Angul

ବିଶ୍ୱ ଆଦିବାସୀ ଦିବସରେ ଗର୍ଜିଲେ ଆଦିବାସୀ , ବିଭିନ୍ନ ଦାବୀ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ଆଦିବାସୀ

ପାଳଲହଡା : ଗତକାଲି ଆଦିବାସୀ ଅବସରରେ ଅନଗୁଳ ଜିଲ୍ଲା ପାଳଲହଡା ମିଳିତ ଆଦିବାସୀ ମହା ସଂଘ ଡାକରାରେ ହଜାର ହଜାର ଆଦିବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରୋ କରିଛନ୍ତି । ଏବଂ ବିଭିନ୍ନ ଦଫା ନେଇ ମହାମହିମ ରାଷ୍ଟ୍ରପତିଙ୍କ ଉଧେଶ୍ୟରେ ଏକ ଦାବିପତ୍ର ପାଳଲହଡା ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଆଦିବାସୀଙ୍କ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଓ ମଡେଲ ସହର ନାମରେ ଆଦିବାସୀଙ୍କ ଜମି ହଡପ କରି ଲୋକଙ୍କୁ ନିର୍ଯ୍ୟାତନା ଦେବା ପ୍ରତିବାଦରେ ଗର୍ଜିଥିଲେ ଆଦିବାସୀ । ବିଭିନ୍ନ ଆଳରେ ସରକାର ବିଭିନ୍ନ ସମୟରେ ଆଦିବାସୀ ଙ୍କୁ ଅତ୍ୟାଚାର କରିବା ବନ୍ଦ କରିବା ଶହ ଆଦିବାସୀଙ୍କୁ ତାଙ୍କର ହକ ଦେବା ପ୍ରତିବାଦରେ ସରକାର ଉପରେ ବର୍ଷୀଥିଲେ ଆଦିବାସୀ ।  ପ୍ରଥମେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ବିଶାଳ ରାଲିରେ ପାଳଲହଡା ସହର ପରିକ୍ରମା କରିଥିଲେ ଓ ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ଆଗାମୀ ଦିନରେ ଦାବି ପୂରଣ ନହେଲେ ଭୟଙ୍କର ପରିସ୍ଥିତି ହେବ ବୋଲି ମିଳିତ ଆଦିବାସୀ ମହାସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button