କରାଯାଉଛି, ସାମ୍ୱିଧାନିକ ସଂସ୍ଥା ଆଇନ ମୁତାବକ କାମ କରିବେ। ନ୍ୟୁଜ ରିପୋର୍ଟ ଆଧାରରେ କୌଣସି ସାମ୍ୱିଧାନିକ ପଦରେ ବସିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ କୌଣସି ଆଦେଶ ବା ନିଲମ୍ୱନ ଭଳି କାର୍ଯ୍ୟାନୁଷ୍ଠାନ ନେଇପାରିବୁନି। ଏହା ସହ କୋର୍ଟ ଏ କଥା ବି ସ୍ପଷ୍ଟ କରିଛନ୍ତି ଯେ, ସମ୍ୱିଧାନ ଅନୁସାରେ ନିର୍ବାଚନ ଆୟୋଗଙ୍କ ଫୈସଲା ଯଥାସମ୍ଭବ ସର୍ବସମ୍ମତି ବା ବହୁମତରେ ହେବା କଥା। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ବାଗଚୀ ଓ ଜଷ୍ଟିସ ମୋହନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣୀ କରି ଆୟୋଗଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଏସଆଇଆର, ଫର୍ମ-୬ରେ ପରିବର୍ତ୍ତନ ଓ ଆଇନ ଉଲ୍ଲଂଘନ କରି ଅନେକ ଫୈସଲା ନେଇଛନ୍ତି କମିଶନ ବୋଲି ଆରୋପ ଥିଲା। ଆରୋପ ଥିଲା କି, ଜ୍ଞାନେଶ କୁମାର ନିଜର ୨ ସହଯୋଗୀ ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀଙ୍କ ବିନା ସହମତିରେ ଅନେକ ଫୈସଲା ନେଇଛନ୍ତି। ଯଦି ଏକାକୀ ମୁଖ୍ୟ ନିର୍ବାଚନ କମିଶନର ନିଜ କ୍ଷମତାର ବ୍ୟବହାର କରି ଏ ସବୁ ନିଷ୍ପତ୍ତି ନେଇପାରିବେ, ତାହେଲେ ଏହାର ଆଇନଗତ ଆଧାର ସ୍ପଷ୍ଟ ହେବା ଜରୁରୀ। ଗଲା ୧୦ ମାସ ହେଲା ଏସଆଇଆର ସମ୍ପର୍କିତ ଜଡ଼ିତ ଫୈସଲା ଓ ନିର୍ଦେଶକୁ ନେଇ ଏହି ଦୁଇ କମିଶନର ୧୪ଥର ଆପତ୍ତି ଉଠାଇଛନ୍ତି। ହେଲେ ସବୁଥର ଅଣଦେଖା କରାଯାଇଛି। ଯଦିଓ ନିର୍ବାଚନ କମିଶନଙ୍କ ଅଫିସ ସଫେଇ ଦେଇସାରିଛନ୍ତି ଯେ, କୌଣସି ସଂସ୍ଥାରେ ବିଚାରବିମର୍ଶ ବେଳେ ଅଲଗା ଅଲଗା ରାୟ ଆସିବା ସ୍ୱାଭାବିକ କଥା। ଆଉ ନିର୍ବାଚନ କମିଶନଙ୍କ ସମସ୍ତ ଆଦେଶ ସମ୍ପୂର୍ଣ୍ଣ ଆଇନଗତ ମାନ୍ୟତା ଅଟେ। ସେପଟେ ଯଦି ଜ୍ଞାନେଶ କୁମାରଙ୍କ ଭିତରେ ଟିକେ ବି ଲଜ୍ଜାବୋଧ ଥିବ, ସେ ତୁରନ୍ତ ଇସ୍ତଫା ଦେଇଦେବା ଦରକାର ବୋଲି ଦାବି କରିଥିଲା କଂଗ୍ରେସ। ନିକଟରେ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କ ଟିପ୍ପଣୀର ନଜିର ଦେଇ ଏଭଳି ଦାବି କରିଛନ୍ତି କଂଗ୍ରେସ ମହାସଚିବ ଜୟରାମ ରମେଶ। ନିର୍ବାଚନ କମିଶନ ଭାବେ ସେ ପଦରେ ରହିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ବୋଲି କହିଛନ୍ତି ରମେଶ। କାରଣ ଜଷ୍ଟିସ ଭୂୟାଁଙ୍କ ଟିପ୍ପଣୀରୁ ଏହା ସ୍ପଷ୍ଟ ଯେ, ସାମ୍ୱିଧାନିକ ପଦରେ ବସି ଜ୍ଞାନେଶ ସମ୍ୱିଧାନର ଉଲ୍ଲଂଘନ କରିଛନ୍ତି। ସୁପ୍ରିମକୋର୍ଟର ଜଷ୍ଟିସ ଭୂୟାଁ ଟିପ୍ପଣୀ କରିଥିଲେ ଯେ, ମତଦାନର ଅଧିକାର ନାଗରିକତାର ଆତ୍ମା ଅଟେ। କୌଣସି ମନମାନିରେ ନାଗରିକଙ୍କୁ ଭୋଟ ଦେବାର ଅଧିକାରରୁ ବଞ୍ଚିତ କରାଯାଇପାରିବନି।
