ଏଟିଏମରେ ସୁନା ଡିପୋଜିଟ୍ କର। ଏହା ବଦଳରେ ଟଙ୍କା କାଢ଼ିନିଅ। ଚୀନର ସାଙ୍ଘାଇ ସହରରେ ଏମିତି ଲାଗିଛି ଗୋଲ୍ଟ ଏଟିଏମ। ମେସିନର୍ ଡିପୋଜିଟ୍ ସ୍ୱିଚ୍ ଅନ କଲେ ତାହା ଓପନ ହେବ। ଆଉ ସେଥିରେ ଗ୍ରାହକ ସୁନା ରଖିବେ। ସୁନାର ଶୁଦ୍ଧତା ଯାଞ୍ଚ କରବି ମେସିନ। ତା ପରେ ସୁନାକୁ ତରଳାଇଦେବ ଓ ଆଉ ଏହାର ଦର କେତେ ହେବ, ହିସାବ ସହ ସେତିକି ଟଙ୍କା ଗ୍ରାହକଙ୍କ ଆକାଉଣ୍ଟରେ ଜମା ହୋଇଯିବ। ମାତ୍ର ଅଧଘଣ୍ଟାରେ ଟଙ୍କା ଜମା ହୋଇଯାଉଛି। ଏହି ଏଟିଏମକୁ କିଙ୍ଗହୁଡ୍ ଗୃପ୍ ଡେଭେଲପ କରିଛି। ଏଥିରେ ନା କୌଣସି ପେପର ଓ୍ୱାର୍କର ଆବଶ୍ୟକତା ଅଛି ନା ସୁନାରୀ ଠକିବାର ଆଶଙ୍କା ରହିଛି। ଏପରିକି କିଏ ଜମାକର୍ତ୍ତା, ତାଙ୍କ ପରିଚୟପତ୍ରର ବି ଟେନସନ ନାହିଁ। ତେବେ ୩ ଗ୍ରାମରୁ କମ୍ ଓଡନର ସୁନା ଗ୍ରହଣ କରିବନି ଏଟିଏମ। ଆଉ ସୁନାର ଶୁଦ୍ଧତା ବି ସର୍ବନିମ୍ନ ୫୦ ପ୍ରତିଶତ ଥିବା ଦରକାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now