Bull Accident:ଷଣ୍ଢ ନେଲା ଗୋଟିଏ ଜୀବନ, ଗୋଟିଏ ରାତିରେ ଦୁଇ ଦୁର୍ଘଟଣା
ଗୋଟିଏ ରାତିରେ ଦୁଇ ଦୁର୍ଘଟଣା ,ଜଣେ ମୃତ ,୩ ଆହତ | ରାତିରେ ରାଜ୍ୟ ରାଜପଥର ରାସ୍ତା ଉପରେ ବୁଲାଷଣ୍ଢ ଓ ଗୋରୁଗାଈଙ୍କର ଅବାଧରେ ଶୋଇବା ଯୋଗୁଁ ଯାତାୟତ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଜୀବନ ମଧ୍ୟ ହରାଉଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି |
ଷଣ୍ଢ ନେଲା ଗୋଟିଏ ଜୀବନ | ବାଲେଶ୍ଵର ଜିଲ୍ଲା ଖଇରା କୁପାରୀରୁ ଆଗରପଡା ରାସ୍ତାର ଅମ୍ବିକା ଛକ ନିକଟରେ ଷଣ୍ଢ ସହ ଧକ୍କା ହେବା ଯୋଗୁଁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ପରିଚୟ ହେଉଛି ଶୋଷ ଥାନା ଅଧିନ ବିଣାପାଟିଆ ଗ୍ରାମର ଭାଗିରଥି ମାରାଣ୍ଡି ଓ ଆହତ ଜଣକ ହେଲେ ଖଇରା ଥାନା ଗଡପୋଖରୀ ପଞ୍ଚାୟତ ଅଧୀନ ଡାହି ଗ୍ରାମର ବିଶ୍ୱନାଥ ପାଢୀ । ଭାଗିରଥି କୁପାରୀରୁ ନିଜ ଘର ଅଭିମୁଖେ ଯାଉଥିବା ବେଳେ ଅମ୍ବିକା ମନ୍ଦିର ନିକଟରେ ପ୍ରଥମେ ଷଣ୍ଢକୁ ମାଡ଼ ହୋଇ , ବିପରିତ ଦିଗରେ ବାଇକରେ ଆସୁଥିବା କୁପାରୀର ବିଶ୍ୱନାଥଙ୍କୁ ଧକ୍କା ଦେଇଥିଲେ । ଭାଗିରଥିଙ୍କୁ ଗୁରୁତର ଅବସ୍ଥାରେ ଖଇରା ମେଡିକାଲକୁ ଅଣାଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ବିଶ୍ୱନାଥଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ଭଦ୍ରକ ନିଆଯାଇଛି । ସେହିପରି ସୋର କୁପାରୀ ରାଜ୍ୟ ରାଜପଥର ଅର୍ଜ୍ଜୁନପୁର ଛକ ନିକଟ ଶିରିଡ଼ି ସାଇ ମନ୍ଦିର ନିକଟରେ କୁପାରୀରୁ ବାଇକରେ ଖଇରା ଆସୁଥିବା ବେଳେ ଷଣ୍ଢ ସହିତ ବାଇକର ଧକ୍କା ହୋଇଥିଲା | ଖବର ପାଇ ଆମ୍ବୁଲାନ୍ସ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ,ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ବାଇକ ଗୁରୁତର ରମାକାନ୍ତ ପାତ୍ରଙ୍କ ଘର ପଥରପଦା ହୋଇଥିଲା ବେଳେ ଅନ୍ୟଜଣେ ଗୁରୁତର ଙ୍କ ପୁରୋଷତ୍ତମ ଜେନାଙ୍କ ଘର ପଥରପଦା ବୋଲି ଜଣାପଡିଛି । ଗୋଟିଏ ରାତିରେ ରାଜ୍ୟ ରାଜପଥର ରାସ୍ତା ଉପରେ ବୁଲାଷଣ୍ଢ ଓ ଗୋରୁଗାଈଙ୍କର ଅବାଧରେ ଶୋଇବା ଯୋଗୁଁ ଯାତାୟତ ସମୟରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏବଂ ଜୀବନ ମଧ୍ୟ ହରାଉଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି |
