ପ୍ରତି ଘଣ୍ଟାରେ ୧୨ ମିନିଟ ଚାଲିପାରିବ ବିଜ୍ଞାପନ
ଟିଭି ଚ୍ୟାନେଲରେ ପ୍ରତି ଘଣ୍ଟାରେ ୧୨ ମିନିଟ ଚାଲିପାରିବ ବିଜ୍ଞାପନ। ଟିଭି ଚ୍ୟାନେଲରେ ବିଜ୍ଞାପନ ସୀମାକୁ ନେଇ ଟ୍ରାଇ ଓ ବ୍ରଡକାଷ୍ଟର ଗ୍ରୁପ ଭିତରେ ଚାଲିଥିଲା ଲମ୍ୱା ଫାଇଟ। ଶେଷରେ ଟ୍ରାଇ ବା ଟେଲିକମ ରେଗୁଲୋଟୋରି ଅଥୋରିଟି ଅଫ ଇଣ୍ଡିଆର ରୁଲ୍ କ୍ୟାପିଂ ନିୟମକୁ କାଏମ ରଖିଲେ ଦିଲ୍ଲୀ ହାଇକୋର୍ଟ।

ଟିଭି ଚ୍ୟାନେଲରେ ପ୍ରତି ଘଣ୍ଟାରେ ୧୨ ମିନିଟ ଚାଲିପାରିବ ବିଜ୍ଞାପନ। ଟିଭି ଚ୍ୟାନେଲରେ ବିଜ୍ଞାପନ ସୀମାକୁ ନେଇ ଟ୍ରାଇ ଓ ବ୍ରଡକାଷ୍ଟର ଗ୍ରୁପ ଭିତରେ ଚାଲିଥିଲା ଲମ୍ୱା ଫାଇଟ। ଶେଷରେ ଟ୍ରାଇ ବା ଟେଲିକମ ରେଗୁଲୋଟୋରି ଅଥୋରିଟି ଅଫ ଇଣ୍ଡିଆର ରୁଲ୍ କ୍ୟାପିଂ ନିୟମକୁ କାଏମ ରଖିଲେ ଦିଲ୍ଲୀ ହାଇକୋର୍ଟ। ଟ୍ରାଇ ନିୟମ ଅନୁସାରେ ୧୦ ମିନିଟ୍ କମର୍ସିଆଲ ଓ ୨ ମିନିତ୍ ସ୍ୱୟଂପ୍ରଚାର ବା ସେଲ୍ଫ ପ୍ରମୋସନାଲ କରିବେ। ଟ୍ରାଇ କହିଥିଲା, ଅତ୍ୟଧିକ ବିଜ୍ଞାପନରେ ଦର୍ଶକ ପ୍ରଭାବିତ ହେଉଛନ୍ତି। ହେଲେ ଏହି ନିୟମକୁ ବିଭିନ୍ନ ବ୍ରଡକାଷ୍ଟର ଗ୍ରୁପ କୋର୍ଟରେ କରିଥିଲେ ଚ୍ୟାଲେଞ୍ଜ୍। ବ୍ରଡକାଷ୍ଟର ଗ୍ରୁପ କହିଥିଲା, ଏହା ଟିଭି ଚ୍ୟାନେଲର ଆର୍ଥିକ ଦିଗକୁ ବଡ଼ ଝଟକା ଦେବ। ବିଶେଷ କରି ନ୍ୟୁଜ୍ ଓ ଫ୍ରି-ଟୁ-ଏୟାର ଚ୍ୟାନେଲକୁ କ୍ଷତିଗ୍ରସ୍ତ କରିବ। କାରଣ ଏ ସବୁ ଚ୍ୟାନେଲର ରାଜସ୍ୱ ବିଜ୍ଞାପନ ଉପରେ ନିର୍ଭରଶୀଳ। ଏମିତି କଟକଣା କଲେ ଟେଲିଭିଜନ ନେଟଓ୍ୱର୍କର ସ୍ଥାୟିତ୍ୱକୁ ନେଇ ବିପଦ ସୃଷ୍ଟି କରିବ। ବ୍ରଡକାଷ୍ଟରଙ୍କ ଟାଇମ କ୍ୟାପ୍ ଚ୍ୟାଲେଞ୍ଜ ପିଟିସନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ୨୦୧୩ ମସିହାରେ ଦିଲ୍ଲୀ ହାଇକୋର୍ଟ TRAI କୁ ବ୍ରଡକାଷ୍ଟରମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାରୁ ଅସ୍ଥାୟୀ ରୋକ ଲଗାଇଥିଲେ। ୨୦୨୧ ମସିହାରେ TRAI କୋର୍ଟକୁ କହିଥିଲା ଯେ ଅତ୍ୟଧିକ ବିଜ୍ଞାପନ ଦର୍ଶକମାନଙ୍କ ଦେଖିବା ଅନୁଭବକୁ ପ୍ରଭାବିତ କରୁଛି। ୨୦୨୫–୨୦୨୬ ମଧ୍ୟରେ TRAI ଅନେକ ଚ୍ୟାନେଲକୁ ନୋଟିସ୍ ଜାରି କରିଥିଲା। କିନ୍ତୁ ବ୍ରଡକାଷ୍ଟରମାନେ କହିଥିଲେ ଯେ ହାଇକୋର୍ଟର ଅସ୍ଥାୟୀ ରୋକ ଏଯାବତ୍ କାଏମ ରହିଛି। ସେଥିଲାଗି ଟ୍ରାଇ ଜରିମାନା କିମ୍ୱା କୌଣସି କଠୋର କାର୍ଯାନୁଷ୍ଠାନ ନେଇପାରିବନି। ଏପ୍ରିଲ ୨୦୨୬ରେ ଦିଲ୍ଲୀ ହାଇକୋର୍ଟ ଶେଷ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ। ଆଉ ଆଜି ଜଷ୍ଟିସ ଅନୀଲ କ୍ଷେତ୍ରପାଲ ଓ ଅମିତ ମହାଜନଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।
ଟିଭି ଚ୍ୟାନେଲରେ ପ୍ରତି ଘଣ୍ଟାରେ କେବଳ ୧୨ ମିନିଟ ଚାଲିପାରିବ ବିଜ୍ଞାପନ
