Modi Birthday: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ: ଦେଶବ୍ୟାପୀ ‘ସେବା ସଙ୍କଳ୍ପ’ ଅଭିଯାନ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସେବା ସଙ୍କଳ୍ପ ଅଭିଯାନ’ ଆରମ୍ଭ। ସ୍ୱଚ୍ଛତା, ରକ୍ତଦାନ ଓ ଜନସେବା ସହ ଭଦନଗର–ବାରାଣସୀ ବାଇକ୍ ଯାତ୍ରା ଆୟୋଜନ।

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ। ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସେବା ସଙ୍କଳ୍ପ ଅଭିଯାନ’ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର ଓ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ୧୯୫୦ ସେପ୍ଟେମ୍ବର ୧୭ରେ ଗୁଜରାଟର ଭଡନଗରରେ ଜନ୍ମ ନେଇଥିବା ମୋଦୀ ଆଜି ୭୬ ବର୍ଷ ପୂରଣ କରିଛନ୍ତି। ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବାଠାରୁ ଆରମ୍ଭ କରି ତାଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷକୁ ମଧ୍ୟ ଏଥରର କାର୍ଯ୍ୟକ୍ରମରେ ସାମିଲ କରିଛି ବିଜେପି। ଏହି ଅବସରରେ ଭଡନଗରରୁ ବାରାଣସୀ ଏବଂ ବାରାଣସୀରୁ ଭଦନଗର ପର୍ଯ୍ୟନ୍ତ ଦୁଇଟି ‘ସେବା ସଙ୍କଳ୍ପ’ ବାଇକ୍ ଯାତ୍ରା ଆରମ୍ଭ ହେଉଛି। ଏହି ଯାତ୍ରା ଦୁଇ ସହରକୁ ସଂଯୋଗ କରିବା ସହ ୧୦ଟି ରାଜ୍ୟର ପ୍ରାୟ ୧୯୩ ଜିଲ୍ଲା ଓ ୧,୧୫୯ ଗାଁ ଦେଇ ଯିବ। ପ୍ରାୟ ୪୦ ହଜାର କିଲୋମିଟରର ଏହି ଯାତ୍ରାରେ ପ୍ରାୟ ୧,୦୦୦ ଯୁବକ ସାମିଲ ହେବେ।ଅକ୍ଟୋବର ୭ରେ ଭଦନଗରରେ ଯାତ୍ରାର ସମାପ୍ତି ହେବାର କାର୍ଯ୍ୟକ୍ରମ ରହିଛି। ସେପଟେ, ଦେଶର ୭୦୦ରୁ ଅଧିକ ସ୍ଥାନରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମାସେ ବ୍ୟାପୀ ଚାଲିବାକୁ ଥିବା ‘ସେବା ସଙ୍କଳ୍ପ ଅଭିଯାନ’ରେ ସେବା, ସ୍ୱଚ୍ଛତା, ରକ୍ତଦାନ ଓ ଜନସେବା ଉପରେ ଗୁରୁତ୍ୱ ଦିଆଯାଉଛି।
