Weather Update : ଓଡ଼ିଶାରେ ବର୍ଷା ଜାରି, ବଜ୍ରପାତ ଓ ପବନ ନେଇ ସତର୍କତା
ରାଜ୍ୟରେ ବର୍ଷା ଜାରି ଥିବାବେଳେ ବିଭିନ୍ନ ଜିଲ୍ଲା ପାଇଁ ବର୍ଷା, ବଜ୍ରପାତ ଓ ଝଟକା ପବନର ସତର୍କତା ଜାରି କରିଛି IMD।
N
By Namita PattanaikPublished: Sep 16, 2026, 06:58 PM •1 min read •14 Views

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବାବେଳେ ଆଗାମୀ କିଛି ଦିନ ପାଇଁ ବର୍ଷା, ବଜ୍ରପାତ ଓ ଝୋଟକା ପବନକୁ ନେଇ ସତର୍କତା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ ଜିଲ୍ଲାଭିତ୍ତିକ ପୂର୍ବାନୁମାନ ଓ ସତର୍କତା ପ୍ରକାଶ କରାଯାଇଛି। ଆସନ୍ତା ଦିନଗୁଡ଼ିକରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ଓ ଝଟକା ପବନର ସମ୍ଭାବନା ରହିଛି। ବିଶେଷକରି ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ବଢ଼ିପାରେ। ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳ ଓ ବିଦ୍ୟୁତ୍ ଖୁଣ୍ଟ ନିକଟରେ ନରହିବାକୁ ସତର୍କ ରହିବା ଆବଶ୍ୟକ। ଜିଲ୍ଲାଭିତ୍ତିକ ତାଜା ସତର୍କତା ପାଇଁ IMD ଭୁବନେଶ୍ୱରର ଅପଡେଟ୍ ଅନୁସରଣ କରିବାକୁ କୁହାଯାଇଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
