ଋଣ ଦେଉଥିଲେ ବ୍ୟାଙ୍କ ଅଧିକାରୀ ଦାୟୀ ରହିବେ- ସୁପ୍ରିମକୋର୍ଟ

ବିନା ମାଲିକାନା ସତ୍ତ୍ୱ ଯାଞ୍ଚରେ ଋଣ ଦେଉଥିବା ଅଫିସରଙ୍କୁ ସୁପ୍ରିମ୍ ଛାଟ। ଯେଉଁମାନେ ଏଭଳି ଋଣ ଦେଉଛନ୍ତି, ସେ ଅଧିକାରୀଙ୍କ ଉପରେ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ଆରବିଆଇ ଏ ନେଇ ଅଫିସରଙ୍କୁ ତାଗିଦ୍ କରୁ। ଆଇନଗତ ବିବାଦ ଓ ପ୍ରପର୍ଟି ଟ୍ରାନ୍ସଆକ୍ସନକୁ ସୁନିଶ୍ଚିତ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏଭଳି ଦିଗକୁ ଗୁରୁତ୍ୱ ଦେଇଛନ୍ତି। ଆରବିଆଇ ସେଥିଲାଗି ଏକ ଉନ୍ନତମାନର ଓ ପ୍ରାକ୍ଚିକାଲ ଫ୍ରେମଓ୍ୱାର୍କ ତିଆରି କରୁ। ଋଣ ମଞ୍ଜୁରୀ ଆଗରୁ ମନଇଛା ଋଣ ଦେଉଥିବା ଅଧିକାରୀଙ୍କୁ ଦାୟୀ କରାଯାଉ। ଯେଉଁମାନେ ମିଛ ଟାଇଟଲ ସର୍ଚ୍ଚ ରିପୋର୍ଟ ଆଧାରରେ ବିନା ତଦନ୍ତରେ ଋଣ ଦେଉଛନ୍ତି। ବ୍ୟାଙ୍କରେ ସାଧାରଣ ଲୋକଙ୍କ ପଇସା ରହୁଛି। ବ୍ୟାଙ୍କ ଏହାର ସୁରକ୍ଷାକବଚ ସାଜିଥାଏ। ସେଥିଲାଗି ବିନା ଟାଇଟଲ କ୍ଲିଅରାନ୍ସରେ ଋଣ ଦେଉଥିବା ଅଧିକାରୀ ଯତ୍ନବାନ୍ ହୁଅନ୍ତୁ। ଏ ଯାଏଁ ଏ କ୍ଷେତ୍ରରେ କୌଣସି ଷ୍ଟାଣ୍ଡାର୍ଡ ମେକାନିଜିମ୍ ଆରବିଆଇ ଦ୍ୱାରା ପ୍ରସ୍ତୁତ ହୋଇନି ବୋଲି ହୃଦବୋଧ କରିଛନ୍ତି କୋର୍ଟ। ଏମପାନେଲ୍ ଆଇନଜୀବିଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଭିତ୍ତିରେ ଋଣ ଦିଆଯାଏ। ଯାହାଙ୍କ ଉପରେ ଭରସା କରିଥାଏ ବ୍ୟାଙ୍କ୍। ସେଥିଲାଗି ଏଣିକି ଷ୍ଟାଣ୍ଡାର୍ଡ ଫ୍ରେମଓ୍ୱର୍କ ଜରୁରୀ। କାରଣ ବିବାଦୀୟ ସମ୍ପତ୍ତିକୁ ବନ୍ଧକ ରଖି ବ୍ୟାଙ୍କରୁ ଅନେକ ଋଣ ନେଇଯାଉଛନ୍ତି। ପରେ ଦେଖିଲା ବେଳକୁ ନା ବ୍ୟାଙ୍କ ଋଣ ପରିଶୋଧ ହୋଇପାରୁଛି ନା ବ୍ୟାଙ୍କ ସେ ବିବାଦୀୟ ସମ୍ପତ୍ତିକୁ ନିଲାମୀ କି ବିକି ଟଙ୍କା ଆଦାୟ କରିପାରୁଛି। ସେଥିଲାଗି ଏସବୁ ଅସୁବିଧା ଭୋଗିବା ଆଗରୁ ଋଣ ମଞ୍ଜୁରୀ କରୁଥିବା ଅଧିକାରୀ ଓ ବ୍ୟାଙ୍କ ସତର୍କ ରହିବାକୁ କହିଛନ୍ତି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ। ଜଷ୍ଟିସ୍ ଜେପି ପର୍ଦ୍ଦିଓ୍ୱାଲା ଓ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ ଏବେକାର ଆବଶ୍ୟକତାକୁ ଉପଲବ୍ଧି କରି ଏଭଳି ପରାମର୍ଶ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *