CBFC Oppose Khalid Documentary :ଖାଲିଦଙ୍କୁ ନେଇ ଡକ୍ୟୁମେଣ୍ଟାରି- ସ୍କ୍ରିନିଂକୁ ସେନସର ବୋର୍ଡର ଆପତ୍ତି
ବିନା ସାର୍ଟିଫିକେଟରେ ଫିଲ୍ମର ପବ୍ଲିକ ସ୍କ୍ରିନିଂ ସିନେମାଟୋଗ୍ରାଫ ଆକ୍ଟର ଉଲ୍ଲଂଘନ ଅଟେ। ଫିଲ୍ମମେକର ଲଳିତ ବଚାନିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଡକ୍ୟୁମେଣ୍ଟାରି “ପ୍ରିଜନର ନମ୍ୱର ୬୨୬୭୧୦ ଇଜ ପ୍ରେଜେଣ୍ଟ” ଆଜି ରାତି ୮ଟାରେ ଇନଷ୍ଟିଚ୍ୟୁଟର କେଆରବି ଅଡିଟୋରିୟମରେ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ଦ୍ୱାରା ହେବାର ଥିଲା।

୬ ବର୍ଷ ହେଲା ଜେଲରେ ବନ୍ଦୀ ଥିବା ଉମର ଖାଲିଦଙ୍କ ଉପରେ ଆଇଆଇଆଇଟି ହାଇଦ୍ରାବାଦରେ ତିଆରି ହେଲା ଡକ୍ୟୁମେଣ୍ଟାରୀ। ହେଲେ ଏହାର ସ୍କ୍ରିନିଂକୁ ନେଇ ଆପତ୍ତି କଲା ସେନସର ବୋର୍ଡ। ସିନେମାଟୋଗ୍ରାଫ ଆକ୍ଟର ଏହା ଉଲ୍ଲଂଘନ ବୋଲି କହିଲା ସେନସର ବୋର୍ଡ। ଇଣ୍ଟରନାସନାଲ ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେସନ ଟୋକ୍ନୋଲୋଜି (IIIT-Hyderabad) ରେ ଆଜି ଆକ୍ଟିଭିଷ୍ଟ ଖାଲିଦଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରିର ସ୍କ୍ରିନିଂ ଥିଲା। କିନ୍ତୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ (CBFC) ଏହା ପୂର୍ବରୁ ଆପତ୍ତି କରିଛି। ସ୍କ୍ରିନିଂର ଦିନକ ପୂର୍ବରୁ ସ୍ପଷ୍ଟ କରିଦେଇଛି, ବିନା ସାର୍ଟିଫିକେଟରେ ଫିଲ୍ମର ପବ୍ଲିକ ସ୍କ୍ରିନିଂ ସିନେମାଟୋଗ୍ରାଫ ଆକ୍ଟର ଉଲ୍ଲଂଘନ ଅଟେ। ଫିଲ୍ମମେକର ଲଳିତ ବଚାନିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଡକ୍ୟୁମେଣ୍ଟାରି “ପ୍ରିଜନର ନମ୍ୱର ୬୨୬୭୧୦ ଇଜ ପ୍ରେଜେଣ୍ଟ” ଆଜି ରାତି ୮ଟାରେ ଇନଷ୍ଟିଚ୍ୟୁଟର କେଆରବି ଅଡିଟୋରିୟମରେ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ଦ୍ୱାରା ହେବାର ଥିଲା। ସେନସନ ବୋର୍ଡର ନିଷ୍ପତ୍ତି ଆସିବା ପରେ ଏହି ସ୍କ୍ରିନିଂ କାର୍ଯ୍ୟକ୍ରମକୁ ରଦ୍ଦ କରିବାକୁ ଚିନ୍ତା କରିଛି ଛାତ୍ର ଗୋଷ୍ଠୀ। ସେପଟେ IIIT-Hyderabad ପକ୍ଷରୁ କୁହାଯାଇଛି, ନା ଇନଷ୍ଟିଚ୍ୟୁଟ ନା ଏହାର କୌଣସି ମାନ୍ୟତାପ୍ରାପ୍ତ ଷ୍ଟୁଡେଣ୍ଟସ କ୍ଲବ, ସେଲ୍ ବା ସଂଗଠନ ଏଭଳି ସ୍କ୍ରିନିଂର ଆୟୋଜନ କରୁଛି। ବେଙ୍ଗାଲୁରୁର ନାସନାଲ ଲ ସ୍କୁଲ ଅଫ ଇଣ୍ଡିଆ ୟୁନିଭରସିଟି (NLSIU) ରେ ଏଭଳି ଡକ୍ୟୁମେଣ୍ଟାରିର ପ୍ରସ୍ତାବିତ ସ୍କ୍ରିନିଂକୁ ନେଇ ଏବିଭିପି ବିରୋଧ କରିଥିଲା। ଉମର ଖାଲିଦ ଜେଏନୟୁର ପୂର୍ବତନ ରିସର୍ଚ୍ଚ ସ୍କଲାର। ଯାହାଙ୍କୁ ସେପ୍ଟେମ୍ୱର ୨୦୨୦ରେ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ପଛରେ ବଡ଼ ଷଡ଼ଯନ୍ତ୍ରକାରୀ ଦର୍ଶାଇ ଗିରଫ କରାଯାଇଥିଲା। ଖାଲିଦଙ୍କ ଉପରେ ଦେଶଦ୍ରୋହ ମାମଲା ଚାଲିଛି। ତାଙ୍କର ଜାମିନ ଆବେଦନ ବାରମ୍ୱାର ଖାରଜ କରିଛନ୍ତି ଅଦାଲତ।
