Truck Accident:ଟ୍ରକ୍ ଚକାତଳେ ଚାଲିଗଲା ଡ୍ରାଇଭର୍ ଜୀବନ
କେନ୍ଦୁଝରରେ ଟ୍ରକ ଚକତଳେ ଜୀବନ ଯିବା ଦିନକୁ ଦିନ ବଢି ବଢି ଚାଲିଛି | ରାଜରାସ୍ତାରେ ସବୁଠୁ ଅଧିକ ମୁଣ୍ଡ ଗଡୁଛି |କାଲି ଟ୍ରକ୍ ଚକାତଳେ ଯାଇଥିଲା ଦମ୍ପତ୍ତିଙ୍କର ଜୀବନ ଆଉ ଆଜି ପୁଣି ଦୁର୍ଘଟଣା | ଆମ ବସ୍ ର ଡ୍ରାଇଭରର ସ୍କୁଟି ଉପରେ ଚଢ଼ିଗଲା ଟ୍ରଲର୍ | ଆରୋପି ଫେରାର |
P
By Priti Chhanda BeheraPublished: Sep 24, 2026, 05:17 PM •1 min read •6 Views
କେନ୍ଦୁଝର: କେନ୍ଦୁଝରରେ ଆଜି ଆମ ବସ୍ ର ଡ୍ରାଇଭର୍ ଫଣିଭୂଷଣ ମହାନ୍ତଙ୍କର ଟ୍ରକ୍ ଧକ୍କାରେ ମୃତ୍ୟୁ ଘଟିଛି । ଟାଉନ୍ ଥାନା ସାଠିଘର ସାହି ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍ ରାସ୍ତାରେ ତାଙ୍କ ସ୍କୁଟି ଉପରେ ଚଢ଼ିଗଲା ଟ୍ରଲର୍ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରଲର୍ ଚାଳକ ଫେରାର ହୋଇଯାଇଛି । ଫଣିଭୂଷଣଙ୍କ ଘର ଘଟଗାଁ ବ୍ଲକ ପୋଇପାଣି ଗାଁରେ । ସେ ଘରୁ ଆମ ବସ୍ ଚଲାଇବା ପାଇଁ କେନ୍ଦୁଝର ଆସୁଥିବା ବେଳେ, ସଠିଘର ସାହି ନିକଟରେ ତାଙ୍କୁ ଏକ ଟ୍ରଲର୍ ଧକ୍କା ଦେଇଥିଲା । ଗତକାଲି ଟ୍ରକ୍ ଚକା ତଳେ ପଡ଼ି ଟାଉନ୍ ଥାନା ଧ୍ରୁପଦା ନିକଟରେ ଯାଇଥିଲା ଦମ୍ପତ୍ତିଙ୍କର ଜୀବନ । ଆଜି ପୁଣି ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି | ତେବେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି | ଦୁର୍ଘଟଣା ଘଟାଇଥିବା ଫେରାର୍ ଟ୍ରଲର୍ ସହ ଚାଳକ କୁ ଧରିବାକୁ ତନାଘନା ଚଲାଇଛି ପୋଲିସ ।
Comments0
Leave a Reply
Loading comments...
