Unsafe RI office building : ତହସିଲ ଓ ରାଜସ୍ୱ ଅଫିସ ହେବ ମଡେଲ୍ ଅଫିସ୍
କେବଳ ବାବୁଙ୍କ ବସିବା ପାଇଁ ନୁହଁ,କାର୍ଯ୍ୟାଳୟକୁ ଆସୁଥିବା “ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା, ମହିଳା ଓ ଶିଶୁଙ୍କ ପାଇଁ ବିଶେଷ ସୁବିଧା” ଥିବା ଭଳି ମଡେଲ ଅଫିସ ରେ ପରିଣତ ହେବ ତହସିଲ ଓ ରାଜସ୍ୱ ଅଫିସ | ୧୦୦ ବର୍ଷ ପୂରୁଣା ଥିଲେ ହେବ ହେରିଟେଜ୍ ଅଫିସ |

ଓଡ଼ିଶାରେ ପ୍ରାୟ ୯୦ଟି ରାଜସ୍ୱ ନିରୀକ୍ଷକ (RI) କାର୍ଯ୍ୟାଳୟ କଂକ୍ରିଟ୍ ଛାତ ନଥିବା କୋଠାରେ ଚାଲିବା ଘଟଣା ସାମ୍ନାକୁ ଆସିବା ପରେ ,ପୁରୁଣା ତହସିଲ ସହ ରାଜ୍ୟରେ ସବୁ ରାଜସ୍ୱ କାର୍ଯ୍ୟାଳୟକୁ ମଡେଲ ଅଫିସ ରେ ପରିଣତ କରାଯିବାକୁ ପ୍ରସ୍ତୁତି | ଅଫିସଗୁଡ଼ିକର ମରାମତି ଓ ନୂତନ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥରାଶି ଯୋଗାଇ ଦେବାକୁ ଅନୁମତି | ଯେଉଁ ତହସିଲ ଅଫିସ ୧୦୦ ବର୍ଷ ପୂରଣ କରୁଛି, ତାହାକୁ ହେରିଟେଜ୍ ତହସିଲ ଅଫିସ ଭାବେ ବିକଶିତ କରାଯିବ। ନୂଆ ତହସିଲ ଅଫିସରେ ଫର୍ନିଚର ଓ ଆଧୁନିକ ସୁବିଧା ପାଇଁ ଅର୍ଥ ଯୋଗାଇ ଦିଆଯିବ। ତହସିଲ ଅଫିସର ଅବସ୍ଥା ସମ୍ପର୍କରେ ଅଭିଯୋଗ ବା ତଥ୍ୟ ମିଳିଲେ, ଆବଶ୍ୟକ ଅର୍ଥ ତୁରନ୍ତ ମଞ୍ଜୁର କରାଯିବ। କଟକରେ ନୂଆ କଲେକ୍ଟର, ସବ୍-କଲେକ୍ଟର, ତହସିଲ ଓ ଅନ୍ୟାନ୍ୟ ରାଜସ୍ୱ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି। ନୂଆ କାର୍ଯ୍ୟାଳୟଗୁଡ଼ିକରେ କେବଳ କର୍ମଚାରୀଙ୍କ ପାଇଁ ନୁହେଁ, ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବସିବା ଓ ଅନ୍ୟାନ୍ୟ ସୁବିଧା ରହିବ। ମହିଳାମାନଙ୍କ ପାଇଁ ଆବଶ୍ୟକ ସୁବିଧା, ଶିଶୁଙ୍କ ପାଇଁ କ୍ରେଚ୍ ଭଳି ବ୍ୟବସ୍ଥା ଏବଂ ଆଧୁନିକ ସୁବିଧା ରହିବ। କେତେକ ସ୍ଥାନରେ ନିର୍ମାଣ କାମ ସରିଯାଇଛି,ଆଉ କେତେକ ସ୍ଥାନରେ କାମ ଚାଲିଛି ଏବଂ ଅନ୍ୟ କେତେକ ସ୍ଥାନରେ ଅନୁଦାନ ଦିଆଯାଇଛି। ନିର୍ମାଣ କାମ ପାଇଁ R&B ବିଭାଗ, Water Resources ବିଭାଗ, Odisha Bridge & Construction Corporation (OBCC) ଏବଂ Police Housing Corporation ଭଳି ଏଜେନ୍ସିକୁ ଦାୟିତ୍ୱ ଦିଆଯାଉଛି ।
ତହସିଲ ଓ ରାଜସ୍ୱ ଅଫିସ: ହେରିଟେଜ୍ ଅଫିସରୁ ମଡେଲ୍ ଅଫିସ୍”କେବଳ ବାବୁଙ୍କ ବସିବା ପାଇଁ ନୁହଁ, ରାଜସ୍ୱ କାର୍ଯ୍ୟାଳୟକୁ ଆସୁଥିବା “ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା, ମହିଳା ଓ ଶିଶୁଙ୍କ ପାଇଁ ବିଶେଷ ସୁବିଧା” ଥିବା ଭଳି ଅଫିସ ବି କରୁଛି ରାଜସ୍ୱ ବିଭାଗ। ଅମାସରକର କାର୍ଯ୍ୟକାଳ ସରିବା ଭିତରେ ସବୁ ରାଜସ୍ୱ କାର୍ଯ୍ୟାଳୟ କାମ ସରିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
